Posted inଜାତୀୟ

ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି

ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ଜାନୁୟାରୀ ୨୬ରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବା ଲାଗି କୃଷକ ସଂଗଠନଗୁଡ଼ିକ ସହମତ ହେବା ପରେ ଅନୁମତି ଦିଆଯାଇଛି। ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚାଷୀନେତାମାନଙ୍କୁ ଅବଗତ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଶର ଗର୍ବ ହୋଇଥିବାରୁ ଏହା ଯେପରି ବ୍ୟାଘାତ ନ ହୁଏ, ସେଥିପାଇଁ ସ୍ବତନ୍ତ୍ର ପୋଲିସ କମିଶନର(ଗୋଇନ୍ଦା) ଦେପେନ୍ଦ୍ର ପାଠକ ବାରମ୍ବାର ସତର୍କ କରାଇଥିଲେ।
କୃଷକ ନେତାଙ୍କ ସହ ହୋଇଥିବା ସହମତି ଅନୁଯାୟୀ ପୋଲିସ ଟିକ୍ରି ସୀମାରୁ ବ୍ୟାରିକେଡ୍‌ ହଟାଇବା ସହ ୫୨-୬୩ କିଲୋମିଟର ରାସ୍ତାକୁ ଅବରୋଧ ମୁକ୍ତ କରିବ। ସେହିପରି ସିଙ୍ଘୁ ସୀମାରୁ ଅନ୍ୟ ଏକ ୬୦ କିଲୋମିଟର ରାସ୍ତା ଏବଂ ଗାଜିପୁର ସୀମାରୁ ୪୬ କିଲୋମିଟର ରାସ୍ତାକୁ ଟ୍ରାକ୍ଟର ରାଲି ପାଇଁ ଛାଡ଼ିଦିଆଯିବ। ଦିଲ୍ଲୀ ସୀମା ଭିତରେ ୧୦୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତାରେ ଟ୍ରାକ୍ଟର ପରେଡ୍‌ ହେବ। ପ୍ରଥମ ରୁଟ୍‌ ସିଙ୍ଘୁ ସୀମାରୁ ଆରମ୍ଭ ହୋଇ ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରୁ ବାଓ୍ବାନା ପର୍ଯ୍ୟନ୍ତ ଯିବ। ସେହିପରି ଦ୍ୱିତୀୟ ରୁଟ୍‌ରେ ରାଲି ଟିକ୍ରି ସୀମାରୁ ବାହାରି ନଙ୍ଗଲୋଇ-ନଜଫଗଡ଼ ଏବଂ ଝାରୋଡା ଦେଇ ଯିବାକୁ ଥିବାବେଳେ ତୃତୀୟ ରୁଟରେ ଗାଜିପୁରରୁ ଆରମ୍ଭ ହୋଇ ଅପ୍ସରା ସୀମା ଓ ହାପୁର ପର୍ଯ୍ୟନ୍ତ ଯିବ। ସମସ୍ତ ଶୋଭାଯାତ୍ରା କୁଣ୍ଡଲି ମାନେସାର ପଲଓ୍ବାଲ୍‌ ଏକ୍ସପ୍ରେସ୍‌ ଓ୍ବେରେ ଏକାଠି ହେବେ। ଟିକ୍ରି ସୀମାରୁ ୭ରୁ ୮ ହଜାର ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବାକୁ ଥିବାବେଳେ ଗାଜିପୁର ସୀମାରୁ ୧,୦୦୦ ଏବଂ ସିଙ୍ଘୁ ସୀମାରୁ ୫,୦୦୦ ଚାଷୀ ଟ୍ରାକ୍ଟର ରାଲିରେ ବାହାରିବେ।
ମଙ୍ଗଳବାର ସାଧାରଣତନ୍ତ୍ର ପରେଡ୍‌ ପରେ ଟ୍ରାକ୍ଟର ରାଲି କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ। ପ୍ରସ୍ତାବିତ ରାଲିକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନରେ ୩୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ ହ୍ୟାଣ୍ଡଲ୍‌ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ପୋଲିସ କମିଶନର କହିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଜାନୁୟାରୀ ୧୩ରୁ ୧୮ ମଧ୍ୟରେ ଏହିସବୁ ଟୁଇଟର ହ୍ୟାଣ୍ଡଲ୍‌ ସୃଷ୍ଟି ହୋଇଥିବା ବିଭିନ୍ନ ସଂସ୍ଥାଠାରୁ ସୂଚନା ମିଳିଛି। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ତେବେ କଡ଼ା ସୁରକ୍ଷା ମଧ୍ୟରେ ରାଲି କରାଯିବ ବୋଲି ଖବରଦାତା ସମ୍ମିଳନୀରେ ପାଠକ କହିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ଚାଷୀ ନଭେମ୍ବର ମାସରୁ ଆନ୍ଦୋଳନରେ ବସିଛନ୍ତି। ସରକାରଙ୍କ ସହ ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରିପାରୁ ନ ଥିବାରୁ କୃଷକ ସଂଗଠନଗୁଡ଼ିକ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିକ୍ରମରେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଯୋଜନା ହୋଇଛି। ଆଇନ ଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ ରାଲି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା। ତେବେ ସର୍ବୋଚ୍ଚ ଅଦାଲତ ରାଲି ଆୟୋଜନ ପାଇଁ ଅନୁମତି ଦେବା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଛାଡ଼ିଦେଇଥିଲେ। ଫଳରେ ପୋଲିସ କୃଷକଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ଦେବାକୁ ବାଧ୍ୟ ହୋଇଛି।
ସେପଟେ ରାଲିକୁ ଜୋର୍‌ଦାର କରିବା ଲାଗି ରବିବାର ପଞ୍ଜାବରୁ ଅଧିକ ସଂଖ୍ୟାରେ କୃଷକ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଅମୃତସର, ଫଗ୍‌ଓ୍ବାରା, ହାଶିଆରପୁର ଓ ଅନ୍ୟ ସ୍ଥାନରୁ ଶତାଧିକ ଟ୍ରାକ୍ଟର-ଟ୍ରଲି ଦିଲ୍ଲୀ ଆସୁଥିବା ଦେଖିବାକୁ ମିଳିଛି। ଅମୃତସର ଓ ତରଣ ଜିଲାରୁ ପାଖାପାଖି ୧୨ ହଜାର ଟ୍ରାକ୍ଟର-ଟ୍ରଲି ଦିଲ୍ଲୀ ଯାଇଥିବା କିଷାନ ସଂଘର୍ଷ କମିଟି ମୁଖପାତ୍ର ଗୁରୁବଚନ ସିଂ ଚାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri