ବାତ୍ୟା ବାହାନା:ଦରଦାମ୍‌ ଆକାଶଛୁଆଁ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ‘ଫନୀ’ ପୁରୀ ଓ ଭୁବନେଶ୍ୱର ସହରକୁ ଉଜାଡି ଦେଇଛି। ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ଯିବାର ୧୪ ଦିନ ପରେ ମଧ୍ୟ ଅଣ୍ଟା ସଳଖି ପାରିନାହାନ୍ତି ଖୋର୍ଦ୍ଧା, କଟକ, ପୁରୀ ଜିଲାର ଜନସାଧାରଣ। ବିଦ୍ୟୁତ୍‌ ଓ ପାଣି ପାଇଁ ହନ୍ତସନ୍ତ ହେଉଥିବା ବାତ୍ୟା ପୀଡିତଙ୍କ ମୁଣ୍ଡରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଚଡ଼କ ପରି ହୋଇଛି। ରାଜଧାନୀରେ ଆଳୁ, ପିଆଜ, ଡାଲି, ତେଲ, ଅଟା, ସୁଜି, ପନିପରିବା ଓ ଫଳମୂଳ ଦର ଆକାଶ ଛୁଆଁ। ଏଭଳି ଅପ୍ରତ୍ୟାଶିତ ଦର ବୃଦ୍ଧି ସାଧାରଣ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ବୋଝ ଉପରେ ନଳିତ ବିଡା ପରି ହୋଇଛି। ହରଡ ଡାଲି କିଲୋ ୧୦୦ ଟଙ୍କା ଛୁଇଁଲାଣି। ବାତ୍ୟା ପୂର୍ବରୁ ୭୦ ଓ ୮୦ ଟଙ୍କାରେ ମିଳୁଥିଲା। ଚିନି ୪୨ ଟଙ୍କାରେ ମିଳୁ ଥିବା ବେଳେ ଏବେ ୪୮ ଟଙ୍କା। ସେହିପରି ମୁଗଡାଲି କିଲୋ ୮୫ରୁ ୯୦ ଟଙ୍କା ବିକ୍ର୍ରି ହେଉଛି। ଯାହାକି ବାତ୍ୟା ପୂର୍ବରୁ ୭୦ ଟଙ୍କାରେ ମିଳୁଥିଲା। ବୁଟଡାଲି, ବିରି, ଅଟା, ମଇଦା, ବୁଟ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ୧୦ରୁ ୧୫ ଟଙ୍କା ବଢି ଯାଇଛି। ଏହାଛଡା ପନିପରିବା ଦର ମଧ୍ୟ ବଢ଼ିଛି ା ହୋଲସେଲ ବଜାରରେ ଆଳୁ କିଲୋ ୧୦ ଟଙ୍କାରେ ମିଳୁଥିବା ବେଳେ ବଜାରରେ ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ମଧ୍ୟ ଖୁଚୁରା ବଜାରରେ ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ କିଲୋ ୫୦ରୁ ୮୦ ଟଙ୍କା, ଟମାଟୋ କିଲୋ ୬୦ ଟଙ୍କା ଏବଂ ବାଇଗଣ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଆମ୍ବ କିଲୋ ୧୦୦ ଟଙ୍କା ହୋଇଥିବା ବେଳେ କଦଳୀ ଡଜନ ୧୦୦ ଟଙ୍କାରେ ବିକ୍ରି ହେଉଛି।
ଅଚାନକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଘର ସଜାଡିବାକୁ ଅର୍ଥ ବଳ ନ ଥିବା ବେଳେ ବଜାରର ମହଙ୍ଗାମାଡ଼ ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାରଙ୍କୁ ମଧ୍ୟ ଅଣନିଃଶ୍ୱାସୀ କରିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ଭରପୂର ଫାଇଦା ଉଠାଉଛନ୍ତି ବ୍ୟବସାୟୀ। ଖାଉଟି ମୀନାକ୍ଷୀ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଆମର ୮ ଜଣ ସଦସ୍ୟ ବିଶିଷ୍ଟ ପରିବାର। ପନିପରିବା ୧ କିଲୋରୁ କମ୍‌ ନେଲେ ହେଉ ନାହିଁ। ତେବେ ଆକାଶ ଛୁଆଁ ଦର ଯୋଗୁ ଆମେ ଗତ କିଛିଦିନ ହେବ ପରିବା ଖାଇବା ଭୁଲି ଗଲୁଣି। ଅଢେଇଶହ ଓ ଅଧା କିଲୋ ନେଇ କାମ ଚଳାଉଛୁ। ଦର ଶସ୍ତା ହେଲେ ପୁଣି ପରିବା ନେବା କଥା ଚିନ୍ତା କରାଯିବ। ଡାଲି, ତେଲ ଓ ଅନ୍ୟ ଦ୍ରବ୍ୟ ଦର ବଢିବା ଆମ ପାଇଁ ବାତ୍ୟାର ବିପଦ ହୋଇ ଦେଖା ଦେଇଛି ବୋଲି ସେ କହିଛନ୍ତି।
ତେବେ ଆଶ୍ଚର୍ଯ୍ୟର କଥା ବାତ୍ୟା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋର ଦିଆଯାଉଥିବା ବେଳେ ଖୁଚୁରା ବଜାର ବ୍ୟବସାୟୀଙ୍କ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଯିଏ ଯେଉଁ ଦର ଚାହିଁଲେ ବିକ୍ରି କଲେ। ପଚାରିଲେ ଉତ୍ତର ମିଳୁଛି ଆଗରୁ ଯେତିକି ଆସୁଥିଲା ସେତିକି ଆସୁ ନାହିଁ। ଆମେ ଚଢ଼ା ଦରରେ କିଣୁଛୁ। କମ୍‌ରେ କିପରି ଦେବୁ। ଖାଉଟିମାନେ କାନ ମୁଣ୍ଡ ଆଉଁଶି ବ୍ୟବସାୟୀଙ୍କ କଥାକୁ ଭରସା କରି ଚଢା ଦର ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ୧ କିଲୋ ଦରକାର ସେଠାରେ ଅଢେଇଶହରୁ ୫୦୦ ଗ୍ରାମ ନେଇ କାମ ଚଳାଉଛନ୍ତି।
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀମାନେ ମଧ୍ୟ ଏ ଦିଗରେ ସତେ ଯେମିତି ବେପରୁଆ। ବଜାରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିକଟରେ କୌଣସି ବିଧି ବ୍ୟବସ୍ଥା ନାହିଁ। କିମ୍ବା ବଜାରରେ ଦର କ’ଣ ଚାଲିଛି ତାହା ଜାଣିବାକୁ ଯୋଗାଣ ଅଧିକାରୀମାନଙ୍କ ବେଳ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜ ହୋଲ୍‌ସେଲ ଦର ଠାରୁ ଯଥାକ୍ରମେ ୨ ଓ ୩ ଟଙ୍କାରୁ ଅଧିକ ବିକ୍ରି ନ କରିବାକୁ ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଏହି ନିର୍ଦ୍ଦେଶକୁ ଖୁଚୁରା ବ୍ୟବସାୟୀ ଫୁତ୍‌କାର ମାରି ଉଡାଇ ଦେଉଛନ୍ତି। ବାତ୍ୟାକୁ ଏକ ମୌକା ଭାବି ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି ବ୍ୟବସାୟୀ। ଏ ସମ୍ପର୍କରେ ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ବାତ୍ୟା ପରଠାରୁ ବିଦ୍ୟୁତ୍‌ ନ ଥିବାରୁ ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଅଟା ଓ ଚାଉଳ ମିଲ୍‌ ବନ୍ଦ ରହିଛି। ବାହାର ଜିଲାରୁ ମଗାଇବାକୁ ପଡୁଛି। ସେଥିପାଇଁ ଦର ସାମାନ୍ୟ ବୃଦ୍ଧି ହୋଇଛି। ତେବେ ହରଡଡାଲି କୁଇଣ୍ଟାଲ ୮ ହଜାର ଟଙ୍କା ରହିଛି। ରାଜ୍ୟ ସରକାର ମିଲମାଲିକମାନଙ୍କର ହୋଇଥିବା କୋଟି କୋଟି ଟଙ୍କା କ୍ଷତି ଭରଣା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। ଏପରି କି ମିଲ୍‌ଗୁଡିକର ମଧ୍ୟ ସର୍ଭେ କରାଯାଇ ନାହିଁ। ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯାଇ ନାହିଁ। ତଥାପି ବଜାର ଦର ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । ଅନ୍ୟ ପଟେ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟ ଏକ ମୌଳିକ ଅଧିକାର ହୋଇଯାଇଛିି। ବଜାରକୁ ନିୟନ୍ତ୍ରଣ କରିବାକୁ କିଛି ଆଇନକାନୁନ ବ୍ୟବସ୍ଥା ନାହିଁ। ଆଳୁ ପାଇକାରି ଦର ୧୦ ଟଙ୍କା ଓ ପିଆଜ ଦର ୭ରୁ ୧୨ ଟଙ୍କା ମଧ୍ୟରେ ରହିଛି। ଯୋଗାଣରେ ମଧ୍ୟ କୌଣସି ସମସ୍ୟା ନାହିଁ। ଖୁଚୁରା ବଜାରରେ ଦର ବଢିବାର କୌଣସି କାରଣ ନାହିଁ। ବଜାରକୁ ନିୟନ୍ତ୍ରଣ କରିବାକୁ ଆମ ରାଜ୍ୟରେ କୌଣସି ବିଧି ବ୍ୟବସ୍ଥା ନାହିଁ। ଖାଉଟିମାନେ ମଧ୍ୟ ସଚେତନ ନୁହନ୍ତି। ସେମାନେ ହିଁ ଶୋଷଣର ଶିକାର ହେବେ ବୋଲି ସେ କହିଛନ୍ତି। ଦର ବୃଦ୍ଧି ସମ୍ପର୍କରେ ଯୋଗାଣ ବିଭାଗର ଡିଡିଏମଆଇଟି ପ୍ରଭାକର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri