ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର-ହାଇଓ୍ବା ମୁହାଁମୁହିଁ: ୩୫ ଆହତ, ୫ ଗୁରୁତର

ପରଜଙ୍ଗ,୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ୧୪୯ ନଂ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍‌ନିକ୍‌ ବସ୍‌ ସହିତ ଟ୍ରେଲର ଓ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିରୂପମା ନାମକ ଏକ ପିକ୍‌ନିକ୍‌ ବସ ସମ୍ବଲପୁରରୁ ବଡ଼ଚଣା ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ବସ୍‌କୁ ଏକ ଟ୍ରେଲର ଧକ୍କା ଦେବା ସହିତ ଗୋଟିଏ ହାଇଓ୍ବା ଟ୍ରକ ମଧ୍ୟ ଏକକାଳୀନ ଭାବେ ଧକ୍କା ଦେଇଥିଲା। ତେବେ ଆହତ ଓ ଗୁରୁତରଙ୍କୁ ମହାବିରୋଡ଼ ପୋଲିସ ସାହାଯ୍ୟରେ ଉଦ୍ଧାର କରାଯାଇଛି। ବସ୍‌ରେ ମୋଟ ୪୦ ଜଣ ଯାତ୍ରୀ ରହିଛନ୍ତି । ତେବେ ଟ୍ରେଲର ଡ୍ରାଇଭରଙ୍କ ସହିତ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।