୨୯ ବର୍ଷରେ ବେଲଜିୟମ୍‌ରୁ ଜନ୍ମମାଟିକୁ ଫେରିଲେ ମାମିନା

ଜି.ଉଦୟଗିରି,୭ା୭(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ। ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ ବୟସରେ ନିଜ ମାତୃଭୂମିକୁ ଫେରିଛି। କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ନିଃସନ୍ତାନ ଦମ୍ପତି ଏହି ଝିଅକୁ ପୋଷ୍ୟା କନ୍ୟା ରୂପେ ସରକାରୀ ନିୟମ ଅନୁସାରେ ଗ୍ରହଣ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେହି ଝିଅ କମ୍ବୋଡିଆ ବୁଲିଯାଇଥିବା ବେଳେ ସେଠାକାର ଅଂଗ୍ଲୋ ଇଣ୍ଡିଆନମାନେ ମାମିନାଙ୍କୁ ପ୍ରଶ୍ନ କରିଥିଲେ କି ତୁମେ କ’ଣ ଅଂଗ୍ଲୋ ଇଣ୍ଡିଆନ? ଏହା ଶୁଣି ପାଳିତ ବାପା ମା’ଙ୍କୁ ନିଜ ବିଷୟରେ ପଚାରିଥିଲେ ଓ ଜାଣିବାକୁ ପାଇଲେ ସେ ଜଣେ ଭାରତୀୟ ତାକୁ ପୋଷ୍ୟା କନ୍ୟା ରୂପେ ଗ୍ରହଣ କରି ବେଲଜିୟମର ପରିବାର ଲାଳନ ପାଳନ କରିଛନ୍ତି। ବର୍ତ୍ତମାନ ସେ ଜଣେ ଉଚ୍ଚ ଶିକ୍ଷିତ ଓ ବିବାହିତା ମଧ୍ୟ। ନିଜ ପ୍ରକୃତ ପରିଚୟ ଓ ପରିବାର ଠିକଣା ପାଇବା ପାଇଁ ମାମିନା ପୁନେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜ ପାୱାରଙ୍କ ମାଧ୍ୟମରେ ଭାରତ ଆସିବା ପରେ ଓଡ଼ିଶା ଆସି ପହଞ୍ଚି ପାରିଥିଲେ। ପରିବାରକୁ ପାଖରେ ପାଇ ମାମିନା ବହୁ ଖୁସି ଅନୁଭବ କରୁଥିବା ପ୍ରକାଶ କରିବା ସହ ଏହି ଅଞ୍ଚଳ ମୋ ଜନ୍ମଭୂମି ଓ ଭାରତ ମୋ ଦେଶ ବୋଲି କହିବା ବେଳେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା। ଜି. ଉଦୟଗିରି ପହଞ୍ଚି ପରିବାର ସହିତ ସୁଭଦ୍ରା ମହତାବ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?