ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ ନେଇ ବାହାରୁଥିବା ଅଭ୍ୟାସ ଶୋଭାଯାତ୍ରା, ବାଦ୍ୟବାଜଣାରେ କମ୍ପୁଥାନ୍ତା ପରିବେଶ। ବନ୍ଧୁବାନ୍ଧବରେ ପୂରି ଉଠନ୍ତାଣି ଘରଦ୍ୱାର। ହେଲେ କରୋନା ପାଇଁ ସବୁକିଛି ବିଗିଡ଼ି ଯାଇଛି। କାଟଛାଣ୍ଟ, କଟକଣାରେ ମା’ଙ୍କ ଆବାହନ କରିବାକୁ ସରକାରୀସ୍ତରରେ ଜାରି କରାଯାଇଥିବା କଡ଼ା ନିର୍ଦ୍ଦେଶ ଚଳିତବର୍ଷ ଭୁବନର ଐତିହାସିକ ବଳଦଯାତ୍ରା ଏବଂ ଦୁର୍ଗାପୂଜାକୁ ଫିକା କରିଦେଇଛି। ଭୂତାଣୁ ସଂକ୍ରମଣ ଶହ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଥିବାବେଳେ ପୂଜା କମିଟି ସଦସ୍ୟଙ୍କ ମନରେ ଭରିଯାଇଛି ନିରାଶା।
ଭୁବନର ବଳଦଯାତ୍ରା ଯେତିକି ପ୍ରସିଦ୍ଧ ସେତିକି ଚର୍ଚ୍ଚିତ ଦଶହରା ମେଢ଼। ଅଞ୍ଚଳର ୧୧ ମଣ୍ଡପରେ ପ୍ରତିବର୍ଷ ଜାକ୍‌ଜମକର ସହ ମା’ ଦୁର୍ଗା ଏବଂ ହରପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ଗତ କିଛିବର୍ଷ ହେଲା ଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲା ରାବଣପୋଡ଼ି। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଲାଗି ରାଜ୍ୟ ସରକାର ଆଡମ୍ବରପୂର୍ଣ୍ଣ ପୂଜା ଆୟୋଜନ ଉପରେ କଟକଣା ଜାରି କରିଛନ୍ତି। ତଥାପି ପୂଜା ଆୟୋଜନ ହେଲେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇପଡ଼ିବ। ଅମାନିଆମାନେ ନିୟମ ନ ମାନି ଦର୍ଶନ କରିବେ। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ତେଣୁ ଚଳିତଥର ସେନସାହି, ନୂଆ ଭୁବନ, ହାଟୁଆ ବଣିକ ସଂଘ, ବାଜିଛକ ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମା ପୂଜା ବନ୍ଦ କରାଯାଇଛି। କେବଳ ପ୍ରତୀକାତ୍ମକ ଭାବେ ଫଟୋ, ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ହୋଇ ଆସିଥିବା ମାଟି ଏବଂ ମୂର୍ତ୍ତ ନିର୍ମାଣ କରାଯାଉଥିବା କାଠ ଫ୍ରେମ୍‌ (ମେଢ଼)କୁ ପ୍ରତୀକାତ୍ମକ ଭାବେ ପୂଜା କରିବାକୁ ସମ୍ପୃକ୍ତ ପୂଜା ମଣ୍ଡପଗୁଡ଼ିକ ସ୍ଥିର କରିଛନ୍ତି। ସେହିପରି ଗୁଜୁରିହାଟ, ଦୁର୍ଗା ଛକ, ଦୁର୍ଗା ବଜାର, କ୍ଲାସିକ୍‌ କ୍ଲବ, ପୋଥାଳ ସାହି, ଗଡ଼ଗହମପୁର ଏବଂ ହରପାର୍ବତୀ ପୂଜା କମିଟି ପକ୍ଷରୁ ନିରାଡ଼ମ୍ବର ଭାବେ ମା’ଙ୍କ ଆବାହନ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ରାବଣପୋଡ଼ି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାବଣପୋଡ଼ି କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। କେବଳ ବଣିଆ ଏବଂ ଥୋରିଆ ସମ୍ପ୍ରଦାୟର ବଳଦ ଯାତ୍ରାରେ ସାମିଲ ହେବା ପାଇଁ ଶାନ୍ତିକମିଟି ଅନୁମତି ଦେଇଛି। ସବୁବର୍ଷ ଯାତ୍ରା ୨ ଦିନ ହେଉଥିଲା। ଚଳିତବର୍ଷ କେବଳ ଅନୁକୂଳ ଯାତ୍ରା ହେବ ବୋଲି ସ୍ଥିର ହୋଇଛି। କରୋନା ସଂକ୍ରମଣ ଏବଂ କଟକଣା ପାଇଁ କାହାରି ମନରେ ଉତ୍ସାହ ନ ଥିବାବେଳେ କେବଳ ବିଧିରକ୍ଷା ଲାଗି ଆବଶ୍ୟକ ନୀତିନିୟମ କରାଯିବ ବୋଲି କମିଟି କର୍ମକର୍ତ୍ତା କହିଛନ୍ତି।

ଶ୍ରଦ୍ଧାଳୁଙ୍କ ବିନା ହେବ ପୂଜା
ଦୀର୍ଘ ୭୨ବର୍ଷ ହେଲା ଦୁର୍ଗାଛକ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଚଳିତବର୍ଷ କଟକଣା ଅନୁଯାୟୀ ଆବଦ୍ଧ ମଣ୍ଡପରେ ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ।
-ପ୍ରସନ୍ନ କୁମାର ସାହୁ, ଦୁର୍ଗାଛକ ପୂଜା ମଣ୍ଡପର ବରିଷ୍ଠ କର୍ମକର୍ତ୍ତା

ଅମାନିଆଙ୍କୁ ଭୟ କରି ମୂର୍ତ୍ତିପୂଜା ବନ୍ଦ
ନୂଆଭୁବନ ଦୁର୍ଗାପୂଜା ଅଞ୍ଚଳରେ ସୁନାମ ଅର୍ଜିଛି। ହେଲେ କରୋନା ସବୁ ବିଗାଡ଼ି ଦେଇଛି। ଜାତୀୟ ରାଜପଥ ୫୩ ନିକଟରେ ଅବସ୍ଥିତ ଥିବାରୁ ପୂଜା ହେଲେ ଅସମ୍ଭାଳ ଭିଡ଼ ହେବ। ଚଳିତବର୍ଷ ଅମାନିଆଙ୍କୁ ଭୟ କରି ମୂର୍ତ୍ତିପୂଜା ବନ୍ଦ କରାଯାଇଛି।
-ନିରୋଦ କୁମାର ମିଶ୍ର, ନୂଆଭୁବନ ଦୁର୍ଗାପୂଜା କମିଟି ସଭାପତି

ମାତ୍ର ୨୦ ହଜାର ଖର୍ଚ୍ଚ ଅଟକଳ
ଚଳିତବର୍ଷ କେବଳ ପରମ୍ପରା ବଞ୍ଚାଇବା ଲାଗି ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ବଳଦ ପିଛା ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଯାତ୍ରା ପାଇଁ ଶୁକ୍ରବାର ମେରିଖୁଣ୍ଟ ପୋତାଯିବ।
-ଶିବାନନ୍ଦ ସାହୁ, ବଣିଆ ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତ୍ତା

ଖୁସି ହଜିଯାଇଛି
ଐତିହାସିକ ବଳଦଯାତ୍ରା ଦିନ ପାଖେଇ ଆସିଲେ ଅଞ୍ଚଳର ବ୍ୟବସାୟୀଙ୍କ ମନରେ ଖୁସିର ଲହରି ଖେଳିଯାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ଖୁସି ହଜିଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ଆସନ୍ତାବର୍ଷ ଆଡ଼ମ୍ବରରେ ଆୟୋଜନ କରାଯିବ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri