ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ନିୟନ୍ତ୍ରଣ ବେକାବୁ

ପଟ୍ଟାମୁଣ୍ଡାଇ,୧ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବା ଓ ସଡ଼କ ଦୁର୍ଘଟଣା ରୋକିବାକୁ ପୌର ପରିଷଦ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଦୁର୍ଘଟଣା ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ନୂତନ ମୋଟରଯାନ ଆଇନକୁ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ମାତ୍ର ସଚେତନତା ଅଭାବରୁ କୌଣସି ସୁଫଳ ମିଳିପାରୁନାହିଁ। ତେବେ ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ଅନୁଭବ କରି କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଜବରଦଖଲ କରି ସେଠାରେ ଥିବା ଉଠା ଦୋକାନୀମାନଙ୍କୁ ବାରମ୍ବାର ଉଚ୍ଛେଦ କରାଯାଇଛି। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ଘଟଣା ନେଇ ବହୁ ସମୟରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏହି ଉଚ୍ଛେଦକୁ ନେଇ ଉଠା ଦୋକାନୀ ସଂଘ କୋର୍ଟଙ୍କ ଆଶ୍ରୟ ମଧ୍ୟ ନେଇଛି। ହେଲେ ଉଠା ଦୋକାନୀମାନଙ୍କ ଉଚ୍ଛେଦ ପରେ ମଧ୍ୟ ଟ୍ରାଫିକ୍‌ ସମସ୍ୟାରେ ଆଶାନୁରୂପ ସୁଧାର ଆସିନାହିଁ। ଅନ୍ୟପକ୍ଷରେ ଦୋକାନ ସମ୍ମୁଖରେ ଚାଳକମାନେ ବେପରୁଆ ଭାବେ ଗାଡ଼ି ରଖି ଟ୍ରାଫିକ୍‌ ଜାମ୍‌ କରିବା ପରେ ପ୍ରଶାସନର ଫାଇନ୍‌ ଆଦାୟ କାମରେ ଆସୁନି। ପଟ୍ଟାମୁଣ୍ଡାଇ ସହରାଞ୍ଚଳ ହୋଇଥିଲେ ହେଁ ବିଭିନ୍ନ ଗ୍ରାମକୁ ନେଇ ଏହା ଗଠିତ ହୋଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଜିଲାର ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ବ୍ଲକର ମଧ୍ୟସ୍ଥଳରେ ହୋଇଥିବାରୁ ଏହି ସହରକୁ ବିଭିନ୍ନ କାମ ନେଇ ଗ୍ରାମାଞ୍ଚଳରୁ ଆସୁଥିବା ଚାଳକମାନେ ଟ୍ରାଫିକ ସଚେତନତା ପ୍ରତି ସଜାଗ ନୁହନ୍ତି। ଅନ୍ୟପକ୍ଷରେ ପୌର ପରିଷଦ ପକ୍ଷରୁ ମଧ୍ୟ ପାର୍କିଂ ସ୍ଥାନ ନିର୍ମାଣ କରାଯାଇନାହିଁ। ଉତ୍ତମ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ମୋଟରଯାନ ଆଇନ ବଳରେ ସମସ୍ତ ଗାଡ଼ିମୋଟର ଯାଞ୍ଚ କରି ଜରିମାନା ଆଦାୟ କରୁଥିଲେ ମଧ୍ୟ ପରିସ୍ଥିତି ପୂର୍ବବତ୍‌ ରହିଛି। ପ୍ରକୃତପକ୍ଷେ ପଟ୍ଟାମୁଣ୍ଡାଇ ସହରର ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ତ୍ୱ ସତେଯେମିତି ବୁଲା ଗୋରୁ, ଷଣ୍ଢ, ଛେଳିମେଣ୍ଢାଙ୍କ ଉପରେ ନ୍ୟସ୍ତ କରାଯାଇଛି। ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚଳର ସମସ୍ତ ମୁଖ୍ୟ ରାସ୍ତାକୁ ବୁଲା ଗୋରୁ, ଛେଳିମେଣ୍ଢା, ଷଣ୍ଢ ନିଜ କବ୍‌ଜାରେ ରଖିଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଦ୍ୱାରା ବିଭିନ୍ନ ମୁଖ୍ୟରାସ୍ତା ଅବରୋଧ କାରଣରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟିବା ସାଙ୍ଗକୁ ଷଣ୍ଢ ଆକ୍ରମଣରେ ଏକାଧିକ ଲୋକ ଆହତ ହେବା ପରିସ୍ଥିତି ଉପୁଜୁଛି। ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ବୁଲାଗୋରୁଙ୍କୁ ସହରର ବିଭିନ୍ନ ସ୍ଥାନରୁ ହଟାଇ ନେବା ପାଇଁ ମାଲିକମାନଙ୍କୁ ନୋଟିସ କରାଯିବା ସହ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଗଲେ ମଧ୍ୟ କୌଣସି ଫଳ ହେଉନାହିଁ। ପଟ୍ଟାମୁଣ୍ଡାଇ ସହର ଓ ବିଭିନ୍ନ ସ୍ଥାନରେ ଅବାଧରେ ବିଚରଣ କରୁଥିବା ବୁଲାଗୋରୁଙ୍କୁ ଅଟକ ରଖି ଜରିମାନା ଆଦାୟ କରିବା ପାଇଁ କାଞ୍ଜିଆହୁଦା ଖୋଲାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ପଟ୍ଟାମୁଣ୍ଡାଇ ସହରର ପୋଖରିଆପଡ଼ା ଆର୍‌ଡି ରାସ୍ତା, ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡ ରାସ୍ତା, ବାଲିପଡା ପୂର୍ତ୍ତ ବିଭାଗ ରାସ୍ତା, ସହରର ମୁଖ୍ୟ ବଜାର ରାସ୍ତା, ବ୍ୟସ୍ତବହୁଳ ବାଇପାସ୍‌-ବକ୍ତାରପୁର ରାସ୍ତା, ତହସିଲ ରୋଡ୍‌, ଥାନା ସମ୍ମୁଖ ରାସ୍ତା, ମେଡିକାଲ ରୋଡ୍‌, ବ୍ଲକ ରାସ୍ତାରେ ବୁଲା ଗୋରୁ ରହୁଛନ୍ତି। ପୌର ପ୍ରଶାସନ ପକ୍ଷରୁ ଗୋରୁଙ୍କୁ ଅନ୍ୟତ୍ର ଛଡ଼ାଯିବାର ସରକାରୀ ନିୟମ ଥିଲେ ମଧ୍ୟ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ପଟ୍ଟାମୁଣ୍ଡାଇର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?