ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପୂର୍ବରୁ ଆସିଲା ଟ୍ରାଫିକ୍‌ ଗାଇଡ୍‌ଲାଇନ୍‌: ଜାଣନ୍ତୁ କେଉଁପଟ ଦେଇ ଯିବ ଗାଡ଼ି

ଭୁବନେଶ୍ୱର,୧୧।୬: ଜୁନ୍‌ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହ ଉତ୍ସବରେ ଯୋଗ ଦେବେ।
ଶପଥଗ୍ରହଣ ପାଇଁ ଗମାଗମନ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୭ଟା କିମ୍ବା ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଏବଂ ନାଲକୋ ଛକଠାରୁ ଜୟଦେବ ବିହାର ଛକକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟାତ କରିପାରିବେ ନାହିଁ।
କଟକ ପଟୁ ଅସୁଥିବା ବସ ଗୁଡ଼ିକ ରସୁଲଗଡ଼ ରେଲୱେ ଓଭର ବ୍ରିଜଠାରୁ ସର୍ଭିସ ରୋଡ଼ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରେ ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ,କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାକିଂ କରିପାରିବେ।

ସେହିପରି ଖୋର୍ଦ୍ଧା ଆଡୁ ଆସୁଥିବା ବସ ଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ ଦେଇ ଆଚାର୍ଯ୍ୟ ବିହାର ଛକରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ ରାସ୍ତା
ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାକିଂ କରିପାରିବେ।

ସେହିପରି ନନ୍ଦନକାନନ ପଟୁ ଆସୁଥିବା ବସ ଗୁଡ଼ିକ ଓଫେଡ ଛକରେ ବାମ ମୋଡ଼ ନେଇ ଏମ.ସି.ଏଲ ଅତିଥି ଭବନ ପାଖରେ ଡାହାଣ ମୋଡ଼, ପ୍ରେସ କଲୋନୀ ଛକ ଡାହାଣ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାଡିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାକିଂ କରିପାରିବେ ।

କଟକ ପଟୁ ଅସୁଥୁବା ଚାରି ଚକିଆ ଯାନ ଗୁଡ଼ିକ ରସୁଲଗଡ଼ ରେଲୱେ ଓଭର ବ୍ରିଜ ଠାରୁ ସର୍ଭିସ ରୋଡ, ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକ,ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନ ଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ
ସର୍ଭିସ ରୋଡ, ଆଚାର୍ଯ୍ୟ ବିହାର ଛକଠାରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ନନ୍ଦନକାନନ ପଟୁ ଅସୁଥୁବା ଚାରି ଚକିଆ ଯାନ ଗୁଡ଼ିକ ନାଲକୋ ଛକରେ ବାମ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ପ୍ରେସ କଲୋନୀ ଛକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।
ଯାତ୍ରୀ ମାନେ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଓହ୍ଲାଇବା ପରେ ଓ.ଏସ.ଏ.ପି. ୭ମ ବି.ଏନ.

କ୍ୟାମ୍ପସ ଭିତର ରାସ୍ତା, ଇଗ୍ଲୋ ଗେଟଠାରେ ଡାହାଣ ମୋଡ ଏବଂ ସର୍ଭେ ଅଫ ଇଣ୍ଡିଆ ଅଫିସ ପାଖରେ ବାମ ମୋଡ଼ ନେଇ ଜନତା ମଇଦାନ ଗେଟ ନମ୍ବର -୩ ରେ ପ୍ରବେଶ କରିବେ। ଯାତ୍ରୀ ଦୂରଦର୍ଶନ ଲେନ ରେ ଓହ୍ଲାଇବା ପରେ ୱାଇ ଜଙ୍କସନ, ବାମ ମୋଡ଼ ନେବେ, ଆଇ.ଆଇ.ଟି ବିଲ୍ଡିଂଙ୍ଗରେ ଡାହାଣ ମୋଡ଼ ନେଇ ୧୦୦ ମିଟର ଯିବା ପରେ ବାମ ମୋଡ଼ କରି ଜନତା ମଇଦାନ ଗେଟ ନମ୍ବର -୬ ରେ ପ୍ରବେଶ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri