ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ ମଧ୍ୟ ଆସିଲେନି। ପାଖ ପଡୋଶୀ ଦେଖଣାହାରୀ ହୋଇ ଥିଲେ ମଧ୍ୟ କେହି ମଧ୍ୟ ମୃତକଙ୍କ ଶବକୁ ଛୁଇଁଲେନ। ଶେଷରେ କୌଣସି ଉପାୟ ନପାଇ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ ସାନ ପୁଅ ଶବକୁ କାନ୍ଧ ଦେଇ ଶେଷ କୃତ୍ୟ କରିଥିଲେ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମରେ। ଜାତିପ୍ରଥାକୁ ନେଇ ଶବଦାହ ନିମନ୍ତେ ଚାରି କନ୍ଧ ଦେବାକୁ ଜାତିଭାଇ ମିଳିଲେନି । ବର୍ତ୍ତମାନ ସରକାର ଜାତିପ୍ରଥାକୁ ନେଇ ଯେତେ କଠୋର ଆଇନକାନୁନ କରିଥିଲେ ମଧ୍ୟ ସଭ୍ୟ ସମାଜରେ ଜାତିପ୍ରଥା ରହିଥିବା ଦେଖିବାକୁ ମିଳୁଛି ।

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗ୍ରାମର ଦୁର୍ଯ୍ୟନ ମାଝୀଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିଲା। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ। କିନ୍ତୁ, ଦୁଇ ଝିଅ ଅନ୍ୟ ଜାତିର ପୁଅକୁ ବିବାହ କରିଥିବାରୁ ତାଙ୍କର ଦେହାନ୍ତ ହେବା ପରେ ସମାଜ ଲୋକ କାନ୍ଧଦେବାକୁ ଆସିଲେ ନାହିଁ । ଅତି ଦୁଃଖର ବିଷୟ ଯେ ତାଙ୍କର ବଡ଼ ପୁଅ ମଧ୍ୟ ଜାତିପ୍ରଥା ଜାଲରେ ପଡି ବାପାକୁ କାନ୍ଧ ଦେବାକୁ ଆସିନଥିଲେ। ଯାହା ଫଳରେ ଅନ୍ୟ କିଛି ଉପାୟ ନପାଇ ସାନପୁଅ ଶିବ ମାଝୀ , ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ସ୍ବପ୍ନା ମାଝୀ, ମୃତକଙ୍କ ଭଉଣୀ ଓ ଭାଣିଜୀ ମିଶି ଶବକୁ କାନ୍ଧ ଦେବା ସହ ଶ୍ମଶାନକୁ ନେଇ ସତ୍କାର କରିଥିଲେ । କିଛି ପାଖ ପଡୋଶୀ ଯାଇଥିଲେ ମଧ୍ୟ କେହିଁ ଛୁଇଁ ନଥିଲେ। ଯାହାକୁ ନେଇ ସାନ ପୁଅ ଜାତିପ୍ରଥା ନୀତି ନିୟମ ଉପରେ ଆଙ୍ଗୁଳି ଦେଖାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଦୁନିଆ କେତେ ଆଗକୁ ଯାଇଥିଲେ ମଧ୍ୟ ଆଜି ବି ଲୋକେ ଜାତିପ୍ରଥା ଜାଲରେ ପଡିରହିଛନ୍ତି । ଅନ୍ୟ ଲୋକର କଥାରେ ପଡି ଜାତିପ୍ରଥା ନିୟମକୁ ଚାଲୁ ରଖିଥିବା ମୃତକଙ୍କ ସାନପୁଅ ଅଭିଯୋଗ ଆଣିଛନ୍ତି । ଏବେ ଜାତିରେ ମିଶିଲେ ହିଁ ମୃତକଙ୍କ ଆଗକୁ ଥିବା କାର୍ଯ୍ୟ କରିପାରିବେ ବୋଲି ସମାଜ ଲୋକେ କହୁଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ଭତରା ସମାଜର ଲୋକେ, ପଡୋଶୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri