ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ନିୟନ୍ତ୍ରଣ ବେକାବୁ

ପଟ୍ଟାମୁଣ୍ଡାଇ,୧ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆଣିବା ଓ ସଡ଼କ ଦୁର୍ଘଟଣା ରୋକିବାକୁ ପୌର ପରିଷଦ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଦୁର୍ଘଟଣା ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ନୂତନ ମୋଟରଯାନ ଆଇନକୁ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ମାତ୍ର ସଚେତନତା ଅଭାବରୁ କୌଣସି ସୁଫଳ ମିଳିପାରୁନାହିଁ। ତେବେ ପଟ୍ଟାମୁଣ୍ଡାଇରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ଅନୁଭବ କରି କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଜବରଦଖଲ କରି ସେଠାରେ ଥିବା ଉଠା ଦୋକାନୀମାନଙ୍କୁ ବାରମ୍ବାର ଉଚ୍ଛେଦ କରାଯାଇଛି। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ଘଟଣା ନେଇ ବହୁ ସମୟରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। ଏହି ଉଚ୍ଛେଦକୁ ନେଇ ଉଠା ଦୋକାନୀ ସଂଘ କୋର୍ଟଙ୍କ ଆଶ୍ରୟ ମଧ୍ୟ ନେଇଛି। ହେଲେ ଉଠା ଦୋକାନୀମାନଙ୍କ ଉଚ୍ଛେଦ ପରେ ମଧ୍ୟ ଟ୍ରାଫିକ୍‌ ସମସ୍ୟାରେ ଆଶାନୁରୂପ ସୁଧାର ଆସିନାହିଁ। ଅନ୍ୟପକ୍ଷରେ ଦୋକାନ ସମ୍ମୁଖରେ ଚାଳକମାନେ ବେପରୁଆ ଭାବେ ଗାଡ଼ି ରଖି ଟ୍ରାଫିକ୍‌ ଜାମ୍‌ କରିବା ପରେ ପ୍ରଶାସନର ଫାଇନ୍‌ ଆଦାୟ କାମରେ ଆସୁନି। ପଟ୍ଟାମୁଣ୍ଡାଇ ସହରାଞ୍ଚଳ ହୋଇଥିଲେ ହେଁ ବିଭିନ୍ନ ଗ୍ରାମକୁ ନେଇ ଏହା ଗଠିତ ହୋଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଜିଲାର ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ବ୍ଲକର ମଧ୍ୟସ୍ଥଳରେ ହୋଇଥିବାରୁ ଏହି ସହରକୁ ବିଭିନ୍ନ କାମ ନେଇ ଗ୍ରାମାଞ୍ଚଳରୁ ଆସୁଥିବା ଚାଳକମାନେ ଟ୍ରାଫିକ ସଚେତନତା ପ୍ରତି ସଜାଗ ନୁହନ୍ତି। ଅନ୍ୟପକ୍ଷରେ ପୌର ପରିଷଦ ପକ୍ଷରୁ ମଧ୍ୟ ପାର୍କିଂ ସ୍ଥାନ ନିର୍ମାଣ କରାଯାଇନାହିଁ। ଉତ୍ତମ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ମୋଟରଯାନ ଆଇନ ବଳରେ ସମସ୍ତ ଗାଡ଼ିମୋଟର ଯାଞ୍ଚ କରି ଜରିମାନା ଆଦାୟ କରୁଥିଲେ ମଧ୍ୟ ପରିସ୍ଥିତି ପୂର୍ବବତ୍‌ ରହିଛି। ପ୍ରକୃତପକ୍ଷେ ପଟ୍ଟାମୁଣ୍ଡାଇ ସହରର ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ତ୍ୱ ସତେଯେମିତି ବୁଲା ଗୋରୁ, ଷଣ୍ଢ, ଛେଳିମେଣ୍ଢାଙ୍କ ଉପରେ ନ୍ୟସ୍ତ କରାଯାଇଛି। ପଟ୍ଟାମୁଣ୍ଡାଇ ସହର ସମେତ ପୌରାଞ୍ଚଳର ସମସ୍ତ ମୁଖ୍ୟ ରାସ୍ତାକୁ ବୁଲା ଗୋରୁ, ଛେଳିମେଣ୍ଢା, ଷଣ୍ଢ ନିଜ କବ୍‌ଜାରେ ରଖିଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଦ୍ୱାରା ବିଭିନ୍ନ ମୁଖ୍ୟରାସ୍ତା ଅବରୋଧ କାରଣରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟିବା ସାଙ୍ଗକୁ ଷଣ୍ଢ ଆକ୍ରମଣରେ ଏକାଧିକ ଲୋକ ଆହତ ହେବା ପରିସ୍ଥିତି ଉପୁଜୁଛି। ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ବୁଲାଗୋରୁଙ୍କୁ ସହରର ବିଭିନ୍ନ ସ୍ଥାନରୁ ହଟାଇ ନେବା ପାଇଁ ମାଲିକମାନଙ୍କୁ ନୋଟିସ କରାଯିବା ସହ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଗଲେ ମଧ୍ୟ କୌଣସି ଫଳ ହେଉନାହିଁ। ପଟ୍ଟାମୁଣ୍ଡାଇ ସହର ଓ ବିଭିନ୍ନ ସ୍ଥାନରେ ଅବାଧରେ ବିଚରଣ କରୁଥିବା ବୁଲାଗୋରୁଙ୍କୁ ଅଟକ ରଖି ଜରିମାନା ଆଦାୟ କରିବା ପାଇଁ କାଞ୍ଜିଆହୁଦା ଖୋଲାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ପଟ୍ଟାମୁଣ୍ଡାଇ ସହରର ପୋଖରିଆପଡ଼ା ଆର୍‌ଡି ରାସ୍ତା, ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡ ରାସ୍ତା, ବାଲିପଡା ପୂର୍ତ୍ତ ବିଭାଗ ରାସ୍ତା, ସହରର ମୁଖ୍ୟ ବଜାର ରାସ୍ତା, ବ୍ୟସ୍ତବହୁଳ ବାଇପାସ୍‌-ବକ୍ତାରପୁର ରାସ୍ତା, ତହସିଲ ରୋଡ୍‌, ଥାନା ସମ୍ମୁଖ ରାସ୍ତା, ମେଡିକାଲ ରୋଡ୍‌, ବ୍ଲକ ରାସ୍ତାରେ ବୁଲା ଗୋରୁ ରହୁଛନ୍ତି। ପୌର ପ୍ରଶାସନ ପକ୍ଷରୁ ଗୋରୁଙ୍କୁ ଅନ୍ୟତ୍ର ଛଡ଼ାଯିବାର ସରକାରୀ ନିୟମ ଥିଲେ ମଧ୍ୟ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ପଟ୍ଟାମୁଣ୍ଡାଇର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri