ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ଦୁହ୍ଲାପୁର ଗ୍ରାମର ସୁମେନ୍ଦ୍ର ସା(୨୯) ଓ ଭୀଷ୍ମଦେବ ରାଜଗନ୍ଧା(୨୨)। ଖବର ପାଇ ରାଏବୋଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି। ଏ ନେଇ ରାଏବୋଗା ଥାନାରେ ଏକ ମାମଲା (ନଂ.୧୦୯/୨୦) ରୁଜୁ କରି ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି ା ରବିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି। ସୁମେନ୍ଦ୍ର ଓ ଭୀଷ୍ମଦେବ ଏକ ବାଇକ୍‌ ଯୋଗେ ରାଏବୋଗାରୁ ଦୁହ୍ଲାପୁରକୁ ଯାଉଥିବା ବେଳେ ଝମନକେରା ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲେ ।