ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍‌ ଔଷଧ କାରବାର

ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି ବ୍ରାଣ୍ଡ ଔଷଧ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି। ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ନକଲି ଓ ନିମ୍ନମାନର ଔଷଧ ଖାଇ ରୋଗ ଭଲ ହେବା ପରିବର୍ତ୍ତେ ନାନାପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ଜିଲା ଭେଷଜ ବିଭାଗ ଅସାଧୁ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ନିୟମାନୁଯାୟୀ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ଯେପରି ଭାବେ ବିଭିନ୍ନ ଔଷଧ ଦୋକାନ ଯାଞ୍ଚ ହେବା କଥା ତାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହେଉନାହିଁ। ଫଳରେ କେତେଜଣ ମୁନାଫାଖୋର ବ୍ୟବସାୟୀ ନିଜର ଫାଇଦା ପାଇଁ ନିମ୍ନମାନର ଔଷଧ କାରବାର ଚଳାଇ ଆସୁଛନ୍ତି। ବେଆଇନ ଔଷଧ କାରବାର ରୋକିବା ଦିଗରେ ଜିଲା ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ରୋଗୀଟି ରୋଗରୁ ମୁକ୍ତି ପାଇବାକୁ ଡାକ୍ତରଙ୍କ ଦ୍ୱାରା ପ୍ରେସ୍‌ସ୍କ୍ରାଇବ ହୋଇଥିବା ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା, ଡାଇବେଟିସ୍‌, କିଡ୍‌ନୀ, ହାର୍ଟ, ରକ୍ତଚାପ ପରି ଔଷଧ ପରିବର୍ତ୍ତେ ନକଲି ଔଷଧ ଯୋଗାଯାଇ ଜୀବନ ସହ ଖେଳ ଖେଳାଯାଉଛି। କଟକ, ଭୁବନେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସହରରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢ଼ାଉ କରାଯାଇ ଦୋକାନରେ ଥିବା ଔଷଧ ଯାଞ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ଭେଷଜ ବିଭାଗୀୟ ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ନୀରବତା ଅବଲମ୍ବନ କରୁଛନ୍ତି। କୃତ୍ତିବାସ ପ୍ରଧାନ କହିଛନ୍ତି, ଜାନୁଆରୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତର ସମସ୍ତ ଫାର୍ମାସିଷ୍ଟ ଆସୋସିଏଶନକୁ ଚିଠି ଲେଖାଯାଇ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ବିନା ଆଣ୍ଟିବାୟୋଟିକ ନ ଦେବାକୁ ଫାର୍ମାସିଷ୍ଟଙ୍କୁ ନିବେଦନ କରାଯାଇଛି। ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଆଣ୍ଟିବାୟୋଟିକର ଅପବ୍ୟବହାର ଏବଂ ମାତ୍ରାଧିକ ବ୍ୟବହାରକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାହା ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଯାଞ୍ଚ ପାଇଁ ଭେଷଜ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେପରି କିଛି କରାଯାଉନାହିଁ। ତେଣୁ ଯେଉଁ ବ୍ୟବସାୟୀମାନେ ଲୋକଙ୍କ ଜୀବନ ସହ ଖେଳି ନିମ୍ନମାନର ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି, ମହାକାଳପଡ଼ାର ଗ୍ରାମାଞ୍ଚଳକୁ କୋଲକାତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ସିଲ୍‌ରେ ବେନାମୀ ଔଷଧ ସବୁ ଆଣି ଦୋକାନୀମାନଙ୍କୁ ଦେଉଛନ୍ତି। ଫଳରେ ମୂଲ୍ୟବାନ ନାମୀଦାମୀ କମ୍ପାନୀ ଔଷଧ ମୂଲ୍ୟ ସହ ଏହା ସମାନ ରହୁଛି। ବେନାମୀ ଔଷଧ କମ୍ପାନୀଗୁଡ଼ିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉଛି। ଫଳରେ ଅଧିକ ଫାଇଦା ପାଇବା ଆଶାରେ ବ୍ୟବସାୟୀ ହୋଲ୍‌ସେଲ୍‌ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି। ଗଁାରେ ଥିବା ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଛନ୍ତି। ଏଭଳି ଔଷଧ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି। ଜିଲା ଭେଷଜ ନିରୀକ୍ଷକ ହୋଲ୍‌ସେଲ ଔଷଧ ବିକ୍ରି ଉପରେ ନଜର ନ ରଖିବାରୁ କାରବାରକୁ ଏହା ବେଶ୍‌ ପ୍ରୋତ୍ସାହିତ କରୁଛି। ବୃଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲ୍‌ସେଲର ମଧ୍ୟ ରହିଛନ୍ତି। ଏ ନେଇ କେତେଗୋଟି ଦୋକାନକୁ ଛାଡ଼ି ଦେଲେ ଅନ୍ୟମାନେ ଲାଇସେନ୍ସ ମଧ୍ୟ କରିନାହାନ୍ତି। କାହା ଉପରେ ଲୋକେ ଭରସା କରିବେ, ଡାକ୍ତର ନା ଔଷଧ ଉପରେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହେଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ପ୍ରଦୀପ ସାହୁଙ୍କୁ ପଚାରିବାରେ କଟକ, କେନ୍ଦ୍ରାପଡ଼ା ୨ଟି ଜିଲା ଦାୟିତ୍ୱରେ ଅଛି। ଯାଞ୍ଚ ଚାଲିଛି ଆଗକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri