ବଢ଼ୁଛି ନକଲି ହାତୀଦାନ୍ତ ବେପାର

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛ। ହାତୀ ଯୋଗୁ ମଣିଷ ଜୀବନ ନଷ୍ଟ ହେଲେ କ୍ଷତିପୂରଣ ସରକାର ଦେଉଛନ୍ତି। ହେଲେ ମଣିଷ ଦ୍ବାରା ହାତୀର ମୃତ୍ୟୁ ହେଲେ କେହି ଉତ୍ତରଦାୟୀ ହେଉନାହାନ୍ତି। ହାତୀ ଶିକାର ଓ ଦାନ୍ତ ଚାଲାଣରେ ଖୋଦ୍‌ ବିନ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବାରୁ ରାଜ୍ୟରେ ଏହି ର଼୍ୟାକେଟ ସକ୍ରିୟ ରହିଛି। ତେବେ ବେଳେବେଳେ ବନ ବିଭାଗ ପକ୍ଷରୁ ଶିକାରୀଙ୍କୁ ଗିରଫ କରାଯିବା ସହ ହାତୀଦାନ୍ତ ଜବତ କରାଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। ଏପଟେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତୀମୃତ୍ୟୁର ତଦନ୍ତ ଓ ଦାନ୍ତ ଜବତ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିଲେ ମଧ୍ୟ ଜବତ ଦାନ୍ତ ମଧ୍ୟରୁ ପ୍ରାୟ ୯୦% ନକଲି ରହୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବି କରୁଛନ୍ତି। ବନ ବିଭାଗ ହେଉ କିମ୍ବା କ୍ରାଇମବ୍ରାଞ୍ଚ୍‌ ହାତୀଦାନ୍ତ ଜବତ କଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥାଏ। ହେଲେ ଅଧିକାଂଶ ନକଲି ଜଣାପଡୁଥିଲେ ମଧ୍ୟ ତାହାକୁ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ଭୁବନେଶ୍ବରରୁ ଗତ ୧୯ ତାରିଖରେ ୩ କେଜି ଓଜନର ଏକ ହାତୀଦାନ୍ତ ଜବତ କରାଯିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବର ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେମାନଙ୍କଠାରୁ ଜବତ ଦାନ୍ତ ନକଲି ବୋଲି ବାଙ୍ଗାଲୋରସ୍ଥିତ ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ଶରଥ ବାବୁ କହିଛନ୍ତି। ଖାଲି ସେତିକି ନୁହେଁ, ୨୦୨୨ ମେ’ ୪ରେ ବଲାଙ୍ଗୀର ଜିଲାରୁ କ୍ରାଇମବ୍ରାଞ୍ଚ ଜବତ କରିଥିବା ୬ ଖଣ୍ଡ ହାତୀଦାନ୍ତ ମଧ୍ୟରୁ ୫ଟି ଏବଂ ଏପ୍ରିଲ ୨୩ରେ ସୁବର୍ଣ୍ଣପୁର ଜିଲାରୁ ଜବତ ହୋଇଥିବା ୩ଟି ହାତୀଦାନ୍ତ ନକଲି ବୋଲି ଶରଥ ଦାବି କରିଛନ୍ତି। ଶରଥ ନିଜ ଆଡୁ ଇଂଲିଶ ଖବରକାଗଜରେ ପ୍ରକାଶିତ ଖବର ପଢ଼ି ଓ ଫଟୋ ଦେଖି ଅଧିକ ତଥ୍ୟ ଜାଣିବାକୁ ଚାହିଁଥିଲେ। ତେଣୁ ସେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିଲେ। ଶୁଭେନ୍ଦୁ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଭୁବନେଶ୍ବରରେ ଜବତ ହୋଇଥିବା ହାତୀଦାନ୍ତର ଫଟୋ ସହ କିଛି ତଥ୍ୟ ତାଙ୍କ ପାଖକୁ ପଠାଇଥିଲେ। ଜବତ ୧୦ ଖଣ୍ଡ ଦାନ୍ତ ଭିତରେ ୯ଟି ନକଲି ବୋଲି ଶରଥ ଦୃଢ଼ ଭାବରେ କହିଛନ୍ତି।
ବିଶେଷଜ୍ଞଙ୍କ ମତରେ, ଭୁବନେଶ୍ବରରୁ ଜବତ ହାତୀଦାନ୍ତରେ ଗୋଟିଏ ଫାଟ ରହିଛି, ଯାହା ହାତୀଦାନ୍ତରେ ନ ଥାଏ। ସେହିପରି ମାତ୍ର ୮ଇଞ୍ଚ ଲମ୍ବ ଓ ସାଢ଼େ ୩ଇଞ୍ଚ ବ୍ୟାସ ବିଶିଷ୍ଟ ଦାନ୍ତ ୩ କେଜି ହେବ ନାହିଁ। ଆହୁରି ମଧ୍ୟ ଗୋଟିଏ ପଟେ ପ୍ରାୟ ୨ଇଞ୍ଚ ବ୍ୟାସ ବିଶିଷ୍ଟ ଗୋଲେଇ କରି, ତାକୁ ଖୋଦେଇ କରି କିଛି ଓଜନିଆ ଜିନିଷ ଭର୍ତ୍ତି କରି ସିଲ୍‌ କରାଯାଇଥିବା ପରି ସ୍ପଷ୍ଟ ଜଣାପଡ଼ୁଥିଲା। ହାତୀଦାନ୍ତର ଓଜନ ଅଧିକ କରିବା ଲାଗି ଏହି କାରସାଦି କରାଯାଇଛି ବୋଲି ଶୁଭେନ୍ଦୁ କହିଛନ୍ତି। ପୁଣି ହାତୀଦାନ୍ତରେ ଏଭଳି ପୋଲା ନ ଥାଏ। ଏହାକୁ କାଟି ପରୀକ୍ଷା କଲେ ଭିତରେ କ’ଣ ଭର୍ତ୍ତି କରାଯାଇଛି ତାହା ଜଣାପଡ଼ିବ। ହାତୀଦାନ୍ତ ପ୍ରାକୃତିକ ଭାବରେ ବଙ୍କା ଥାଏ, କିନ୍ତୁ ଏଠାରେ ୮ଇଞ୍ଚ ସମ୍ପୂର୍ଣ୍ଣ ସରଳ ରେଖାରେ ରହିବା ପ୍ରମାଣ କରୁଛି କି ତାହା ଦାନ୍ତ ନୁହେଁ; ତାହା ହାତୀର ଗୋଡ଼ କିମ୍ବା ଅନ୍ୟ କେଉଁ ଅଂଶର ହାଡ଼ ହୋଇଥାଇପାରେ ବୋଲି ଶରଥ କହିଛନ୍ତି।
ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି, ଗତବର୍ଷ ବଲାଙ୍ଗୀର ଓ ସୋନପୁରରୁ ଜବତ ୯ ହାତୀଦାନ୍ତର ଫଟୋରେ ମାତ୍ର ଗୋଟିଏ ଅସଲି ଭଳି ଦେଖାଯାଉଥିବା ମୁଁ ଅନୁଭବ କରିଛି। ହାତୀ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ-୧ ପ୍ରାଣୀ। ହାତୀର ହାଡ଼କୁ ବିକିବାକୁ ଚେଷ୍ଟା କଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନର ଧାରା ୯ ଲାଗିବ। ସେହିପରି ହାତୀ ହାଡ଼କୁ ଦାନ୍ତ ବୋଲି ଦେଖେଇ ଯେଉଁମାନେ ବିକିବା ପାଇଁ ଚେଷ୍ଟା କରନ୍ତି, ସେମାନେ ଠକେଇ କରିଥା’ନ୍ତି ଏବଂ ସେମାନଙ୍କ ବିରୋଧରେ ଆଇପିସିର ୪୨୦ ଦଫା ମଧ୍ୟ ଲାଗିପାରିବ।

ଅସଲି କି ନକଲି କେମିତି ଚିହ୍ନିହେବ
୨୦୨୦ରେ ସାଇଟିସ୍‌ ସେକ୍ରେଟାରିଏଟ୍‌ ଏବଂ ୱାଲର୍‌ଡ ୱାଇଲ୍ଡ ଫଣ୍ଡ୍‌ର ମିଳିତ ସହଯୋଗରେ ପ୍ରକାଶ ପାଇଥିବା ‘ଆଇଡେଣ୍ଟିଫିକେଶନ ଗାଇଡ୍‌ ଫର୍‌ ଆଇଭରି ଆଣ୍ଡ୍‌ ଆଇଭରି ସବ୍‌ଷ୍ଟିଚ୍ୟୁଟ୍‌ସ’ ପୁସ୍ତକର ୪ର୍ଥ ସଂସ୍କରଣରେ ହାତୀଦାନ୍ତ ଅସଲି କି ନକଲି ଚିହ୍ନିବା ପାଇଁ ବୁଝାଯାଇଛି। ପୋଲିସ ବା ବନ ଅଧିକାରୀମାନେ ମାଗଣାରେ ସେ ବହିକୁ ଡାଉନ୍‌ଲୋଡ୍‌ କରି ଜ୍ଞାନ ଆହରଣ କରିବା ସହ କ୍ଷେତ୍ର ବିଶେଷରେ କାମରେ ଲଗାଇପାରିବେ। ଭୌତିକ, ରାସାୟନିକ ଏବଂ ଜେନେଟିକ୍ସ ପରୀକ୍ଷା ଦ୍ବାରା ହାତୀଦାନ୍ତ ଅସଲି କି ନକଲି ଜାଣିହେବ। ତେବେ ଫିଲ୍ଡରେ କାମ କଲାବେଳେ ଜେନେଟିକ୍ସ ପରୀକ୍ଷା ସମ୍ଭବପର ହୋଇ ନ ଥାଏ। ତେଣୁ ଅନ୍ୟ ୩ଟି ପଦ୍ଧତିକୁ ଅଧିକାରୀମାନେ ଆପଣାଇପାରିବେ। ଅସଲି ହାତୀଦାନ୍ତ ବା ହାତୀଦାନ୍ତରୁ ନିର୍ମିତ ସାମଗ୍ରୀ ଉପରେ ଅଲ୍‌ଟ୍ରା ଭାଓଲେଟ ଲାଇଟ୍‌ ପଡ଼ିଲେ ତାହା ଫ୍ଲୋରୋସେଣ୍ଟ ରଙ୍ଗ ବିକିରଣ କରିଥାଏ। ସେହିଭଳି ହାତୀର ହାଡ଼କୁ ଘୋରି ପାଲିସ କରି ଦାନ୍ତ ଭଳି ଆକାର ଦିଆଯାଇଥିଲେ ତାହାକୁ ଲେନ୍ସରେ ଭଲ ଭାବରେ ପରୀକ୍ଷା କଲେ ଧରାପଡ଼ିଯିବ। ହାତୀଦାନ୍ତର କ୍ରସ୍‌ ସେକ୍ସନ କରି ତାହାର ଫଟୋ ଉଠାଇ ସେଥିରେ ସ୍ରେଗର ଲାଇନ୍‌ ମପାଯାଇଥାଏ। ଯଦି ସେହି କୋଣ ୧୦୦ ଡିଗ୍ରୀରୁ ଅଧିକ ହୁଏ, ତେବେ ତାହା ହାତୀଦାନ୍ତ ବୋଲି ସ୍ପଷ୍ଟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri