ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା ଟ୍ରେଲର, ୪ ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

କଣିହାଁ,୨ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ହଜାରିବାଗଠାରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେଲର ଧକ୍କାରେ ବସ୍‌ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତମାନଙ୍କୁ ହଜାରିବାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ରେ ମୋଟ ୫୫ ଜଣ ଯାତ୍ରୀ ଥିଲେ। ସେମାନେ ବିହାରର ଗୟା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଝାଡ଼ଖଣ୍ଡ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।