Posted inଜାତୀୟ

ଯୁବକଙ୍କୁ ଟ୍ରେନ୍‌ ଟ୍ରାକକୁ ଠେଲି ଦେଲେ ଦମ୍ପତି

ମୁମ୍ବାଇ,୧୮।୮: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ପ୍ଲାଟଫର୍ମରୁ ଟ୍ରାକ୍‌କୁ ଠେଲି ଦେଇଛନ୍ତି ଦମ୍ପତି। ଫଳରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି। ସିଓନ ଷ୍ଟେଶନରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି।
ଦାଦର ସରକାରୀ ରେଳ ପୋଲିସ (ଜିଆରପି) ଅନୁଯାୟୀ, ମୃତ ଯୁବକ ଜଣକ ହେଲେ ଘନସୋଲିର ବାସିନ୍ଦା ଦିନେଶ ଦେବରାଓ ରାଥୋଡ। ସେ ସିଓନର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଜିଆରପି ଅଧିକାରୀଙ୍କ କହିବାନୁସାରେ, ଅବିନାଶ ମେନ(୩୨) ଏବଂ ଶୀତଲ ମେନ(୩୦)ନାମକ ଏକ ଦମ୍ପତି ଗତ ରବିବାର ରାତି ପ୍ରାୟ ୯.୧୧ ସମୟରେ ପ୍ଲାଟଫର୍ମ ନମ୍ବର ୱାନରେ ଯାଉଥିବା ଏକ ଟ୍ରେନକୁ ଅପେକ୍ଷା କରିଥିଲେ। ଶୀତଲ ପ୍ଲାଟଫର୍ମ ଶେଷ ଆଡକୁ ଟ୍ରେନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ବାମୀ କିଛି ବାଟ ଦୂରରେ ଥିଲେ। ଏହି ସମୟରେ ରାଥୋଡ ଛତାରେ ଶୀତଲଙ୍କୁ କେଞ୍ଚିଥିଲେ। ଉଦ୍ଦେଶ୍ୟମୂଳକ ଭାବରେ ସେ ତାହା କରୁଥିବା ଶୀତଲ ଅନୁଭବ କରି ନିଜ ଛତା ଉଠାଇ ତାଙ୍କୁ ମାରିବା ଆରମ୍ଭ କରିଥିଲେ।
ଏହି ବିବାଦ ଦେଖି ଅବିନାଶ ଏଥିରେ ହସ୍ତକ୍ଷେପ କରି ରାଥୋଡଙ୍କୁ ଆକ୍ରମଣ କରିଥିଲେ। ପରେ ପ୍ଲାଟଫର୍ମରୁ ଠେଲି ଦେଇଥିଲେ। ରାଥୋଡ ଭାରସାମ୍ୟ ହରାଇ ଟ୍ରାକରେ ପଡ଼ିଯାଇଥିଲେ। ସେ ଠିଆ ହୋଇ ପ୍ଲାଟଫର୍ମକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ନିକଟରୁ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ରେଳ କର୍ମଚାରୀମାନେ ରାଥୋଡଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁପରେ ଦାଦର ଜିଆରପି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।
ଅନୁସନ୍ଧାନ ସମୟରେ ଜିଆରପି ଅଧିକାରୀମାନେ ପ୍ଲାଟଫର୍ମର ସିସିଟିଭି ରେକର୍ଡିଂ ଯାଞ୍ଚ୍‌ କରିଥିଲେ। ରାଥୋଡଙ୍କୁ ଦମ୍ପତି ଟ୍ରାକକୁ ଠେଲି ଦେଇଛନ୍ତି। ଏହା ପରେ ପୋଲିସ ସମ୍ପୃକ୍ତ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଦମ୍ପତିଙ୍କ ଗତିବିଧି ଅନୁସରଣ କରି ସେମାନେ ମାନଖର୍ଡରେ ରହୁଥିବା ଜଣାପଡିଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri