ଟ୍ରାଫିକ୍‌ ନବକଳେବରର ମନ୍ଥର ଗତି

ନୟାଗଡ଼ ଅଫିସ,୩।୧୧(ଲୋକନାଥ ମିଶ୍ର): ନୟାଗଡ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ପାଇଁ ଉଦ୍ୟମ ହୋଇଥିଲା ା ନୟାଗଡ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ପୁରୁଣା ବସଷ୍ଟାଣ୍ଡରେ ଶିଳାନ୍ୟାସ ହେବାର ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଗୋଲେଇ ଟ୍ରାଫିକରେ କାର୍ଯ୍ୟ ଅଟକି ରହିଛି । ଗୋଲେଇ ଟ୍ରାଫିକର କାମ ଗତ ଜୁଲାଇ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା । ଅକ୍ଟୋବର ଯାଇ ନଭେମ୍ବର ମାସର ୨ ଦିନ ଶେଷ ହୋଇଥିଲେ ମଧ୍ୟ ଟ୍ରାଫିକ କାର୍ଯ୍ୟ ଶେଷ ହୋଇ ପାରୁନି । କାମ ଅଧାପନ୍ତରିଆ ହୋଇ ପଡି ରହିଥିବାବେଳେ ରାସ୍ତାର ଧୂଳିକୁ ବନ୍ଦ କରିବାକୁ ପାଣି ମଧ୍ୟ ପକାଯାଉନି ।
ଗତ ଫେବୃୟାରୀ ୨ରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୨କୋଟି ୧୫ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଟ୍ରାଫିକ ପୋଷ୍ଟ ସହ ରାସ୍ତାର ଶିଳାନ୍ୟାସ କରିଥିଲେ। ପ୍ରସ୍ତାବିତ ଟ୍ରାଫିକ ପୋଷ୍ଟଟି ଗୋଲେଇ ଛକ କରି ନିର୍ମାଣ କରାଯିବାର ରହିଛି । ଗୋଲେଇ ଟ୍ରାଫିକ ଛକର ଭିତର ପାର୍ଶ୍ୱ ୧୮ ମିଟର ଓ ଏହାର ଚାରିପାଖରେ ୩ ଲେନ ରାସ୍ତା ହେବ । ଏହି ୩ ଲେନ୍‌ ରାସ୍ତା ୧୦.୫ ମିଟରର ଚଉଡା କରାଯାଇ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଛି। ଗୋଲେଇ ଟ୍ରାଫିକ ଛକଠାରୁ ଓଡ଼ଗଁା, ଖୋର୍ଦ୍ଧା, ଦଶପଲ୍ଲା ଓ ଖଣ୍ଡପଡାକୁ ପଡିଥିବା ରାସ୍ତା ୧୪ ମିଟର ଓସାର ଭିତରେ ୪ ଲେନର କରାଯିବ । ପ୍ରସ୍ତାବିତ ଟ୍ରାଫିକର ଗୋଲେଇ ଛକଠାରୁ ଖୋର୍ଦ୍ଧା, ଦଶପଲ୍ଲା ଓ ଓଡଗଁା ରାସ୍ତାରେ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯିବ । ପୁଣି ଖଣ୍ଡପଡା ରୋଡରେ ୬୦ ମିଟର ରାସ୍ତା ଅନୁରୂପ ଭାବେ ପ୍ରଶସ୍ତୀକରଣ ହେବ । ଜୁଲାଇ ମାସରେ କାମ ଶେଷ ହେବାକୁ ସରକାର ଧାର୍ଯ୍ୟ କରିଥିବାବେଳେ ମେ ମାସ ଶେଷ ସୁଧା କାର୍ଯ୍ୟ ଶେଷ ହେବାର ଥିଲା । ତେବେ ମେ, ଜୁନ ଯାଇ ଜୁଲାଇ ଯାଇ ନଭେମ୍ବର ଆରମ୍ଭ ହୋଇଥିବାବେଳେ କାମ କଛପ ଗତିରେ ଚାଲିଛି । ଜାତୀୟ ରାଜପଥ ବିଭାଗ, ବିଦ୍ୟୁତ୍‌, ଜନସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ ଓ ପୌର ପରିଷଦ ସହଭାଗିତାରେ ପ୍ରକଳ୍ପର କାର୍ଯ୍ୟ ୨୦୨୩ ଜାନୁୟାରୀ ୨୧ରୁ ଆରମ୍ଭ ହୋଇଥିଲା । ହେଲେ ବିଭିନ୍ନ ବିଭାଗର ସମନ୍ବୟ ଅଭାବ ଯୋଗୁ କାମ ବିଳମ୍ବ ହେଉଥିବା କୁହାଯାଉଛି।
ଏନେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥର ସହକାରୀ ଯନ୍ତ୍ରୀ ସୁଲତା ସ୍ବାଇଁ କୁହନ୍ତି ଗୋଲେଇ ଟ୍ରାଫିକ ପାଇଁ ୨ କୋଟି ୧୫ ଲକ୍ଷ ଅର୍ଥ ମଞ୍ଜୁର ହୋଇଛି। ଆମେ କେବଳ ରାସ୍ତା କାର୍ଯ୍ୟ ପିଚୁ କରିବୁ । ନଭେମ୍ବର ଭିତରେ ଆମେ କାମ ଶେଷ କରିବୁ। ନୟାଗଡ଼ ପୌରାଞ୍ଚଳର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କୁହନ୍ତି, ଗୋଲେଇ ଟ୍ରାଫିକ କାମ ଶୀଘ୍ର ଶେଷ କରିବା ଦରକାର । ଯାତ୍ରୀ ଓ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଟ୍ରାଫିକ ଛକ ନିକଟରେ ଧୂଳି ଉଡିବା ଯୋଗୁ ଯାତାୟତ କଷ୍ଟ ହେଉଛି । ଜିଲା ସର ମହକୁମାରେ କାମ ଜାଣିଶୁଣି କଛପ ଗତିରେ କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଅଙ୍କୁଶ ଲଗା ଯାଉ ନ ଥିବାରୁ ସାଧରଣ ଲୋକ ହଟହଟା ହେଉଛନ୍ତି । ଜିଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri