Posted inରାଜ୍ୟ

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭିଡ଼ରେ ଫସି ତିକ୍ତ ଅନୁଭୂତି ନେଇ ଯାଉଛନ୍ତି। ସହରର ଅଧିକାଂଶ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଉଥିଲେ ମଧ୍ୟ ସବୁଠୁ ବିପଜ୍ଜନକ ଜୋନ୍‌ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ବିଶେଷକରି ସନ୍ଧ୍ୟାହେଲେ ବାଣୀବିହାର, ରସୁଲଗଡ ଓ ହଂସପାଳ ଛକରେ ସବୁଦିନ ଟ୍ରାଫିକ ଜାମ୍‌ ହେଉଛି। ଦୁର୍ଘଟଣା କିମ୍ବା ବର୍ଷା ହେଲେ କଥା ସରିଲା। ଘଟଣାସ୍ଥଳରୁ ବହୁ କିମି ଯାଏ ଗାଡିମୋଟର ଅଟକି ରହୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ଏହାକୁ ସଂଯୋଗ କରୁଥିବା ସହର ବା କଲୋନୀ ରାସ୍ତାରେ ମଧ୍ୟ ଲୋକେ ଫସି ରହୁଥିବାବେଳେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ଇତିମଧ୍ୟରେ ଏସବୁସ୍ଥାନରେ ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ଧରୁନି। ଶୁକ୍ରବାର ରସୁଲଗଡ ଛକରେ ଘଣ୍ଟା ଘଣ୍ଟା ଧରି ହୋଇଥିବା ଟ୍ରାଫିକ ଜାମ୍‌ରେ ଲୋକେ ଫସି ହଟହଟା ହୋଇଥିବାବେଳେ ଶନିବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଫଳରେ ଲୋକମାନଙ୍କୁ ଟ୍ରାଫିକରୁ ବାହାରିବା ପାଇଁ ବହୁ ହଇରାଣ ହେବାକୁ ପଡିଥିଲା। ତେବେ ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁ ନାହିଁ। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ସହ ମନମୁଖି ରାସ୍ତା ନିର୍ମାଣକୁ ଦାୟୀ କରାଯାଉଥିଲେ ମଧ୍ୟ ସେପରି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସେହିପରି ରାସ୍ତା ଉପରେ ଅବାଧ ପାର୍କିଂ, ଯାତ୍ରୀବାହୀ ଯାନଗୁଡିକ ରାସ୍ତା ଉପରୁ ଯାତ୍ରୀ ଉଠାଇବା, ରଙ୍ଗରୁଟ୍‌ରେ ଗାଡି ଚଳାଚଳ ଯୋଗୁ ମଧ୍ୟ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ସହରରେ ଟ୍ରାଫିକ ଜାମ୍‌ ବଡ ସମସ୍ୟା ଭାବେ ଉଭା ହୋଇଥିଲେ ମଧ୍ୟ ଏଥିପ୍ରତି ପୋଲିସ, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତପକ୍ଷ ତତ୍ପରତା ନ ଦେଖାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶେଷକରି ବଡ ଧରଣର ଦୁର୍ଘଟଣା ଘଟିଲେ କିମ୍ବା ପ୍ରବଳ ବର୍ଷା ହେଲେ ଟ୍ରାଫିକ ଜାମ ହୋଇଥାଏ। କିନ୍ତୁ ଜାତୀୟ ରାଜପଥ ଓ ସହରର କୌଣସି ରାସ୍ତାରେ ସାମାନ୍ୟ ଦୁର୍ଘଟଣା ଘଟିଲେ କିମ୍ବା ଅନ୍ୟ କିଛି ଛୋଟ ମୋଟ କାରଣ ପାଇଁ ପ୍ରବଳ ଭିଡ ହେବା ଚିନ୍ତାର ବିଷୟ ପାଲଟିଛି। ଏମିତି କି ଶହେ ମିଟର ରାସ୍ତା ଯିବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇଥିବା କଟକ-ପୁରୀ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଆଜିର ନୁହେଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ରାସ୍ତାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ମଧ୍ୟ ଅଧିକାଂଶ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତା ସମ୍ପ୍ରସାରଣ ସତ୍ତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଅନ୍ୟପଟେ ଟ୍ରାଫିକ ପରିଚାଳନାରେ ଅଧିକ ପୋଲିସ କିମ୍ବା ଫୋର୍ସ ମୁତୟନ ହେଉ ନ ଥିବାରୁ ଟ୍ରାଫିକ କ୍ଲିୟର ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେହିଭଳି ପର୍ବପର୍ବାଣି ଓ ଭିଆଇପିଙ୍କ ଆଗମନ ସମୟରେ ରାସ୍ତା ଜାମ୍‌ ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ବାହାର କରି ଠିକ୍‌ ଟ୍ରାଫିକ ପରିଚାଳନା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri