ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ ଟ୍ରକ୍‌ କାଦୁଅରେ ଫସିଯିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିମୋଟର ଅଟକି ରହିଛି। ଫଳରେ ଶହଶହ ଯାତ୍ରୀ ସେଠାରେ ଫସି ରହିଛନ୍ତି। ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ୍‌ ଯାତ୍ରୀ ହଟହଟା ଭୋଗୁଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ରାସ୍ତା ସିମନବାଡ଼ିଠାରୁ ସିକାକେତା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଦୂରତା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ନିର୍ମାଣ କାର୍ଯ୍ୟ ଚାଲିଛି। ସେହି ରାସ୍ତା ନିର୍ମାଣ ମଧ୍ୟରେ ୨ଟି ବଡ଼ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଯେଉଁଠି ପୋଲ କାର୍ଯ୍ୟ ଚାଲିଛି ତାହା ନିକଟରେ ଗାଡ଼ିମୋଟର ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା କରାଯାଇଛି। ଉକ୍ତ ରାସ୍ତାର ୨ ପାର୍ଶ୍ୱ ଉଠାଣି ଓ ଗଡ଼ାଣିଆ ରାସ୍ତା ରହିଛି। ତାକୁ ମେଟାଲ ଓ ପିଚୁ ପକା ନ ଯାଇ ମୋରମ ମାଟି ପକାଯାଇ ଛାଡ଼ି ଦିଆଯାଇଛି। ଫଳରେ ଅଞ୍ଚଳରେ ଏବେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଉକ୍ତ ଡାଇଭର୍ସନ ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡ଼ିଛି। ଗାଡ଼ିମୋଟର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ବେଳେ ବୁଧବାର ସକାଳେ ଏହି କାଦୁଅରେ ଏକ ଟ୍ରକ୍‌ ଫସିଯାଇଛି। ଫଳରେ ଏବେ ଟ୍ରକ୍‌ଟି ବାହାରିପାର ନ ଥିବା ବେଳେ ସେଠାରେ ୨ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରାସ୍ତା ଜାମ ହୋଇପଡ଼ିଛି।

ସିମନବାଡ଼ିଠାରୁ ରାଇକିଆ ଲୋକଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଉକ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ କୋଟି କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁ ଏବେ ସେହି ରାସ୍ତା କାର୍ଯ୍ୟ ସରିବାର ନାମ ଧରୁନାହିଁ। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri