ସନରାଇଜର୍ସ ହାଇଦ୍ରାବାଦର ଶୋଚନୀୟ ପରାଜୟ…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍)ର ଶୋଚନୀୟ ପରାଜୟ ଘଟିଛି । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସନରାଇଜ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ରାଜସ୍ଥାନ ରୟାଲ୍ସ (ଆର୍ ଆର୍) ସନରାଇଜର୍ସ ହାଇଦ୍ରାବାଦ (ଏସଆର୍ ଏଚ୍) ୨୧୧ରନ୍ ର ବିଶାଳ ସ୍କୋର୍ ର ବିଜୟ ଲକ୍ଷ୍ୟ ରଖିଥିଲା। ଆର୍ ଆର୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୨୧୦ ରନ୍ ସଂଗ୍ରହ କରିଥିଲା।
ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ଆର୍ ଆର୍ ଯୁବ ଅଧିନାୟକ ସଞ୍ଜୁ ସାମସନ ୨୭ ବଲ୍ ରେ ୫୫ ରନ୍ ସଂଗ୍ରହ କରିଥିଲେ। ସେହିପରି ଦେବଦୂତ ପାଡ଼ିକଲ ୨୯ ବଲ୍ ରେ ୪୧ରନ୍ କରିଥିଲେ। ଜୋଶ୍ ବଟଲର ୨୮ ବଲ୍ ରେ ୩୫ ରନ୍, ସିମରୋନ୍ ହେଟମେୟର ୧୩ ବଲ୍ ରେ ୩୨ ରନ୍ ଏବଂ ଓ୍ବାଶଭି ଜୟଶ୍ୱାଲ ୧୬ ବଲ୍ରେ ୨୦ ରନ୍ ସଂଗ୍ରହ କରିଥିଲେ।

 

Share