Posted inଫୁରସତ

ଅନ୍‌ପିୟୋଙ୍ଗ-ରି’କୁ ୧୦୦ ମିଲିୟନ୍‌ ଡଲାର ଦାନ

ସିଓଲ: ଯଦି କେହି ବ୍ୟକ୍ତି ଲୋକଙ୍କ ପାଇଁ କିଛି ଭଲ କାମ କରିଥାଏ, ତେବେ ତାଙ୍କୁ ଲୋକେ ମନେରଖିଥା’ନ୍ତି। ନିକଟରେ ଜଣେ ଧନୀ ବ୍ୟକ୍ତି ଲୋକଙ୍କ ପାଇଁ ଏପରି କିଛି କରିଛନ୍ତି। ଦକ୍ଷିଣ କୋରିଆର ଏକ ଛୋଟ ଗଁାରୁ ଆସିଥିବା ଜଣେ ପ୍ରପର୍ଟି ଡେଭେଲପର କମ୍ପାନୀ ବୁୟଙ୍ଗର ୮୨ ବର୍ଷୀୟ ଚେୟାରମ୍ୟାନ ଲି ଜନ୍‌ କ୍ୟୁନ୍‌ ଏକ ଛୋଟ ଗଁା ସନ୍‌ଚିଅନ୍‌ର ଅନ୍‌ପିୟୋଙ୍ଗ-ରି ପାଇଁ କୋଟି କୋଟି ଟଙ୍କା ଦାନ କରିଛନ୍ତି। ଗଁାରେ ଥିବା ୨୮୦ ପରିବାର ଓ ସ୍କୁଲର ପୁରାତନ ଛାତ୍ରଙ୍କୁ ମିଶାଇ ମୋଟ ୧୦୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୮୨ ହଜାର ୫୨୮ କୋଟି ଟଙ୍କା ଦେଇଛନ୍ତି। ଏଥିସହ ଛାତ୍ରଙ୍କୁ ଇତିହାସ ବହି ଏବଂ ଟୁଲ ସେଟ୍‌ ମଧ୍ୟ ବଣ୍ଟାଯାଇଛି। କମ୍ପାନୀ କହିଛି, ଏହି ଟଙ୍କା ଲୋକଙ୍କୁ ଆଭାରି ଜଣାଇବା ପାଇଁ ଦିଆଯାଇଛି। ୧୯୪୧ରେ ଲି ଏହି ଗଁାରେ ଜନ୍ମ ହୋଇଥିଲେ। ୧୯୭୦ରେ ସେ ରିୟଲ ଇଷ୍ଟେଟ୍‌ ଡେଭଲପର ଭାବେ କାମ କରିବା ଆରମ୍ଭ କରିଥିଲେ। ଆଜିର ସମୟରେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୩୧ ଲକ୍ଷ କୋଟି। ଲି କୋରିଆର ଟପ୍‌ ୩୦ ଲୋକଙ୍କ ମଧ୍ୟରେ ରହିଛନ୍ତି। ଟ୍ୟାକ୍ସ ଚୋରି ଏବଂ ଲୁଣ୍ଠନ ମାମଲାରେ ସେ ୨୦୦୪ ଏବଂ ୨୦୦୮ରେ ଜେଲ ମଧ୍ୟ ଯାଇଛନ୍ତି। ଗତ ମାସରେ ତାଙ୍କ କମ୍ପାନୀ କୋରିଆ ଏୟାରଫୋର୍ସକୁ ୬୨ କୋଟି ୭୨ ଲକ୍ଷ ୨୧ ହଜାର ଟଙ୍କା ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri