ବାଣିଜ୍ୟ ଯୁଦ୍ଧ

ବାଣିଜ୍ୟ ଯୁଦ୍ଧ କେମିତିି ଶେଷ ହୁଏ? ଏହାର ଉତ୍ତର ପାଇବାକୁ ହେଲେ ନିଜକୁ ପ୍ରଶ୍ନ ପଚାରିବା ଦରକାର ଯେ ହିଂସାତ୍ମକ ଯୁଦ୍ଧ କିପରି ଶେଷ ହୁଏ? ଉଭୟ ପାଇଁ ସରଳ ଉତ୍ତର ହେଉଛି ଥରେ ଯୁଦ୍ଧ ଆରମ୍ଭ ହେଲେ ସହଜରେ ଶେଷ ହୁଏ ନାହିଁ। ଦେଖାଯାଏ ଯୁଦ୍ଧ ଶେଷ କରିବାକୁ ନେତାମାନଙ୍କ ମଧ୍ୟରେ ହେଉଥିବା ମହତ୍ତ୍ୱହୀନ ‘ଶିଖର ସମ୍ମିଳନୀ’ ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦର୍ଶାଯାଉଛି। ଏହିସବୁ ବୈଠକ ପରେ ଅସନ୍ତୋଷ ରହିପାରେ କିନ୍ତୁ ସ୍ଥିତାବସ୍ଥା ବଜାୟ ରଖିବାର ଏକ ବିକଳ୍ପ ରହିଛି ଯାହା ଉପରେ ଅଧିକ ଭରସା ରଖିବା ଦରକାର। ହିଂସା ଆଡ଼କୁ ବଢ଼ିବା ଅନୁଚିତ। ଏହା ହେଲେ ନିୟନ୍ତ୍ରଣ କଷ୍ଟକର ହୋଇଯାଏ। ମୁଷ୍ଟିଯୋଦ୍ଧା ମାଇକ ଟାଇସନ କହିଛନ୍ତି, ପ୍ରତ୍ୟେକଙ୍କ ପାଖରେ ଏକ ଯୋଜନା ଥାଏ ଯେପର୍ଯ୍ୟନ୍ତ ସେମାନଙ୍କ ମୁହଁରେ ଶକ୍ତ ମୁଥ ବାଜି ନ ଥାଏ। ଅର୍ଥାତ୍‌ ନ ହାରିବା ଯାଏ ଯୁଦ୍ଧ ଯୋଜାନା ଚାଲିଥାଏ। ଯୁଦ୍ଧ ଶେଷ ହୁଏ ଯେତେବେଳେ ଉଭୟ ପକ୍ଷ ଅତ୍ୟଧିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି କିମ୍ବା ଗୋଟିଏ ପକ୍ଷ ଅନ୍ୟଠାରୁ ଅଧିକ ମଜଭୁତ ଥାଏ ଓ ଆତ୍ମସମର୍ପଣ କରିବାକୁ ବାଧ୍ୟ କରେ। ଯୁଦ୍ଧ ଓ ବାଣିଜ୍ୟ ଯୁଦ୍ଧର ଆଉ ଏକ ଦିଗ ରହିଛି, ଯାହା ପାଇଁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ଏବଂ ଏହାର ଗମ୍ଭୀରତା ଆକଳନ ବି ଅସମ୍ଭବ। ତାହା ହେଉଛି ଜାତୀୟ ଗୌରବ ଓ ଜାତୀୟ ଅସ୍ତିତ୍ୱ। ସେଥିପାଇଁ ବାଣିଜ୍ୟ ଓ କୂଟନୀତି ଜନସାଧାରଣଙ୍କ ଦୃଷ୍ଟି ଆଢ଼ୁଆଳରେ କରାଯାଏ। ସେସବୁ ଯେତେବେଳେ ବାହାର ଆଲୋଚନାର ଅଂଶ ହୋଇଯାଏ ଏବଂ ଜନସାଧାରଣ ଭାଗ ନିଅନ୍ତି ସେତେବେଳେ କ୍ରୋଧ ସୃଷ୍ଟି ହୁଏ ଏବଂ ସବୁକିଛି ପରିବର୍ତ୍ତନ ଘଟିଥାଏ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ସେ ଟାରିଫ୍‌ ମାଧ୍ୟମରେ ଚାଇନାକୁ ଦଣ୍ଡ ଦେଉଛନ୍ତି ଏବଂ ଏହାର ପ୍ରତିକାର ସ୍ବରୂପ କିଛି ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଛନ୍ତି, କାରଣ ସେ ତା’ଉପରେ ଆହୁରି ଅଧିକ ଟାରିଫ୍‌ ଲଗାଇବେ। ତତ୍‌କ୍ଷଣାତ ପ୍ରତିକ୍ରିୟା ସ୍ବରୂପ ଆମେରିକା ଉପରେ ଚାଇନା ସମାନ ପ୍ରକାର ଟାରିଫ୍‌ ଲଗାଇଛି। କେତେଜଣ ଯୁକ୍ତି କରନ୍ତି, ଟାରିଫ୍‌ ଲଗାଇଥିବା ଦେଶର ପ୍ରାୟତଃ କ୍ଷତି ହୋଇଥାଏ, କାରଣ ତାହାର ଉପଭୋକ୍ତାମାନେ ଆମଦାନୀ ଶୁଳ୍କ ଦିଅନ୍ତି। ଏହାକୁ ବାଣିଜ୍ୟ ଯୁଦ୍ଧ କୁହାଯାଏ । ବିନା ଗୁଳିରେ ଏହା ଚାଲେ । ବାଣିଜ୍ୟ ଯୁଦ୍ଧରେ ଗୋଟିଏ ପକ୍ଷ ଅନ୍ୟର ସକ୍ରିୟ ଭାବେ କ୍ଷତି କରିବାକୁ ଚେଷ୍ଟା କରୁଛି। ଫଳରେ ଅନ୍ୟ ପକ୍ଷ ଏହାର ଜବାବ ଦେବାକୁ ବାଧ୍ୟ ହେଉଛି। ଡୋନାଲ୍ଡ ଟ୍ରମ୍ପ୍‌ କାନାଡା ଉପରେ ଟାରିଫ୍‌ ଲାଗୁ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, କାନାଡାର ଗଭର୍ନର ଟ୍ରୁଡୁଙ୍କୁ ଦୟାକରି ବୁଝାଇଦିଅ ଯେ ଆମେରିକାକୁ ଅସୁବିଧାରେ ପକାଇବା ଲାଗି ଯଦି ସେ ରିଟାଲିଏଟୋରି ଟାରିଫ୍‌ ଲାଗୁ କରନ୍ତି ତେବେ ଆମର ରିସିପ୍ରୋକାଲ ଟାରିଫ୍‌ ସେହି ସମାନ ପରିମାଣରେ ବୃଦ୍ଧି ପାଇବ। କାନାଡା ଏହାର ପ୍ରତିକ୍ରିୟା ଜଣାଇଲା ଏବଂ ଚାଇନା ଏବେ ତାହା କରିଛି। ତେବେ ଟ୍ରମ୍ପ୍‌ଙ୍କ ପାଇଁ ବିକଳ୍ପ ଅଛି। ଯାହା କରିବେ ବୋଲି କହିଥିଲେ ତାହା କରିବେ ଅର୍ଥାତ୍‌ ସେମାନଙ୍କ ଉପରେ ଟାରିଫ୍‌ ଲଗାଇବେ ନା ପଛକୁ ଫେରିବେ। ଯଦି ସେ ଏହା ନ କରନ୍ତି ତେବେ ଟ୍ରମ୍ପ୍‌ ହାରିଗଲେ ବୋଲି ଗଣାଯିବ ଏବଂ ତାଙ୍କ ବିଶ୍ୱସନୀୟତା ହ୍ରାସ ପାଇବ। ସେଥିପାଇଁ ଯୁଦ୍ଧ ଥରେ ଆରମ୍ଭ ହୋଇଗଲେ ତାହାକୁ ବନ୍ଦ କରିବା କଷ୍ଟକର। ଏହି କାରଣରୁ ବାଣିଜ୍ୟ ଯୁଦ୍ଧ କିଛିଦିନ ଆମମାନଙ୍କ ସହ ରହିବ।
ଭାରତରେ ଆମେମାନେ ଏହା ଉପରେ ଚିନ୍ତା କରିବା ଦରକାର। ଦେଖାଯାଏ ୨୦୦୪ରୁ ୨୦୧୪ ମଧ୍ୟରେ ବୃହତ କ୍ଷେତ୍ରଗୁଡ଼ିକରେ ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା, କାରଣ ସେହି ଦଶନ୍ଧିରେ ଏହାର ବିକ୍ରିଯୋଗ୍ୟ ସାମଗ୍ରିର ରପ୍ତାନି ବାର୍ଷିକ ୫୦ ବିଲିୟନ ଆମେରିକୀୟ ଡଲାରରୁ ୩୨୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ସେହି ସମୟରେ ବିଶ୍ୱ ବାଣିଜ୍ୟରେ ବୃଦ୍ଧି ଘଟିଥିବାରୁ ଏହା ସମ୍ଭବ ହୋଇଥିଲା । ବିଶ୍ୱ ବିତ୍ତୀୟ ସଙ୍କଟ ପରେ ଯେତେବେଳେ ବାଣିଜ୍ୟ ମାନ୍ଦା ରହିଥିଲା ସେତେବେଳେ ଆମ ଅଭିବୃଦ୍ଧି ହ୍ରାସ ପାଇଥିଲା। ଏହାର ଦଶବର୍ଷ ପରେ ଏବେ ବିକ୍ରିଯୋଗ୍ୟ ସାମଗ୍ରୀର ରପ୍ତାନି ୪୦୦ ବିଲିୟନ ଡଲାର ରହିଛି। ଅର୍ଥାତ୍‌ ଦ୍ରୁତ ଅଭିବୃଦ୍ଧି ହାର ଅପସରି ଯାଇଛି। ବାସ୍ତବ କଥା ହେଉଛି, ବିଶ୍ୱ ବାଣିଜ୍ୟରେ ବୃଦ୍ଧି ଭାରତ ପାଇଁ ଭଲ ଏବଂ ବାଣିଜ୍ୟ ଯୁଦ୍ଧ ଆମ ପାଇଁ କ୍ଷତିକାରକ। ଏଣୁ ଭାରତ ଏହି ଯୁଦ୍ଧର ସମାଧାନ କରିବା ପାଇଁ ନେତୃତ୍ୱ ନେବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆଶାବାଦୀ ହେବା ଦରକାର। କାରଣ ଏହା ପଛରେ ଅନେକ କାରଣ ଅଛି। ଗଣତାନ୍ତ୍ରିକ ଦେଶଗୁଡ଼ିକ ଅନ୍ୟର ସହଯୋଗ ବିନା ନିଜକୁ ସୁଧାରି ନିଅନ୍ତି ଏବଂ ଆମେରିକା ଏଥିପ୍ରତି ଅଧିକ ଗୁରୁତ୍ୱଦେବା ଦରକାର। ଏହାର ପାର୍ଲାମେଣ୍ଟ ଲେଜିସ୍‌ଲେଟରଙ୍କ ଦ୍ୱାରା ଚାଲିଥାଏ, ଯେଉଁମାନଙ୍କୁ ପ୍ରତି ଦୁଇବର୍ଷରେ ନିର୍ବାଚନ ସାମନା କରିବାକୁ ପଡ଼ିଥାଏ। ଆଗାମୀ କିଛି ସପ୍ତାହ କିମ୍ବା ମାସରେ ବିଶେଷକରି ଟାରିଫ୍‌ଗୁଡ଼ିକ ଯଦି ବାଧକ ସାଜେ ଏବଂ ଜନସାଧାରଣ ଅଶାନ୍ତି ହୁଅନ୍ତି ତେବେ ନଭେମ୍ବର ୨୦୨୬ର ନିର୍ବାଚନରେ ଭାଗ ନେବାକୁ ଯାଉଥିବା ନେତାମାନେ ସେମାନଙ୍କ ରାଷ୍ଟ୍ରପତି ସୃଷ୍ଟି କରିଥିବା ଅସ୍ଥିର ସ୍ଥିତିକୁ ହ୍ରାସ କରିବା ଲାଗି ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିବେ। ଟ୍ରମ୍ପ୍‌ଙ୍କ ଯୋଜନାରୁ ଜଣାପଡ଼ୁଛି ଯେ, ସେ ଦୀର୍ଘ ସମୟ ଧରି କାମ କରିବେ ଏବଂ ତାଙ୍କ ଉପରେ ଏହି ଚାପ ବ୍ୟର୍ଥ ହୋଇପାରେ। ନିଜକୁ ସୁଧାରି ନେବା ଏପରି କି ଯୁଦ୍ଧ ପାଇଁ ଏହି ଚାପ ସ୍ବତନ୍ତ୍ର ପ୍ରଭାବ ପକାଇବ। ହେଲେ ଆମେରିକାର ଇତିହାସ ଦର୍ଶାଏ, ଏହା ଭୁଲ୍‌ କରିଚାଲିବ ଓ ଯୁଦ୍ଧ ନିଜର କ୍ଷତି କଲେ ମଧ୍ୟ ତାହାକୁ ଅନୁସରଣ କରିବ। ଭିଏଟନାମ ଓ ଇରାକ ଯୁଦ୍ଧରୁ ଏହା ସ୍ପଷ୍ଟ ହୁଏ। ଆଫଗାନିସ୍ତାନରେ ଲଗାତର ଭାବେ ଆମେରିକା ଭୁଲ୍‌ କରିଆସୁଛି ଓ ସେଥିରୁ କିଛି ବି ଶିକ୍ଷା ପାଇନାହିଁ। ଆତ୍ମସମର୍ପଣ କରିବା ପୂର୍ବରୁ ୨୦ ବର୍ଷ ଧରି ନିଜର ଓ ତା’ପ୍ରତିପକ୍ଷର କ୍ଷତି କରିଛି। ନିଜ ଦେଶର ନାଗରିକଙ୍କ ଜୀବନ ଯିବା ଓ ବିପୁଳ ଅର୍ଥ ଖର୍ଚ୍ଚ ହେବା ଭଳି ଦୀର୍ଘଦିନର ଯନ୍ତ୍ରଣାଦାୟକ ସ୍ଥିତିରେ ଆମେରିକା ନାଗରିକମାନେ ଠିକ୍‌ ଥିଲେ। କାରଣ ସେମାନେ ଭାବୁଥିଲେ ତାହା ସେମାନଙ୍କ ଜାତୀୟ ସ୍ବାର୍ଥ ପାଇଁ ହେଉଥିଲା। ଟ୍ରମ୍ପ୍‌ଙ୍କ ବାଣିଜ୍ୟ ଯୁଦ୍ଧ ପାଇଁ ଏହା ସତ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri