Posted inଫୁରସତ

ବାଦଲ ଭିତରେ ଯାଉଛି ରେଳ

ଏମିତି ଅନେକ ରେଳପଥ ଅଛି ଯାହା ତାର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ ଥାଏ। ସେଥିମଧ୍ୟରେ ଗୋଟିଏ ହେଉଛି ଆର୍ଜେଣ୍ଟିନାର ସାଲ୍ଟା ରେଳପଥ। ଏହି ରେଳପଥର ବିଶେଷତ୍ୱ ହେଉଛି ଯେ, ଏହା ସବୁଠାରୁ ଉଚ୍ଚତମ ରେଳପଥ ମଧ୍ୟରେ ଅନ୍ୟତମ। ଆଉ ଏହା ବାଦଲ ମଧ୍ୟ ଦେଇ ଯାଇଥାଏ। ଅର୍ଥାତ୍‌ ଯେଉଁମାନେ ଏହି ରେଳମାର୍ଗ ଦେଇ ଯାଆନ୍ତି ସେମାନେ ବାଦଲ ଭିତର ଦେଇ ଯାତ୍ରା କରନ୍ତି। ଫଳରେ ଯାତ୍ରା ବେଶ୍‌ ରୋମାଞ୍ଚକର ଲାଗେ। ଘନ ବାଦଲକୁ ଚିରି ଗଲାବେଳେ ତ ଭିନ୍ନ ଏକ ଦୁନିଆକୁ ଆସିଗଲା ପରି ଅନୁଭୂତ ହୁଏ। ସମୁଦ୍ର ପତନଠାରୁ ଏହି ରେଳମାର୍ଗ ୪୦୦୦ ମିଟର ଉଚ୍ଚତାରେ ଅଛି। ଆଉ ଏହା ଆଣ୍ଡିଜ ପର୍ବତମାଳା ମଧ୍ୟ ଦେଇ ଯାଇଛି। ଏହି ରେଳପଥ ଦେଇ ଗୋଟିଏ ଟ୍ରେନ ଯାଏ, ଯାହାର ନାମ ହେଉଛି ‘ଟ୍ରେନ ଟୁ ଦ କ୍ଲାଉଡ’। ଯାତ୍ରୀମାନେ ଏହି ଟ୍ରେନରେ ଘନ ବାଦଲକୁ ଚିରି ଯାତ୍ରା କଲାବେଳେ ଏକ ସ୍ବର୍ଗୀୟ ଅନୁଭୂତି ପାଇଥାନ୍ତି। ୨୧୭ କି.ମି.ର ଏହି ରେଳମାର୍ଗକୁ ଅତିକ୍ରମ କରିବା ଲାଗି ୧୬ ଘଣ୍ଟା ସମୟ ଲାଗିଥାଏ। ଏହି ରେଳମାର୍ଗରେ ୨୯ଟି ପୋଲ, ୨୧ଟି ଟନେଲ୍‌ ରହିଛି। ୧୯୨୦ରେ ଉକ୍ତ ରେଳମାର୍ଗର ନିର୍ମାଣ ହୋଇଥିଲା। ଏହି ପ୍ରୋଜେକ୍ଟର ମୁଖ୍ୟ ଥିଲେ ଆମେରିକାର ଇଞ୍ଜିନିୟର ରିଚାର୍ଡ ଫୋଣ୍ଟେନ ମରେ। ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସନ୍ତି ଏହି ରେଳମାର୍ଗରେ ଯାତ୍ରା କରିବାର ମଜା ଉଠାଇବା ଲାଗି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri