ଟ୍ରେନ୍‌ ବାତିଲ ଓ ସାମୟିକ ସମୟ ପରିବର୍ତ୍ତନ

ଭୁବନେଶ୍ୱର,୫।୮: ହାଓ୍ବାଡ଼ା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପଲାସା-କୋଟାଭାଲାସା ରେଳସେକ୍ସନର ବିଜୟ ନଗରମ ଓ କୋରୁକୋଣ୍ଡା ଷ୍ଟେସନ ସହିତ ପୁଣ୍ଡୁରୀ ଓ ଦୁସି ଷ୍ଟେସନ ମଧ୍ୟରେ ରେଳଧାରଣା ତଳେ ଉପାମାର୍ଗ ର୍ନିମାଣ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୧୧ ଟି ଟ୍ରେନ୍‌ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୧ଟି ଟ୍ରେନକୁ ମଧ୍ୟ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ସ୍ଥିର କରାଯାଇଛି। ବାତିଲ ହୋଇଥିବା ଟ୍ରେନଗୁଡିକ ମଧ୍ୟରେ ଅଛନ୍ତି ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ସ୍ପେଶାଲ୍‌, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ, ଚେନ୍ନାଇ-ହାଓଡ଼ା ସ୍ପେଶାଲ, ଭାସ୍କୋଡାଗାମା-ହାଓଡ଼ା ଅମରାବତୀ ସ୍ପେଶାଲ, ଗୁଣ୍ଟୁର-ରାୟଗଡା-ଗୁଣ୍ଟୁର ସ୍ପେଶାଲ, ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ପେଶାଲ ଏବଂ ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ସ୍ପେଶାଲ ବାତିଲ ହୋଇଛି।
ସେହିପରି ଚଳାଚଳ ସମୟରେ ସାମୟିକ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡିକ ହେଉଛି ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ୍‌, ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ, ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ୍‌, ହାଓ୍ବଡ଼ା-ଚେନ୍ନାଇ ସ୍ପେଶାଲ୍‌, ଏର୍ଣ୍ଣାକୁଲମ-ଟାଟା ସ୍ପେଶାଲ୍‌, ଆଲେପି-ଧାନବାଦ୍‌ ସ୍ପେଶାଲ୍‌ ଭଗତ କୀ କୋଠି-ବିଶାଖାପାଟଣା ସ୍ପେଶାଲ, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ୍‌, ଡିବୃଗଡ଼-କନ୍ୟାକୁମାରୀ ସ୍ପେଶାଲ୍‌, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଓ ଶାଲୀମାର-ତ୍ରିଭେନ୍ଦ୍ରମ ସ୍ପେଶାଲର ସମୟ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି।