Posted inରାଜ୍ୟ

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭିଡ଼ରେ ଫସି ତିକ୍ତ ଅନୁଭୂତି ନେଇ ଯାଉଛନ୍ତି। ସହରର ଅଧିକାଂଶ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଉଥିଲେ ମଧ୍ୟ ସବୁଠୁ ବିପଜ୍ଜନକ ଜୋନ୍‌ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ବିଶେଷକରି ସନ୍ଧ୍ୟାହେଲେ ବାଣୀବିହାର, ରସୁଲଗଡ ଓ ହଂସପାଳ ଛକରେ ସବୁଦିନ ଟ୍ରାଫିକ ଜାମ୍‌ ହେଉଛି। ଦୁର୍ଘଟଣା କିମ୍ବା ବର୍ଷା ହେଲେ କଥା ସରିଲା। ଘଟଣାସ୍ଥଳରୁ ବହୁ କିମି ଯାଏ ଗାଡିମୋଟର ଅଟକି ରହୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ଏହାକୁ ସଂଯୋଗ କରୁଥିବା ସହର ବା କଲୋନୀ ରାସ୍ତାରେ ମଧ୍ୟ ଲୋକେ ଫସି ରହୁଥିବାବେଳେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ଇତିମଧ୍ୟରେ ଏସବୁସ୍ଥାନରେ ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ଧରୁନି। ଶୁକ୍ରବାର ରସୁଲଗଡ ଛକରେ ଘଣ୍ଟା ଘଣ୍ଟା ଧରି ହୋଇଥିବା ଟ୍ରାଫିକ ଜାମ୍‌ରେ ଲୋକେ ଫସି ହଟହଟା ହୋଇଥିବାବେଳେ ଶନିବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଫଳରେ ଲୋକମାନଙ୍କୁ ଟ୍ରାଫିକରୁ ବାହାରିବା ପାଇଁ ବହୁ ହଇରାଣ ହେବାକୁ ପଡିଥିଲା। ତେବେ ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁ ନାହିଁ। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ସହ ମନମୁଖି ରାସ୍ତା ନିର୍ମାଣକୁ ଦାୟୀ କରାଯାଉଥିଲେ ମଧ୍ୟ ସେପରି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସେହିପରି ରାସ୍ତା ଉପରେ ଅବାଧ ପାର୍କିଂ, ଯାତ୍ରୀବାହୀ ଯାନଗୁଡିକ ରାସ୍ତା ଉପରୁ ଯାତ୍ରୀ ଉଠାଇବା, ରଙ୍ଗରୁଟ୍‌ରେ ଗାଡି ଚଳାଚଳ ଯୋଗୁ ମଧ୍ୟ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ସହରରେ ଟ୍ରାଫିକ ଜାମ୍‌ ବଡ ସମସ୍ୟା ଭାବେ ଉଭା ହୋଇଥିଲେ ମଧ୍ୟ ଏଥିପ୍ରତି ପୋଲିସ, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତପକ୍ଷ ତତ୍ପରତା ନ ଦେଖାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶେଷକରି ବଡ ଧରଣର ଦୁର୍ଘଟଣା ଘଟିଲେ କିମ୍ବା ପ୍ରବଳ ବର୍ଷା ହେଲେ ଟ୍ରାଫିକ ଜାମ ହୋଇଥାଏ। କିନ୍ତୁ ଜାତୀୟ ରାଜପଥ ଓ ସହରର କୌଣସି ରାସ୍ତାରେ ସାମାନ୍ୟ ଦୁର୍ଘଟଣା ଘଟିଲେ କିମ୍ବା ଅନ୍ୟ କିଛି ଛୋଟ ମୋଟ କାରଣ ପାଇଁ ପ୍ରବଳ ଭିଡ ହେବା ଚିନ୍ତାର ବିଷୟ ପାଲଟିଛି। ଏମିତି କି ଶହେ ମିଟର ରାସ୍ତା ଯିବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇଥିବା କଟକ-ପୁରୀ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଆଜିର ନୁହେଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ରାସ୍ତାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ମଧ୍ୟ ଅଧିକାଂଶ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତା ସମ୍ପ୍ରସାରଣ ସତ୍ତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଅନ୍ୟପଟେ ଟ୍ରାଫିକ ପରିଚାଳନାରେ ଅଧିକ ପୋଲିସ କିମ୍ବା ଫୋର୍ସ ମୁତୟନ ହେଉ ନ ଥିବାରୁ ଟ୍ରାଫିକ କ୍ଲିୟର ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେହିଭଳି ପର୍ବପର୍ବାଣି ଓ ଭିଆଇପିଙ୍କ ଆଗମନ ସମୟରେ ରାସ୍ତା ଜାମ୍‌ ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ବାହାର କରି ଠିକ୍‌ ଟ୍ରାଫିକ ପରିଚାଳନା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri