ଖାଉଟିଙ୍କୁ ଲୁଟୁଛନ୍ତି ପରିବା ବେପାରୀ

ବର୍ତ୍ତମାନର ବଜାରକୁ ଦେଖିଲେ ପୂର୍ବପରି ପକେଟରେ ପଇସା ପୂରାଇ ବ୍ୟାଗ୍‌ରେ ଆଉ ପନିପରିବା କିଣିହେବ ନାହିଁ। ସର୍ବନିମ୍ନ ସାରୁଠାରୁ ଛଞ୍ଚିଣା, ଜହ୍ନିଠାରୁ ଲଙ୍କା, ବାଇଗଣଠାରୁ କଲରା ସବୁର ଅମୂଲ ମୂଲ ବଜାର ଚଢ଼ା ରେଟ୍‌। ବଜାର ଦରରେ ଏବେ ଯେମିତି ନିଆଁ ଲାଗି ପ୍ରତିଦିନ ପନିପରିବାର ଭାଉ ହୁ ହୁ ହୋଇ ଆକାଶଛୁଇଁ ଥିବାବେଳେ ଅନେକ କ୍ଷେତ୍ରରେ ଦେଖାଦେଉଛି ବାସ୍ତବରେ ଚାଷୀ ଯେତିକି ମୂଲ୍ୟରେ ପନିପରିବା ବିକୁଛି ତା’ଠାରୁ ୨ଗୁଣାରୁ ବେଶି ମୂଲ୍ୟରେ ବ୍ୟବସାୟୀମାନେ ବଜାରରେ ବିକ୍ରି କରୁଛନ୍ତି। ବର୍ଷାଦିନ, ସାମଗ୍ରୀ ସଙ୍କଟ, ପରିବହନ ବାଧାପ୍ରାପ୍ତ ଏହିଭଳି ଦୁନିଆ ବାହାନା ଦେଖାଇ ଦରଦାମକୁ କେତେଜଣ ମୁନାଫାଖୋର ବ୍ୟବସାୟୀ ବଢ଼ାଇ ଚାଲିଛନ୍ତି। ତେବେ ପ୍ରଶାସନର ନିୟନ୍ତ୍ରଣ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାଧାରଣରେ ଖାଉଟିଙ୍କ ମଧ୍ୟରେ ଏହି ଦର ବୃଦ୍ଧି ଚଡ଼କ ସଦୃଶ। ଚାଷୀ ବିକୁଥିବା ମୂଲ୍ୟ ଓ ଖାଉଟି କିଣୁଥିବା ମୂଲ୍ୟ ଭିତରେ ବିରାଟ ବ୍ୟବଧାନ ରହୁଛି। ବର୍ତ୍ତମାନ ବଜାରରେ କୌଣସି ପରିବା ୧୦୦ତଳକୁ ନାହିଁ। ଶ୍ରାବଣ ମାସ ଥିବାରୁ ଆଗକୁ ବଡ଼ ବର୍ଷାର ସମ୍ଭାବନା ଓ ମୌସୁମୀର ଲଗାଣବର୍ଷା ସମ୍ଭାବନା ଥିବାରୁ ପନିପରିବା ଦର ଶୀଘ୍ର ଖସିଲା ପରି ଲାଗୁନାହିଁ।
୨୦୧୩ରେ ରାଜ୍ୟରେ ୧୪ ଲକ୍ଷ ୨୫ ହଜାର ମେଟ୍ରିକ ଟନ୍‌ ପରିବା ଉପତ୍ାଦନ ହେଉଥିଲା। ୧୦ ବର୍ଷ ମଧ୍ୟରେ ଏହା ୪.୫୧% ବୃଦ୍ଧି ପାଇ ୯୮ ଲକ୍ଷ ୫୧ହଜାର ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି; ଯାହା ଗ୍ରାହକଙ୍କ ଚାହିଦା ପୂରଣ କରୁନାହିଁ। ଏହା ସତ୍ତ୍ୱେ ଓଡ଼ିଶା କନ୍ଦମୂଳ, ଛତୁ ଉପତ୍ାଦନରେ ପ୍ରଥମ, ବାଇଗଣ, ବନ୍ଧାକୋବିି, ପଣସରେ ଦ୍ୱିତୀୟ, ଟମାଟୋରେ ପଞ୍ଚମ, ଫୁଲକୋବିରେ ଷଷ୍ଠ ସ୍ଥାନରେ ରହିଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଏ। ତାହା ବି କେବେଳ ନିର୍ଦ୍ଦିଷ୍ଟ ସମୟରେ ଉପତ୍ାଦିତ ହେଉଛି। ଖରା ସହଣୀ, ବର୍ଷା ସହଣୀ ବିହନର ଲାଭ କିମ୍ବା ସଂରକ୍ଷଣ ସୁବିଧାର ଅଭାବ ଯୋଗୁ ବର୍ଷତମାମ ଓଡ଼ିଶା ବଜାରକୁ ଦେଶୀ ପରିବା ଆସୁପାରୁନାହିଁ। ବର୍ତ୍ତମାନ ଭଳି ବଜାରକୁ ବ୍ୟବସାୟୀ କବ୍‌ଜାକରି ଅଚାନକ ଦର ବଢ଼ିଯାଉଛି।
ଜଣେ ଚାଷୀଙ୍କ କହିବା ମୁତାବକ ରବିରେ ଅର୍ଥାତ୍‌ ସେପ୍ଟେମ୍ବର, ଡିସେମ୍ବର ମାସରେ ସେ ଟମାଟୋ, ଭେଣ୍ଡି, ବାଇଗଣ ଚାଷ କରନ୍ତି। ୩ ମାସ ମଧ୍ୟରେ ଫଳ ବିକ୍ରି ହୁଏ। ମାର୍ଚ୍ଚ ପରେ ଧାନ ଚାଷର ବ୍ୟସ୍ତତା ଯୋଗୁ ଅନ୍ୟ ଚାଷ କରିବା ସମ୍ଭବ ହୁଏନାହିଁ। ପାଣିର ଅଭାବ ମଧ୍ୟ ବାଧକ ହୁଏ। ଧାନ, ମାଣ୍ଡିଆ ଏବଂ କ୍ଷୀର ଉପତ୍ାଦନ ବିକ୍ରିରେ ଗ୍ୟାରେଣ୍ଟି ସହ ଏମ୍‌ଏସ୍‌ପି ରହିଛି। ମଣ୍ଡି ପର୍ଯ୍ୟନ୍ତ ପହଞ୍ଚତ୍ ନ ପାରିଲେ ମଧ୍ୟ ରାଇସ୍‌ ମିଲ୍‌, କ୍ଷୀର କମ୍ପାନୀ ଭଳି ପ୍ରୋସେସିଂ ୟୁନିଟ୍‌ ରହୁଥିବାରୁ ପ୍ରାପ୍ୟ କମ୍‌ ମିଳିଲେ ମଧ୍ୟ ବିକ୍ରିରେ କୌଣସି ଅସୁବିଧା ହୁଏ ନାହିଁ। ପରିବା ବିକ୍ରି ବେଳକୁ ଓଲଟା ସ୍ଥିତି ହୁଏ। ନିଜେ ବଜାରକୁ ବିକ୍ରି କରିବାକୁ ବାହାରିଲେ ପରିବହନ ଖର୍ଚ୍ଚ ଅଣ୍ଟା ଭାଙ୍ଗିଦିଏ। ବ୍ୟବସାୟୀ କିଣିଲେ କମ୍‌ ଟଙ୍କା ଦିଏ। ଏଠାରେ ଟମାଟୋ ଉପତ୍ାଦନ ପାଇଁ ପାଗ ଅନୁକୂଳ ଥିଲେ ମଧ୍ୟ ପ୍ରୋସେସିଂ ୟୁନିଟ୍‌ ନ ଥିବାରୁ ଲାଭ ମିଳେ ନାହିଁ।
ବର୍ଷା, ଖରାମାଡ଼ କିମ୍ବା କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହେଲେ ଇନ୍‌ପୁଟ ସବ୍‌ସିଡି କିମ୍ବା ବୀମାର ଲାଭ ମଧ୍ୟ ପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳେନାହିଁ। ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶା ପାଇଁ ବର୍ଷାକୁ ଆଖି ଆଗରେ ପରିବା ଚାଷ କରିବା କେତେ କଷ୍ଟକର ଅନୁମାନ କରାଯାଇପାରେ। ସେହିଭଳି ମାର୍ଚ୍ଚ,ଏପ୍ରିଲ ପରେ ପରିବା ଚାଷ ହେଉ ନ ଥିବାରୁ ମେ, ଜୁନ୍‌ ବେଳକୁ ଦେଶୀ ପରିବା ଓଡ଼ିଶା ବଜାରକୁ ଆସିପାରେ ନାହିଁ। ବାହାର ରାଜ୍ୟ ବ୍ୟବସାୟୀ ଏହାର ଲାଭ ନିଅନ୍ତି। କୋରାପୁଟ ଚାଷୀଙ୍କ କହିବା ଅନୁସାରେ ଏଠାରେ ଉପତ୍ାଦିତ ପରିବାକୁ ଅତି ଅଳ୍ପ ଦରରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାର ବ୍ୟବସାୟୀମାନେ କିଣୁଛନ୍ତି। ବର୍ତ୍ତମାନ ଯେଉଁଠି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଟଳ ୮୦ରୁ ୧୦୦ ଟଙ୍କା, ବାଇଗଣ ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି, କୋରାପୁଟ ଚାଷୀ ମାତ୍ର ୨୦ରୁ ୨୫ଟଙ୍କାରେ ବାଇଗଣ ଏବଂ ୩୫ରୁ ୪୦ ଟଙ୍କାରେ ପୋଟଳ ଆନ୍ଧ୍ରପ୍ରଦେଶ ବ୍ୟବସାୟୀଙ୍କୁ ବିକ୍ରିକରି ଦେଉଛନ୍ତି। ଚାଷୀଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବାରୁ ସେମାନେ ସଂରକ୍ଷଣ କରିପାରୁ ନାହାନ୍ତି। ଅନେକ ଚାଷୀ ରାତାରାତି ବିକ୍ରି କରିଦିଅନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗିର ରାତି ବଜାରର ବିଶେଷ ନାମ ରହିଛି। ପଲ୍ଲୀ ହାଉସ ଜରିଆରେ ସ୍ବଚ୍ଛଳ ଚାଷୀ ପରିବା ଚାଷ କରୁଥିଲେ ମଧ୍ୟ ତାହା ମଧ୍ୟ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ।
ଆଜି ପର୍ଯ୍ୟନ୍ତ ରାଜ୍ୟରେ ପରିବା ବିକ୍ରି ପାଇଁ ଭଲ ମଣ୍ଡି ତିଆରି ହୋଇପାରିଲା ନାହିଁ, ଯେଉଁଠି ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ସୁଲଭ ମୂଲ୍ୟରେ କ୍ରୟ ବିକ୍ରୟ ଚାଲିବ। ବିଶେଷଜ୍ଞଙ୍କ ଅନୁସାରେ ଚାଷୀଙ୍କ ଅସହାୟତାର ଫାଇଦା ବ୍ୟବସାୟୀ ଉଠାଉଛନ୍ତି। କୃତ୍ରିମ ଅଭାବ ସୃଷ୍ଟିକରି ଦର ବଢ଼ାଉଛନ୍ତି। ପରିବା ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ ହେଉ ନ ଥିବାରୁ ବ୍ୟବସାୟୀଙ୍କ ପାଇଁ ଏହା ଲାଭପ୍ରଦ ହେଉଛି। ଓଡ଼ିଶାର ଉପତ୍ାଦନ ଓ ବଜାର ଦରଦାମର କ୍ଷେତ୍ର ଯାହା ଓଡ଼ିଶା ପନିପରିବା ପାଇଁ ପାଖାପାଖି ୮ମାସ ବାହାର ରାଜ୍ୟ ଉପରେ ନିର୍ଭରକରେ। ଓଡ଼ିଶାରେ ଖରିଫରେ ଧାନ ବେଶି ଉପତ୍ାଦନ ହେଉଥିବାବେଳେ ପରିବା ଉପତ୍ାଦନ ଢିପ ଜମିରେ ହୋଇଥାଏ। ଉପତ୍ାଦନ ବେଶି ନ ଥିବାରୁ ଚାହିଦା ଓ ଯୋଗଣ ଭିତରେ ବଡ଼ ପାର୍ଥକ୍ୟ ରହିଥାଏ। ରାଜ୍ୟ ଅଧିକାଂଶ ସମୟ ବାହାର ରାଜ୍ୟର ପରିବାର ବଜାର ଉପରେ ନିର୍ଭରଶୀଳ ରହୁଥିବାରୁ ଓ ବର୍ତ୍ତମାନ ଉପତ୍ାଦନ ପ୍ରଭାବିତ ଥିବାରୁ କିଛି ସମୟ ଦର ଚଢ଼ା ରହିବ ଏବଂ ଆଗାମୀ କିଛି ସପ୍ତାହ ପରେ ନୂଆ ଫସଲ ଆସିବା ପର୍ଯ୍ୟନ୍ତ ଦର ଆହୁରି ବଢ଼ିବ। ସେହିପରି ଆମ୍ଭମାନଙ୍କ ଭିତରେ ବାଡ଼ିବଗିଚାରେ କିଛି ନିହାତି ଉପତ୍ାଦନ କରିପାରୁଥିବା କଞ୍ଚାଲଙ୍କାଟିଏ ହେଉ ବା ଜହ୍ନି ବୁଦାଏ, ବାଇଗଣ ହେଉ ବା ବିଲାତି ବାଇଗଣ ଏପରିକି ଶାଗ ପଟାଳିଟି କରିବାର ଆଗ୍ରହ ବା ଶ୍ରଦ୍ଧା କିଛି ମାନସିକତା ଆମମାନଙ୍କ ଭିତରେ ବି ନାହିଁ। ନିଜର ଜାଗା ଖଣ୍ଡେ ଥାଇ ମଧ୍ୟ ଯଦି ଆମେ ସର୍ବନିମ୍ନ ଜାଗାରେ ପରିବା ଗଛଟିଏ ଉଧାଇପାରିବା ନାହିଁ ତା’ହେଲେ ଆମେ ପରିବା ବେପାରୀଙ୍କ ଚଢ଼ା ମୂଲ୍ୟକୁ ମୁଣ୍ଡପାତି ସହିବାକୁ ବାଧ୍ୟ ହେବା ନିଶ୍ଚୟ। ପ୍ରଶାସନର ବଜାର ଦରକୁ ନିର୍ଦ୍ଦିଷ୍ଟ ଲଗାମ ଲଗାଇବା ପାଇଁ ଆଇନ ଥିଲେ ବି ସେମାନେ ହାତ ଟେକିଦେବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ଏ କ୍ଷେତ୍ରରେ ଚିନ୍ତା କରିବାର ସମୟ ଆସିଛି, କାରଣ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ସର୍ବଭାରତୀୟ ସ୍ତରରେ ପରିଚିତ ଓ ଉତ୍କୃଷ୍ଟ ଚାଷ ପାଇଁ ଅନେକ ବର୍ଷ ଧରି କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ଶ୍ରେଷ୍ଠ କୃଷି କର୍ମଣ ପୁରସ୍କାର ମଧ୍ୟ ପାଉଛି। ତେବେ ବର୍ତ୍ତମାନର ବଜାରର ଚଢ଼ା ମୂଲ୍ୟ ଆମ ସମସ୍ତଙ୍କ ପାଇଁ କେବଳ ଅର୍ଥନୀତିର ବିଚାର ନୁହେଁ, ନିଜ ବାଡ଼ିଘରେ କିଛି ଗୋଟିଏ ପନିପରିବା ଗଛ ନ ଲଗାଇବା କ’ଣ ପାଇଁ? ଏହି ବିଚାରକୁ ଗ୍ରହଣ କଲେ ଅନେକ ଉତ୍ତର ଆମେ ପାଇଯିବା।

– ସୁମନ୍ତ କୁମାର ଭୂୟାଁ
ମୋ : ୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri