
ଥୁଆମୂଳ ରାମପୁର,୧୮ା୬(ଦୁର୍ଗା କୀର୍ତ୍ତି): ସରକାରଙ୍କ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ନିର୍ଦ୍ଦେଶରେ ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ନିମନ୍ତେ ବିଭିନ୍ନ ସ୍ଥାନରେ ସାପ୍ତାହିକ ବଜାର ବସାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଉଛି, ବଜାର ଓ ସେଡ୍ର ବ୍ୟବସ୍ଥା ଏହା ଦ୍ବାରା ଦୋକାନୀମାନେ ଦୋକାନ ଖୋଲି ବସିବା ପାଇଁ ସୁବିଧା ହୋଇଥାଏ। ଉକ୍ତ ସ୍ଥାନ ନିଶ୍ଚିତ ଭାବରେ ନିରାପଦ ଦୋକାନୀ ତାଙ୍କ ଦୋକାନ ଖୋଲି ଗ୍ରାହକଙ୍କୁ ଜିନିଷପତ୍ର କିଣାବିକାରେ ସହାୟତା ପାଇଁ ସୁବ୍ୟବସ୍ଥା ହୋଇଥାଏ। ଏଭଳି ଗ୍ରାହକ ଓ ଦୋକାନୀଙ୍କ ଆଦାନ ପ୍ରଦାନ କରିବା ଭଳି ସୁବିଧା ସୁଯୋଗ ଥିବା ସ୍ଥାନରେ ବଜାର ବସିବା ବଦଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନରେ ବଜାର ବସିବା କେତେ ଦୂର ନିରାପଦ ତାହା ଏବେ ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମୁଖ୍ୟାଳୟଠାରେ। ଯେଉଁ ସ୍ଥାନକୁ ବ୍ଳକ ପ୍ରଶାସନ ଓ ରାଜସ୍ବ ବିଭାଗ ଦ୍ବାରା ସାପ୍ତାହିକ ବଜାର ପାଇଁ ଜାଗା ଚିହ୍ନଟ ହେଲା। ସେହିଠାରେ ହିଁ ଯାହାକି ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡିଆରେ ସୁନ୍ଦର ବଜାର ପଡ଼ିଆଟିଏ ଆର୍ଥିକ ବର୍ଷ ୨୦୨୩-୨୪ର ଆଇଟିଡିଏ, ଡିଏମ୍ଏଫ୍, ୫ତମ ଷ୍ଟେଟ୍ ଫାଇନାନ୍ସି କମିଶନରୁ ପାଖାପାଖି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି, ହେଲେ ସେଠାରେ ସାପ୍ତାହିକ ବୁଧବାର ବଜାର ବସିବା ବଦଳରେ ଥୁଆମୁଳ ରାମପୁରସ୍ଥିତ ଦେଶୀ ମଦଭାଟି ପାଖ ଲାଗିଥିବା ଘାଟି ତଳେ ଏକ ବେସରକାରୀ ଜାଗାରେ ଏହି ସାପ୍ତାହିକ ବଜାର ଏକ ବର୍ଷରୁ ଅଧିକ ସମୟ ଧରି ବସିଆସୁଛି, ଏହାଦ୍ବାର ଏହି ବଜାରରୁ ପଞ୍ଚାୟତ କିଛି ଅର୍ଥ ପାଉନଥିବା ବେଳେ ପଞ୍ଚାୟତ ତା’ର ରାଜସ୍ବ ହରାଇ ବସିଛି। ଏଠାରୁ ପ୍ରମାଣ ମିଳିଛି ଯେ, କିଛି ରାଜନେତା ଓ କିଛି ଦୋକାନୀ ମିଳିତ ଭାବରେ ବ୍ଳକ ପ୍ରଶାସନଙ୍କ ଆଇନକୁ ଫୁ କରିଥିବା ଜଣାପଡ଼ିଛି। ତେବେ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସରପଞ୍ଚ ଓ କର୍ମଚାରୀ ହାତ ବାନ୍ଧି ବସିଥିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ତେବେ ଯଥାଶୀଘ୍ର ଏଦିଗରେ ବ୍ଲକ ଓ ପଞ୍ଚାୟତ ତରଫରୁ ହସ୍ତକ୍ଷେପ କରି ନୂତନରେ ନିର୍ମାଣ କରାଯାଇଥିବା ସାପ୍ତାହିକ ବଜାର ପଡ଼ିଆରେ ହିଁ ଏହି ବୁଧବାର ବଜାରକୁ ସ୍ଥାନାନ୍ତର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଏବଂ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକଙ୍କୁ ପଚାରିଲେ ଆମେ ଅନେକ ଥର ନୋଟିସ୍ ମାଧ୍ୟମରେ ଉକ୍ତ ଦୋକାନୀମାନଙ୍କ ଅବଗତ କରିଛୁ ହେଲେ ସେମାନେ କିଛି ମୁଷ୍ଟିମୟ ବ୍ୟକ୍ତି ବିଶେଷଙ୍କ କଥାରେ ପଡ଼ି ସେଠାରେ ହିଁ ବଜାର ବସିଛନ୍ତି ବୋଲି କହିବା ସହ ଆମ କଥାକୁ କର୍ଣ୍ଣପାତ କରୁନାହାନ୍ତି ବ୍ୟବସାୟୀ ବୋଲି ପ୍ରକାଶ କରିଛନ୍ତି।