ବାତ୍ୟା ବାହାନା:ଦରଦାମ୍‌ ଆକାଶଛୁଆଁ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ‘ଫନୀ’ ପୁରୀ ଓ ଭୁବନେଶ୍ୱର ସହରକୁ ଉଜାଡି ଦେଇଛି। ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ଯିବାର ୧୪ ଦିନ ପରେ ମଧ୍ୟ ଅଣ୍ଟା ସଳଖି ପାରିନାହାନ୍ତି ଖୋର୍ଦ୍ଧା, କଟକ, ପୁରୀ ଜିଲାର ଜନସାଧାରଣ। ବିଦ୍ୟୁତ୍‌ ଓ ପାଣି ପାଇଁ ହନ୍ତସନ୍ତ ହେଉଥିବା ବାତ୍ୟା ପୀଡିତଙ୍କ ମୁଣ୍ଡରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଚଡ଼କ ପରି ହୋଇଛି। ରାଜଧାନୀରେ ଆଳୁ, ପିଆଜ, ଡାଲି, ତେଲ, ଅଟା, ସୁଜି, ପନିପରିବା ଓ ଫଳମୂଳ ଦର ଆକାଶ ଛୁଆଁ। ଏଭଳି ଅପ୍ରତ୍ୟାଶିତ ଦର ବୃଦ୍ଧି ସାଧାରଣ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ବୋଝ ଉପରେ ନଳିତ ବିଡା ପରି ହୋଇଛି। ହରଡ ଡାଲି କିଲୋ ୧୦୦ ଟଙ୍କା ଛୁଇଁଲାଣି। ବାତ୍ୟା ପୂର୍ବରୁ ୭୦ ଓ ୮୦ ଟଙ୍କାରେ ମିଳୁଥିଲା। ଚିନି ୪୨ ଟଙ୍କାରେ ମିଳୁ ଥିବା ବେଳେ ଏବେ ୪୮ ଟଙ୍କା। ସେହିପରି ମୁଗଡାଲି କିଲୋ ୮୫ରୁ ୯୦ ଟଙ୍କା ବିକ୍ର୍ରି ହେଉଛି। ଯାହାକି ବାତ୍ୟା ପୂର୍ବରୁ ୭୦ ଟଙ୍କାରେ ମିଳୁଥିଲା। ବୁଟଡାଲି, ବିରି, ଅଟା, ମଇଦା, ବୁଟ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ୧୦ରୁ ୧୫ ଟଙ୍କା ବଢି ଯାଇଛି। ଏହାଛଡା ପନିପରିବା ଦର ମଧ୍ୟ ବଢ଼ିଛି ା ହୋଲସେଲ ବଜାରରେ ଆଳୁ କିଲୋ ୧୦ ଟଙ୍କାରେ ମିଳୁଥିବା ବେଳେ ବଜାରରେ ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ମଧ୍ୟ ଖୁଚୁରା ବଜାରରେ ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ କିଲୋ ୫୦ରୁ ୮୦ ଟଙ୍କା, ଟମାଟୋ କିଲୋ ୬୦ ଟଙ୍କା ଏବଂ ବାଇଗଣ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଆମ୍ବ କିଲୋ ୧୦୦ ଟଙ୍କା ହୋଇଥିବା ବେଳେ କଦଳୀ ଡଜନ ୧୦୦ ଟଙ୍କାରେ ବିକ୍ରି ହେଉଛି।
ଅଚାନକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଘର ସଜାଡିବାକୁ ଅର୍ଥ ବଳ ନ ଥିବା ବେଳେ ବଜାରର ମହଙ୍ଗାମାଡ଼ ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାରଙ୍କୁ ମଧ୍ୟ ଅଣନିଃଶ୍ୱାସୀ କରିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ଭରପୂର ଫାଇଦା ଉଠାଉଛନ୍ତି ବ୍ୟବସାୟୀ। ଖାଉଟି ମୀନାକ୍ଷୀ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଆମର ୮ ଜଣ ସଦସ୍ୟ ବିଶିଷ୍ଟ ପରିବାର। ପନିପରିବା ୧ କିଲୋରୁ କମ୍‌ ନେଲେ ହେଉ ନାହିଁ। ତେବେ ଆକାଶ ଛୁଆଁ ଦର ଯୋଗୁ ଆମେ ଗତ କିଛିଦିନ ହେବ ପରିବା ଖାଇବା ଭୁଲି ଗଲୁଣି। ଅଢେଇଶହ ଓ ଅଧା କିଲୋ ନେଇ କାମ ଚଳାଉଛୁ। ଦର ଶସ୍ତା ହେଲେ ପୁଣି ପରିବା ନେବା କଥା ଚିନ୍ତା କରାଯିବ। ଡାଲି, ତେଲ ଓ ଅନ୍ୟ ଦ୍ରବ୍ୟ ଦର ବଢିବା ଆମ ପାଇଁ ବାତ୍ୟାର ବିପଦ ହୋଇ ଦେଖା ଦେଇଛି ବୋଲି ସେ କହିଛନ୍ତି।
ତେବେ ଆଶ୍ଚର୍ଯ୍ୟର କଥା ବାତ୍ୟା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋର ଦିଆଯାଉଥିବା ବେଳେ ଖୁଚୁରା ବଜାର ବ୍ୟବସାୟୀଙ୍କ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଯିଏ ଯେଉଁ ଦର ଚାହିଁଲେ ବିକ୍ରି କଲେ। ପଚାରିଲେ ଉତ୍ତର ମିଳୁଛି ଆଗରୁ ଯେତିକି ଆସୁଥିଲା ସେତିକି ଆସୁ ନାହିଁ। ଆମେ ଚଢ଼ା ଦରରେ କିଣୁଛୁ। କମ୍‌ରେ କିପରି ଦେବୁ। ଖାଉଟିମାନେ କାନ ମୁଣ୍ଡ ଆଉଁଶି ବ୍ୟବସାୟୀଙ୍କ କଥାକୁ ଭରସା କରି ଚଢା ଦର ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ୧ କିଲୋ ଦରକାର ସେଠାରେ ଅଢେଇଶହରୁ ୫୦୦ ଗ୍ରାମ ନେଇ କାମ ଚଳାଉଛନ୍ତି।
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀମାନେ ମଧ୍ୟ ଏ ଦିଗରେ ସତେ ଯେମିତି ବେପରୁଆ। ବଜାରକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିକଟରେ କୌଣସି ବିଧି ବ୍ୟବସ୍ଥା ନାହିଁ। କିମ୍ବା ବଜାରରେ ଦର କ’ଣ ଚାଲିଛି ତାହା ଜାଣିବାକୁ ଯୋଗାଣ ଅଧିକାରୀମାନଙ୍କ ବେଳ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜ ହୋଲ୍‌ସେଲ ଦର ଠାରୁ ଯଥାକ୍ରମେ ୨ ଓ ୩ ଟଙ୍କାରୁ ଅଧିକ ବିକ୍ରି ନ କରିବାକୁ ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଏହି ନିର୍ଦ୍ଦେଶକୁ ଖୁଚୁରା ବ୍ୟବସାୟୀ ଫୁତ୍‌କାର ମାରି ଉଡାଇ ଦେଉଛନ୍ତି। ବାତ୍ୟାକୁ ଏକ ମୌକା ଭାବି ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି ବ୍ୟବସାୟୀ। ଏ ସମ୍ପର୍କରେ ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ବାତ୍ୟା ପରଠାରୁ ବିଦ୍ୟୁତ୍‌ ନ ଥିବାରୁ ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଅଟା ଓ ଚାଉଳ ମିଲ୍‌ ବନ୍ଦ ରହିଛି। ବାହାର ଜିଲାରୁ ମଗାଇବାକୁ ପଡୁଛି। ସେଥିପାଇଁ ଦର ସାମାନ୍ୟ ବୃଦ୍ଧି ହୋଇଛି। ତେବେ ହରଡଡାଲି କୁଇଣ୍ଟାଲ ୮ ହଜାର ଟଙ୍କା ରହିଛି। ରାଜ୍ୟ ସରକାର ମିଲମାଲିକମାନଙ୍କର ହୋଇଥିବା କୋଟି କୋଟି ଟଙ୍କା କ୍ଷତି ଭରଣା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି। ଏପରି କି ମିଲ୍‌ଗୁଡିକର ମଧ୍ୟ ସର୍ଭେ କରାଯାଇ ନାହିଁ। ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଆଯାଇ ନାହିଁ। ତଥାପି ବଜାର ଦର ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । ଅନ୍ୟ ପଟେ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟ ଏକ ମୌଳିକ ଅଧିକାର ହୋଇଯାଇଛିି। ବଜାରକୁ ନିୟନ୍ତ୍ରଣ କରିବାକୁ କିଛି ଆଇନକାନୁନ ବ୍ୟବସ୍ଥା ନାହିଁ। ଆଳୁ ପାଇକାରି ଦର ୧୦ ଟଙ୍କା ଓ ପିଆଜ ଦର ୭ରୁ ୧୨ ଟଙ୍କା ମଧ୍ୟରେ ରହିଛି। ଯୋଗାଣରେ ମଧ୍ୟ କୌଣସି ସମସ୍ୟା ନାହିଁ। ଖୁଚୁରା ବଜାରରେ ଦର ବଢିବାର କୌଣସି କାରଣ ନାହିଁ। ବଜାରକୁ ନିୟନ୍ତ୍ରଣ କରିବାକୁ ଆମ ରାଜ୍ୟରେ କୌଣସି ବିଧି ବ୍ୟବସ୍ଥା ନାହିଁ। ଖାଉଟିମାନେ ମଧ୍ୟ ସଚେତନ ନୁହନ୍ତି। ସେମାନେ ହିଁ ଶୋଷଣର ଶିକାର ହେବେ ବୋଲି ସେ କହିଛନ୍ତି। ଦର ବୃଦ୍ଧି ସମ୍ପର୍କରେ ଯୋଗାଣ ବିଭାଗର ଡିଡିଏମଆଇଟି ପ୍ରଭାକର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri