Posted inଭଦ୍ରକ

ଟ୍ରାଫିକ୍‌ ସମସ୍ୟାରେ ନାକେଦମ୍‌

ବାସୁଦେବପୁର, ୭ା୭(ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ଧାମରା ବନ୍ଦରକୁ ଏହି ବଜାର ଦେଇ ଜାମୁଝାଡ଼ି-ଧାମରା ରାସ୍ତା ଯାଇଛି। ଦିନକୁ ଦିନ ଧାମରା-ଜାମୁଝାଡ଼ି ରାସ୍ତା ଦେଇ ବନ୍ଦରକୁ ଶତାଧିକ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରୁଥିବାରୁ ବାସୁଦେବପୁର ବଜାରରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ଧାମରା-ଜାମୁଝାଡ଼ି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଦୀର୍ଘଦିନ ଧରି ମନ୍ଥର ଗତିରେ ଚାଲୁଥିବାରୁ ଡ୍ରେନ୍‌ କାମ ଅସମ୍ପୂର୍ଣ୍ଣ ହୋଇରହିଛି। ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଏହା ବି ଏକ କାରଣ। ଟ୍ରାଫିକ୍‌ ସମସ୍ୟାକୁ ନେଇ ସହରବାସୀ ଓ ଅନ୍ୟ ଜନସାଧାରଣ ନାକେଦମ୍‌ ହୋଇପଡ଼ିଲେଣି। ପରିସ୍ଥିତି ଏପରି ହୋଇଛି ଯେ ସହର ମଧ୍ୟରେ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ବିଭିନ୍ନ ସମୟରେ ଭିଡ଼ରେ ଫଶି ରହୁଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ଏହି ରାସ୍ତା ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନ୍‌ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ଏଥିରୁ ବାହାରିଥିବା ମାଟି ରାସ୍ତାକଡ଼ରେ ପଡ଼ିରହିଛି। କେତେକ ଦୋକାନୀ ଦିନକୁ ଦିନ ସେମାନଙ୍କ ଉଠା ଦୋକାନକୁ ଆଣି ରାସ୍ତାରେ ପହଞ୍ଚାଇଥିବାରୁ ଏପରି ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାସ୍ତା ଉପରେ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଉଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଥିବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ସହରର ଟ୍ରାଫିକ ସମସ୍ୟା ସମ୍ପର୍କରେ ଗତମାସ ୨୭ ତାରିଖରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଏ ଦିଗରେ ପଦକ୍ଷେପ ନେବାକୁ ବାସୁଦେବପୁର ଥାନା ଆଇଆଇସି ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଆଇଆଇସି ଅମିତ୍‌ ଭୂୟଁାଙ୍କୁ ପଚାରିବାରୁ ପୋଲିସ ଟ୍ରାଫିକ ସମସ୍ୟା ଦୂର ପାଇଁ ପାଟ୍ରୋଲିଂ କରିବା ସହ ଲୋକଙ୍କୁ ସଚେତନ କରୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri