କଡ଼ାକଡ଼ି ହେବ ଟ୍ରାଫିକ୍‌ ବ୍ୟବସ୍ଥା

ଢେଙ୍କାନାଳ ଅଫିସ,୧୩ା୧: ଢେଙ୍କାନାଳ ସହରରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଗଡାଠାରୁ ବାଜିଚୌକ, ମହିଷାପାଟ ଓ କଣ୍ଟାନାଳି ଛକରେ ଟ୍ରାଫିକ୍‌ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ୧୮ବର୍ଷରୁ କମ୍‌ ବୟସ୍କ ପିଲା ବାଇକ୍‌ ଚଳାଇ ଧରାପଡ଼ିଲେ ଜରିମାନା ଗଣିବେ। ଦ୍ରୁତଗତିରେ ଗାଡ଼ିଚାଳନା, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ କିମ୍ବା ବେଆଇନ ପାର୍କିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ୧୫ଦିନ ଯାଏ ସଚେତନ କରାଯିବ। ଏହାପରେ ଜରିମାନା ଆଦାୟ ସହ ଥାନାରେ ମାମଲା ଦାର କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ବୈଠକରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏମ୍‌ଭିଆଇ ଦେବାଶିଷ ସ୍ବାଇଁ, ବଜରଙ୍ଗ କ୍ଲବର ସନ୍ଦୀପ ଷଡ଼ଙ୍ଗୀ, ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ଗଣେଶ ବଜାର ପୂଜା କମିଟି କାର୍ଯ୍ୟକାରୀ ସଭାପତି ଶରତ ସାହୁ, ସମ୍ପାଦକ ବିଶ୍ୱନାଥ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା: ସବୁ ଗୁମର ଖୋଲି ଦେଲେ ଫାଫ ଡୁ ପ୍ଲେସିସ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଷ୍ଟାର୍‌ ବିରାଟ କୋହଲିଙ୍କ ସହ ବନ୍ଧୁତା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବେଶ ମହଙ୍ଗା ପଡ଼ିଛି। ଏହାର କାରଣ…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

ଆର୍ଯ୍ୟବୀର ସେହ୍ବାଗଙ୍କୁ ନେଇ ଏମିତି କହିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲରେ ପାକିସ୍ତାନକୁ ଶେଷ ବଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତୀୟ ଯୁବ ଦଳର ଏହି ରୋମାଞ୍ଚକର ବିଜୟରେ ଖୁସି…

ଶୁକ୍ରଙ୍କ ମାର୍ଗୀ ଚଳନରେ ଜବରଦସ୍ତ ଫାଇଦା: ୨୨ ନଭେମ୍ବର ପୂର୍ବରୁ ମାଲାମାଲ ହେବେ ଏହି ୩ ରାଶି! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ୧୪ ନଭେମ୍ବର ୨୦୨୬ରେ କନ୍ୟା ରାଶିରେ ମାର୍ଗୀ ହୋଇଛନ୍ତି। ଏହାପରେ ୨୨ ନଭେମ୍ବରରେ ଶୁକ୍ର ତୁଳା ରାଶିକୁ ଚଳନ କରିବେ।…

ଚକିତ ପାକିସ୍ତାନ! ଟିମ ଇଣ୍ଡିଆକୁ ପ୍ରଶଂସାରେ ପୋତି ପକାଇଲେ ଶୋଏବ ଅଖତର

ନୂଆଦିଲ୍ଲୀ,୧୬।୧୧:ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଶେଷ ବଲ ପର୍ଯ୍ୟନ୍ତ…

ଗଣତନ୍ତ୍ରର ଝଲକ ଦେଖାଏ ଚତୁର୍ଥ ସ୍ତମ୍ଭ: ମହାକାଳପଡ଼ା ପ୍ରେସ୍‌ କ୍ଲବ୍‌ ପକ୍ଷରୁ ନବମ ବାର୍ଷିକ ଜାତୀୟ ପ୍ରେସ୍‌ ଦିବସ ପାଳିତ

ମହାକାଳପଡ଼ା, ୧୬/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗଣତନ୍ତ୍ରର ସୁରକ୍ଷା ଓ ରାଷ୍ଟ୍ର ଗଠନରେ ଚତୁର୍ଥ ସ୍ତମ୍ଭର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ଓ ଚତୁର୍ଥ ସ୍ତମ୍ଭ ମୁଦ୍ରାର…

ଜାତୀୟ ପ୍ରେସ୍ ଦିବସ : ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର, ୧୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ସୋମବାର ଜାତୀୟ ପ୍ରେସ୍ ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?