ଟ୍ରେଲର-ଆମ୍ବୁଲାନ୍ସ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ବାହାନଗା,୧୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୬ନଂ. ଜାତୀୟ ରାଜପଥର ଦାଣ୍ଡକାଳୀ ନିକଟରେ ସକାଳେ ଏକ ଟ୍ରେଲର ଓ ଆମ୍ବୁଲାନ୍ସ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରରୁ କୋଲକାତା ଫେରୁଥିବା ଏକ ଆମ୍ବୁଲାନ୍ସ (ଡବ୍ଲ୍ୟୁବି-୨୯-ଏ-୮୮୬୭) ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ସମ୍ମୁଖ ପଟୁ ଆସୁଥିବା ଟ୍ରେଲର (ଏନ୍‌ଏଲ୍‌-୦୨-କେ-୫୪୩୭)କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ଆମ୍ବୁଲାନ୍ସର ହେଲ୍‌ପର ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେଲରଟି ରାସ୍ତା ପାଶ୍ୱର୍ର୍ ଦୋକାନ ମଧ୍ୟରେ ପଶିଯାଇଥିଲା। ଟ୍ରେଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ମୃତ ଡ୍ରାଇଭର ଓ ହେଲ୍‌ପରର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ପ୍ରଶାସନ ଅଜାଣତରେ ନିର୍ମାଣ ହେଉଛି କମ୍ପୋଷ୍ଟ କୁଣ୍ଡ

ନବରଙ୍ଗପୁର,୯।୬(ବି.ପ୍ର.): ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଫସର ଫାଟି ଯାଉଛି। ସରକାରୀ ବାବୁଙ୍କ ଅଜାଣତରେ ହୋଇଯାଉଛି ଅନେକ କାର୍ଯ୍ୟ। ଅଭିଯୋଗ ହେଲେ ତଦନ୍ତ ନାଁରେ ଘଟଣା ଚପାଇ...

ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଛତ୍ରପୁର,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଲକ୍ଷ୍ମଣଭବନଠାରେ ରାଜ୍ୟ ସଂଘର ଡାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ...

ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ...

ବ୍ରହ୍ମପୁରରେ ୧୭ ପ୍ରତିଶତ ନେଇଛନ୍ତି ପ୍ରିକସନ ଡୋଜ୍‌

ଛତ୍ରପୁର,୨୪୮(ଡିଏନଏ ):  ନଗର ସ୍ବାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ...

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ...

୧୮ଲକ୍ଷ ଟଙ୍କାରେ ହାତୀଦାନ୍ତ ବିକ୍ରି ପାଇଁ ହୋଇଥିଲା ଡିଲ୍‌, ଗ୍ରାହକ ସାଜି ଧରିଲେ ବନ କର୍ମଚାରୀ

ବାରିପଦା ଅଫିସ/ଉଦଳା, ୨୪ା୨: ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ଅଙ୍ଗାରପଦାଠାରେ ହାତୀଦାନ୍ତ କାରବାର କରୁଥିବା ୨ ବେପାରୀଙ୍କୁ ବୁଧବାର ବନ ବିଭାଗ ଗିରଫ କରିଛି।...

ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା ଜୋର ଧରିଲା

ପୁରୀ ଅଫିସ,୧୭ା୨: ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ...

ଲିଭିଲା ବିଜୁଳି, ଜଳିଲା ଦୀପ

ବାଲେଶ୍ୱର ଅଫିସ, ୫ା୪- କରୋନା ମହାମାରୀର ମୁକାବିଲା କରି ବିଜୟୀ ହେବା ଉଦ୍ଦେଶ୍ୟରେ ରବିବାର ରାତି ୯ଟାରୁ ୯ ମିନିଟ୍‌ ଯାଏ ଦେଶବାସୀଙ୍କୁ ବିଜୁଳି ବନ୍ଦ...

Advertisement
Archives

Model This Week