ଟ୍ରାଇ ମୁଖିଆ

ଭାରତ ବିଶ୍ୱର ସର୍ବବୃହତ୍‌ ଟେଲିକମ୍ୟୁନିକେଶନ ବଜାର। ଏହାର ପଞ୍ଜୀକୃତ ସବ୍‌ସ୍କ୍ରାଇବର ବା ଉପଭୋକ୍ତାଙ୍କ ସଂଖ୍ୟା ୧୨୦ କୋଟି। ଭାରତ ସରକାର ଆୟକର ପରେ ଟେଲିକମ୍ୟୁନିକେଶନରୁ ଦ୍ୱିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ କରିଥାଆନ୍ତି। ଏକ ବିଶାଳ ସେବା ପ୍ରଦାନକାରୀ ସଂସ୍ଥା ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସହ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସକାଶେ ଭାରତ ସରକାର ୧୯୯୭ରେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡଆ (ଟ୍ରାଇ) ନାମରେ ଏକ ବୈଧାନିକ ନିୟନ୍ତ୍ରକ ଗଠନ କରିଥିଲେ। ଏଥିରେ ଜଣେ ଅଧ୍ୟକ୍ଷ, ଦୁଇ ଜଣ ପୂର୍ଣ୍ଣକାଳୀନ ଓ ଦୁଇ ଜଣ ସାମୟିକ ସମୟ ପାଇଁ ସଦସ୍ୟ ରହିବାର ବିଧି ରହିଆସିଛି। ଜାନୁୟାରୀ ୨୦୦୦ରେ ଏହି ଆଇନକୁ ଅଧ୍ୟାଦେଶ ଜରିଆରେ ସଂଶୋଧନ କରାଯାଇ ଟେଲିକମ୍‌ ଡିସ୍‌ପୁଟ୍‌ସ୍‌ ସେଟଲ୍‌ମେଣ୍ଟ ଆଣ୍ଡ୍‌ ଆପିଲେଟ ଟ୍ରିବ୍ୟୁନାଲ (ଟିଡିଏସ୍‌ଏଟି) ବ୍ୟବସ୍ଥା କରାଯାଇଥିଲା। ଟେଲିକମ୍‌ ସଂକ୍ରାନ୍ତ ନ୍ୟାୟିକ ଓ ବିବାଦୀୟ କାର୍ଯ୍ୟର ସମାଧାନ ଦାୟିତ୍ୱ ଟ୍ରାଇ ନିକଟରୁ ଟିଡିଏସ୍‌ଏଟିକୁ ଦିଆଯାଇଥିଲା। ତେବେ ରାଜସ୍ବ ସୃଷ୍ଟି ଭଳି ବଡ଼ ଦାୟିତ୍ୱ ଟ୍ରାଇ ନିକଟରେ ଥିବାରୁ ଏ ଦିଗରେ ଏହାର ଅଧ୍ୟକ୍ଷ ପ୍ରମୁଖ ଭୂମିକା ନିର୍ବାହ କରିଥାଆନ୍ତି। ୩୦ ସେପ୍ଟେମ୍ବରରେ ଆର୍‌.ଏସ୍‌. ଶର୍ମା ଅବସର ନେବା ପରେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତିନି ବର୍ଷ କିମ୍ବା ୬୫ ବର୍ଷ ବୟସରେ ପହଞ୍ଚିବା ଯାଏ ଏହି ପଦବୀରେ ରହିପାରିବେ ବୋଲି ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ କୁହାଯାଇଛି।
ବାଘେଲା ସର୍ବଭାରତୀୟ ସେବା ଅଧିକାରୀ ଭାବେ ରାଜ୍ୟଠାରୁ କେନ୍ଦ୍ର ଯାଏ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଗୁଜରାଟର ବି. କେ. ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟରୁ ଫାଇନାନ୍ସରେ ଏମ୍‌ବିଏ କରିଥିବା ବଘେଲା ଗୁଜରାଟର କମିଶନର ଅଫ୍‌ କମର୍ସିଆଲ୍‌ ଟାକ୍ସ ହେବା ପୂର୍ବରୁ ୨୦୦୮ରେ ସେ କାଣ୍ଡଲା ବନ୍ଦରର ଅଧ୍ୟକ୍ଷ ଥିଲେ। କୁହାଯାଉଛି ସେ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭ ଦୃଷ୍ଟିକୁ ଆସିଥିଲେ। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଅମଲାତନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଜିଏସ୍‌ଟି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟିର ଆବାହକ ମଧ୍ୟ ଥିଲେ। ତେବେ କେନ୍ଦ୍ରରେ ଫର୍ମାସ୍ୟୁଟିକାଲ୍ସ ସଚିବ ଭାବେ କାର୍ଯ୍ୟ କରି ସେ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଔଷଧ ଏବଂ ଡାକ୍ତରୀ ଯନ୍ତ୍ରପାତିର ମୂଲ୍ୟ ନିୟନ୍ତ୍ରଣ କରି ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଏବେ ବାଘେଲା ଟେଲିକମ୍‌ କ୍ଷେତ୍ରର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କ ଆଗରେ ଅନେକ ଆହ୍ବାନ ରହିଛି। ଗତ କିଛିବର୍ଷ ଧରି ଭାରତୀୟ ଟେଲିକମ୍‌ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଚାଲିଛି। ୨ଜି ସ୍ପେକ୍ଟ୍ରମ୍‌ ଦୁର୍ନୀତିଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀ ମଧ୍ୟରେ ବ୍ୟବସାୟିକ କାରଣକୁ ନେଇ ବିବାଦ ଉପୁଜିଚାଲିଛି। ପୁଣି ୫ଜି ଟେଲିକମ୍ୟୁନିକେଶନ ଭିତ୍ତିଭୂମି ଲାଗି ଯୋଜନା ଚାଲିଛି। ଅଦ୍ୟାବଧି ୫ଜି ନିଲାମ ପ୍ରକ୍ରିୟା ହୋଇପାରି ନ ଥିବାରୁ ଏହା ବାଘେଲାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ। ସେହିପରି ପାରମ୍ପରିକ କେବୁଲ ଟିଭି ସହ ଫାଇବର-ଅପ୍‌ଟିକ୍‌ ସଂଯୋଗ କରାଯାଇ କନ୍‌ଭର୍ଜଡ୍‌ ମିଡିୟମ୍‌ ବିଷୟରେ ଚିନ୍ତା କରାଯାଉଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଫିକ୍ସଡ୍‌ ଲାଇନ୍‌ ଓ କେବୁଲ ଟିଭି ମାର୍କେଟ ମଧ୍ୟରେ ମିଶ୍ରଣ କରାଗଲେ ଏକକ ବ୍ୟବସ୍ଥା ସୃଷ୍ଟି କରାଯାଇପାରିବ। ତେବେ ବିଶ୍ୱବ୍ୟାପୀ ଟେଲିକମ୍‌ କ୍ଷେତ୍ରରେ ଦିନକୁ ଦିନ ଯେଉଁ ପରୀକ୍ଷଣ କରାଯାଇ ନୂତନ ବ୍ୟବସ୍ଥା ବିକଶିତ କରାଯାଉଛି ବାଘେଲା ସେହି ଧାରାରେ ଭାରତକୁ ସାମିଲ କରି ଆଗକୁ ବଢ଼ାଇ ନେବେ ବୋଲି ଆଶା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri