ନନ୍ଦନକାନନରେ ଶିଶୁ ରେଳଗାଡ଼ି ପୁଣି ଅଚଳ

ବାରଙ୍ଗ,୧୮।୧୧(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ପ୍ରତୀକ୍ଷିତ ଶିଶୁ ରେଳଗାଡ଼ି(ଟୟ ଟ୍ରେନ୍‌)ର ବିବାଦ ଥମିବାର ନଁା ଧରୁନାହିଁ। ଶିଶୁ ରେଳଗାଡ଼ି ଚାଲିବାର ଦିନକ ପରେ ପୁଣି ଅଚଳ ହୋଇପଡ଼ିଛିି। ବୁଧବାର ଶିଶୁ ରେଳଗାଡ଼ିରେ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବାବେଳେ ଚେନରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଟ୍ରେନ୍‌ ଅଧାବାଟରେ ଅଟକିଯିବାରୁ ପର୍ଯ୍ୟଟକମାନେ ଫେରିବାରେ ନାନା ହଇରାଣ ହୋଇଥିଲେ। ଏପରିକି ପର୍ଯ୍ୟଟକଙ୍କୁ ଆଣିବାକୁ ଯାଇଥିବା ବସ୍‌ଟି ମଧ୍ୟ କାଦୁଅ ରାସ୍ତାରେ ଦବିଯାଇଥିଲା। କିଛି ସମୟପରେ ବସ୍‌ଟି ବାହାରିବା ପରେ ପର୍ଯ୍ୟଟକମାନେ ଫେରିଥିଲେ। ତେବେ ଶିଶୁ ରେଳଗାଡ଼ିର ବାରମ୍ବାର ଏଭଳି ତ୍ରୁଟି ପାଇଁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି।
ଅନୁଯାୟୀ, ବୁଧବାର ଅପରାହ୍ନରେ ଶିଶୁ ରେଳଗାଡ଼ିଟି ୬ଟ୍ରିପରୁ ଶେଷ ଟ୍ରିପ୍‌ରେ ୬୦ଜଣ ପର୍ଯ୍ୟଟକ ନେଇ ଫେରୁଥିବାବେଳେ ୯ନମ୍ବର ପାଖ ନୂତନ ସଫାରି ରାସ୍ତାର ହରିଣ ଫାଟକ ରାସ୍ତାରେ ହଠାତ୍‌ ଅଟକିଥିଲା। ପଛ ଇଞ୍ଜିନ ବ୍ୟାଟେରି ଓ ଚେନ୍‌ରେ ତ୍ରୁଟି ଦେଖାଦେବାରୁ ରେଳଗାଡ଼ି ଆଉ ଚାଲିଲା ନାହିଁ। ଫଳରେ ପର୍ଯ୍ୟଟକମାନେ ପ୍ରାୟ ଅଧଘଣ୍ଟା ଜଙ୍ଗଲ ମଧ୍ୟରେ ଅଟକି ରହିଥିଲେ। ଖବରପାଇ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଡିପାର୍ଟମେଣ୍ଟ ବସ୍‌ ପଠାଇଥିଲେ। ହେଲେ ଚାଳକଙ୍କ ଅସାବଧାନତା ହେତୁ ବସ୍‌ଟି ଏକ ମୋରମ ରାସ୍ତାରେ ଦବିଯାଇଥିଲା। ଶେଷରେ ପର୍ଯ୍ୟଟକମାନେ ଅଚଳ ଟ୍ରେନଠାରୁ ଜଙ୍ଗଲ ଭିତରେ ଚାଲି ଚାଲି ନନ୍ଦନକାନନର ଜିରାଫ ଖୁଆଡ଼ ପାଖ ରାସ୍ତାକୁ ଆସିଥିଲେ। ବସ୍‌ଟିକୁ ଉଠାଇବା ପରେ ନନ୍ଦନକାନନ ମୁଖ୍ୟରାସ୍ତାରେ ଅପେକ୍ଷାକରି ରହିଥିବା ପର୍ଯ୍ୟଟକଙ୍କୁ ନେଇ ଫେରିଥିଲା। ନନ୍ଦନକାନନର ପରିଚାଳନାଗତ ତ୍ରୁଟି ପାଇଁ ପର୍ଯ୍ୟଟକଙ୍କୁ ସେମାନଙ୍କ ଟଙ୍କା ଫେରାଯାଇଥିଲା। ତେବେ ଶିଶୁ ରେଳଗାଡିକୁ ନେଇ ଏବେ ନନ୍ଦନକାନନ ଚର୍ଚ୍ଚାରେ ରହିଛି। ନୂଆଗାଡ଼ି ନୂଆକରି ପ୍ରଚଳନ ହେବା ପରେ ମଧ୍ୟ ଏପରି ସମସ୍ୟା ଉପୁଜିବା ଓ ମରାମତି ପରେ ସଂସ୍ଥା ସହିତ ନନ୍ଦନକାନନ କର୍ତ୍ତୃପକ୍ଷ ଆଲୋଚନା କରି ୨ଦିନ ଟ୍ରାଏଲ ପରେ ଶିଶୁ ରେଳଗାଡି ଗଡ଼ିଥିଲା। ଏହାପରେ ବି ସମସ୍ୟା ଦେଖାଦେବାରୁ ଅଧିକାରୀଙ୍କର ଅନୁଧ୍ୟାନ ପ୍ରକିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି, ବୁଧବାର ୨୦୦ଲୋକଙ୍କୁ ବୁଲାଇ ସାରିବା ପରେ ଅପରାହ୍ନ ୪ଟାରେ ୬୦ଜଣ ପର୍ଯ୍ୟଟକଙ୍କୁ ନେଇ ଆସୁଥିବାବେଳେ ଅଧାବାଟରେ ଟ୍ରେନଟି ଅଟକିଯାଇଥିଲା। ପୁନର୍ବାର ଷ୍ଟାର୍ଟ ହୋଇ ନ ଥିଲା। ଭ୍ରମଣକାରୀଙ୍କ ସୁରକ୍ଷା ପାଇଁ ସମସ୍ତ ଦର୍ଶକଙ୍କୁ ବସ୍‌ ଯୋଗେ ଫେରାଇ ନିଆଯାଇଥିଲା। ଟ୍ରେନକୁ ଶୀଘ୍ର ମୂଲ୍ୟାଙ୍କନ କରିବା ପାଇଁ ବିଶେଷଜ୍ଞ ଦଳ ପଠାଇବାକୁ ଠିକା ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଏବଂ ଯଦି ସମସ୍ୟା ଉପୁଜେ ତେବେ ଇଞ୍ଜିନକୁ ବଦଳାଇବାକୁ କୁହାଯିବ ବୋଲି କହିଛନ୍ତି।
୭ ବର୍ଷର ବ୍ୟବଧାନ ପରେ ନୂଆ ରୂପରେ ନନ୍ଦନକାନନରେ ଶିଶୁ ରେଳଗାଡି ଚାଲିବା ଆରମ୍ଭ କରିଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ୪କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ ଠିକା ସଂସ୍ଥା ମାଧ୍ୟମରେ ସଜାଡ଼ିବା ସହ ବିଭାଗୀୟ ମନ୍ତ୍ରୀ ଗତ ମାସ ୮ତାରିଖରେ ଶିଶୁରେଳଗାଡିର ଲୋକାର୍ପଣ କରିଥିଲେ। କିନ୍ତୁ ଏହା ୧୪ତାରିଖରେ ପ୍ରଥମକରି ପର୍ଯ୍ୟଟକଙ୍କୁ ନେଇ ଚାଲିବା ଆରମ୍ଭ କରିଥିଲା। କିନ୍ତୁ ଚାଲିବାର ଦିନକ ପରେ ଅର୍ଥାତ ୧୫ତାରିଖରେ ଶର୍ଟସର୍କିଟ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଏହାପରେ ଆଣିଥିବା ସଂସ୍ଥା ଏହାର ମରାମତି କରିବାପରେ ମଙ୍ଗଳବାର ଶିଶୁ ରେଳଗାଡିଟି ପୁନଃ ଚାଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri