ବଜାର ପିଣ୍ଡିରେ ନ ବସି ବିପଦପୂର୍ଣ୍ଣ ରାସ୍ତାକଡ଼ରେ ବସୁଛନ୍ତି ବ୍ୟବସାୟୀ, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୧୮ା୬(ଦୁର୍ଗା କୀର୍ତ୍ତି): ସରକାରଙ୍କ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ନିର୍ଦ୍ଦେଶରେ ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ନିମନ୍ତେ ବିଭିନ୍ନ ସ୍ଥାନରେ ସାପ୍ତାହିକ ବଜାର ବସାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଉଛି, ବଜାର ଓ ସେଡ୍‌ର ବ୍ୟବସ୍ଥା ଏହା ଦ୍ବାରା ଦୋକାନୀମାନେ ଦୋକାନ ଖୋଲି ବସିବା ପାଇଁ ସୁବିଧା ହୋଇଥାଏ। ଉକ୍ତ ସ୍ଥାନ ନିଶ୍ଚିତ ଭାବରେ ନିରାପଦ ଦୋକାନୀ ତାଙ୍କ ଦୋକାନ ଖୋଲି ଗ୍ରାହକଙ୍କୁ ଜିନିଷପତ୍ର କିଣାବିକାରେ ସହାୟତା ପାଇଁ ସୁବ୍ୟବସ୍ଥା ହୋଇଥାଏ। ଏଭଳି ଗ୍ରାହକ ଓ ଦୋକାନୀଙ୍କ ଆଦାନ ପ୍ରଦାନ କରିବା ଭଳି ସୁବିଧା ସୁଯୋଗ ଥିବା ସ୍ଥାନରେ ବଜାର ବସିବା ବଦଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନରେ ବଜାର ବସିବା କେତେ ଦୂର ନିରାପଦ ତାହା ଏବେ ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମୁଖ୍ୟାଳୟଠାରେ। ଯେଉଁ ସ୍ଥାନକୁ ବ୍ଳକ ପ୍ରଶାସନ ଓ ରାଜସ୍ବ ବିଭାଗ ଦ୍ବାରା ସାପ୍ତାହିକ ବଜାର ପାଇଁ ଜାଗା ଚିହ୍ନଟ ହେଲା। ସେହିଠାରେ ହିଁ ଯାହାକି ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡିଆରେ ସୁନ୍ଦର ବଜାର ପଡ଼ିଆଟିଏ ଆର୍ଥିକ ବର୍ଷ ୨୦୨୩-୨୪ର ଆଇଟିଡିଏ, ଡିଏମ୍‌ଏଫ୍‌, ୫ତମ ଷ୍ଟେଟ୍‌ ଫାଇନାନ୍ସି କମିଶନରୁ ପାଖାପାଖି ୨୦ ଲକ୍ଷରୁ  ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି, ହେଲେ ସେଠାରେ ସାପ୍ତାହିକ ବୁଧବାର ବଜାର ବସିବା ବଦଳରେ ଥୁଆମୁଳ ରାମପୁରସ୍ଥିତ ଦେଶୀ ମଦଭାଟି ପାଖ ଲାଗିଥିବା ଘାଟି ତଳେ ଏକ ବେସରକାରୀ ଜାଗାରେ ଏହି ସାପ୍ତାହିକ ବଜାର ଏକ ବର୍ଷରୁ ଅଧିକ ସମୟ ଧରି ବସିଆସୁଛି, ଏହାଦ୍ବାର ଏହି ବଜାରରୁ ପଞ୍ଚାୟତ କିଛି ଅର୍ଥ ପାଉନଥିବା ବେଳେ ପଞ୍ଚାୟତ ତା’ର ରାଜସ୍ବ ହରାଇ ବସିଛି। ଏଠାରୁ ପ୍ରମାଣ ମିଳିଛି ଯେ, କିଛି ରାଜନେତା ଓ କିଛି ଦୋକାନୀ ମିଳିତ ଭାବରେ ବ୍ଳକ ପ୍ରଶାସନଙ୍କ ଆଇନକୁ ଫୁ କରିଥିବା ଜଣାପଡ଼ିଛି। ତେବେ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସରପଞ୍ଚ ଓ କର୍ମଚାରୀ ହାତ ବାନ୍ଧି ବସିଥିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ତେବେ ଯଥାଶୀଘ୍ର ଏଦିଗରେ ବ୍ଲକ ଓ ପଞ୍ଚାୟତ ତରଫରୁ ହସ୍ତକ୍ଷେପ କରି ନୂତନରେ ନିର୍ମାଣ କରାଯାଇଥିବା ସାପ୍ତାହିକ ବଜାର ପଡ଼ିଆରେ ହିଁ ଏହି ବୁଧବାର ବଜାରକୁ ସ୍ଥାନାନ୍ତର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଏବଂ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକଙ୍କୁ ପଚାରିଲେ ଆମେ ଅନେକ ଥର ନୋଟିସ୍‌ ମାଧ୍ୟମରେ ଉକ୍ତ ଦୋକାନୀମାନଙ୍କ ଅବଗତ କରିଛୁ ହେଲେ ସେମାନେ କିଛି ମୁଷ୍ଟିମୟ ବ୍ୟକ୍ତି ବିଶେଷଙ୍କ କଥାରେ ପଡ଼ି ସେଠାରେ ହିଁ ବଜାର ବସିଛନ୍ତି ବୋଲି କହିବା ସହ ଆମ କଥାକୁ କର୍ଣ୍ଣପାତ କରୁନାହାନ୍ତି ବ୍ୟବସାୟୀ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri