ଟ୍ରାଫିକ୍‌ ଜଗିଛି ୪ ସାଧାରଣ ସିସି କ୍ୟାମେରା

ଛତ୍ରପୁର,୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାରୁ ଦୈନିକ ବହୁ ସଂଖ୍ୟାରେ ଯାନବାହନ ଆସିବା ସହ ହଜାର ହଜାର ଲୋକ ବିଭିନ୍ନ କାମରେ ଆସିଥାନ୍ତି। ଏଥିଲାଗି ଟ୍ରାଫିକ୍‌ ଜାମ୍‌ ଏକ ସାଧାରଣ କଥା ହେଲାଣି। ଅନ୍ୟପକ୍ଷରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ପାଳନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହେଲେ ସହରରେ ଟ୍ରାଫିକ୍‌ ମନିଟରିଂ ପାଇଁ ପର୍ଯ୍ୟାପ୍ତ ପ୍ରମୁଖ ଛକରେ ସିସି କ୍ୟାମେରା ଲାଗିନି। ମାତ୍ର ୪ଟି ସ୍ଥାନରେ ସାଧାରଣ ସିସି କ୍ୟାମେରା ଲାଗିଛି। ଏଚ୍‌ଡି ସିସି କ୍ୟାମେରା ବଦଳରେ ସାଧାରଣ ଲାଗିଛି।
ବ୍ରହ୍ମପୁର ସହରର ଗେଟ୍‌ ବଜାର, କମାପଲ୍ଳୀ, ପିଭିଏନ୍‌ ରାଓ ଛକ ଓ ଟାଟା ବେଞ୍ଜ ଛକରେ ସାଧାରଣ ସିସି କ୍ୟାମେରା ଲାଗିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟ୍ରାଫିକ୍‌ ମନିଟରିଂ ପାଇଁ ଏହା ଲଗାଯାଇଥିଲା। ସେତିକିରେ ଏହି ବ୍ୟବସ୍ଥା ଅଟକି ରହିଛି। ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ଏସପି ଅଫିସ୍‌ ଓ ଛତ୍ରପୁର ସ୍ଥିତ ଆରଟିଓ ଅଫିସ୍‌ ପକ୍ଷରୁ ଉକ୍ତ ସିସି କ୍ୟାମେରା ଦ୍ୱାରା ଟ୍ରାଫିକ୍‌ ମନିଟରିଂ ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ସହରର ଆହୁରି ବହୁ ଗୁରତ୍ୱପୂର୍ଣ୍ଣ ଛକ ରହିଛି। ସେଠାରେ ଟ୍ରାଫିକ୍‌ ଜାମର ମୁକାବିଲା ସହ ମନିଟରିଂର ଜରୁରୀ ଆବଶ୍ୟକତା ରହିଛି। ବ୍ରହ୍ମପୁର ସହରରେ ଆହୁରି ସିସି କ୍ୟାମେରା ଏବଂ ଏଗୁଡିକ ଏଚ୍‌ଡି ହେବା ଆବଶ୍ୟକ ବୋଲି ଗତ କିଛି ଦିନ ପୂର୍ବେ ଛତ୍ରପୁର ଠାରେ ଅନୁଷ୍ଠିତ ପାର୍ଲାମେଣ୍ଟ ସଦସ୍ୟ ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା। ଟ୍ରାଫିକ୍‌ ମନିଟରିଂ ପାଇଁ ଏହି ସିସି କ୍ୟାମେରା ଲଗାଯାଇଥିଲା ଏବଂ ସହରର ସମସ୍ତ ଛକରେ ଏହା ଲଗାଯିବା କଥା ବୋଲି ବିଏମସି କମିଶନର ସେତେବେଳେ କହିଥିଲେ। ଅନୁଦାନ ମିଳିଲେ ଉକ୍ତ ସିସି କ୍ୟାମେରା ଲଗାଯାଇପାରିବ ବୋଲି କୁହାଯାଇଥିଲା। ବ୍ରହ୍ମପୁର ସହର ପ୍ରବେଶ ପଥ ତଥା ଲାଞ୍ଜିପଲ୍ଳୀ ଛକରେ ଫ୍ଲାଏ ଓଭର ଆବଶ୍ୟକ ଥିବା ବ୍ରହ୍ମପୁର ଏସପି ମଧ୍ୟ କହିଛନ୍ତି। ଏଥିସହ ରାସ୍ତା ଗୁଡିକର ଇଂଜିନିୟରିଂ ତ୍ରୁୃଟି ରହୁଛି। ଏଥିଲାଗି ଦୁର୍ଘଟଣା ବୃଦ୍ଧି ପାଉଛି। ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବା ଉପରେ ବ୍ରହ୍ମପୁର ଏସପି ଗୁରୁତ୍ୱାରୋପ ମଧ୍ୟ କରିଥିଲେ। ଦୈନିକ ବ୍ରହ୍ମପୁର ସହରକୁ ୪୫୦ ବସ ପ୍ରବେଶ କରୁଛି। ଏଥିସହ ମାଲ ପରିବହନ ପାଇଁ ମଧ୍ୟ ଶତାଧିକ ଟ୍ରକ ସହରକୁ ଯାତାୟତ କରିଥାଏ। ଟ୍ରକ୍‌ ଟର୍ମିନାଲ ପ୍ରସ୍ତାବରେ ଅଟକିଥିବା ବେଳେ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଉନଥିବାରୁ ବସଗୁଡିକ ସହର ମଧ୍ୟରେ ଯାତାୟତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri