ନନ୍ଦନକାନନରେ ଶିଶୁ ରେଳଗାଡ଼ି ପୁଣି ଅଚଳ

ବାରଙ୍ଗ,୧୮।୧୧(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ପ୍ରତୀକ୍ଷିତ ଶିଶୁ ରେଳଗାଡ଼ି(ଟୟ ଟ୍ରେନ୍‌)ର ବିବାଦ ଥମିବାର ନଁା ଧରୁନାହିଁ। ଶିଶୁ ରେଳଗାଡ଼ି ଚାଲିବାର ଦିନକ ପରେ ପୁଣି ଅଚଳ ହୋଇପଡ଼ିଛିି। ବୁଧବାର ଶିଶୁ ରେଳଗାଡ଼ିରେ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବାବେଳେ ଚେନରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଟ୍ରେନ୍‌ ଅଧାବାଟରେ ଅଟକିଯିବାରୁ ପର୍ଯ୍ୟଟକମାନେ ଫେରିବାରେ ନାନା ହଇରାଣ ହୋଇଥିଲେ। ଏପରିକି ପର୍ଯ୍ୟଟକଙ୍କୁ ଆଣିବାକୁ ଯାଇଥିବା ବସ୍‌ଟି ମଧ୍ୟ କାଦୁଅ ରାସ୍ତାରେ ଦବିଯାଇଥିଲା। କିଛି ସମୟପରେ ବସ୍‌ଟି ବାହାରିବା ପରେ ପର୍ଯ୍ୟଟକମାନେ ଫେରିଥିଲେ। ତେବେ ଶିଶୁ ରେଳଗାଡ଼ିର ବାରମ୍ବାର ଏଭଳି ତ୍ରୁଟି ପାଇଁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି।
ଅନୁଯାୟୀ, ବୁଧବାର ଅପରାହ୍ନରେ ଶିଶୁ ରେଳଗାଡ଼ିଟି ୬ଟ୍ରିପରୁ ଶେଷ ଟ୍ରିପ୍‌ରେ ୬୦ଜଣ ପର୍ଯ୍ୟଟକ ନେଇ ଫେରୁଥିବାବେଳେ ୯ନମ୍ବର ପାଖ ନୂତନ ସଫାରି ରାସ୍ତାର ହରିଣ ଫାଟକ ରାସ୍ତାରେ ହଠାତ୍‌ ଅଟକିଥିଲା। ପଛ ଇଞ୍ଜିନ ବ୍ୟାଟେରି ଓ ଚେନ୍‌ରେ ତ୍ରୁଟି ଦେଖାଦେବାରୁ ରେଳଗାଡ଼ି ଆଉ ଚାଲିଲା ନାହିଁ। ଫଳରେ ପର୍ଯ୍ୟଟକମାନେ ପ୍ରାୟ ଅଧଘଣ୍ଟା ଜଙ୍ଗଲ ମଧ୍ୟରେ ଅଟକି ରହିଥିଲେ। ଖବରପାଇ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଡିପାର୍ଟମେଣ୍ଟ ବସ୍‌ ପଠାଇଥିଲେ। ହେଲେ ଚାଳକଙ୍କ ଅସାବଧାନତା ହେତୁ ବସ୍‌ଟି ଏକ ମୋରମ ରାସ୍ତାରେ ଦବିଯାଇଥିଲା। ଶେଷରେ ପର୍ଯ୍ୟଟକମାନେ ଅଚଳ ଟ୍ରେନଠାରୁ ଜଙ୍ଗଲ ଭିତରେ ଚାଲି ଚାଲି ନନ୍ଦନକାନନର ଜିରାଫ ଖୁଆଡ଼ ପାଖ ରାସ୍ତାକୁ ଆସିଥିଲେ। ବସ୍‌ଟିକୁ ଉଠାଇବା ପରେ ନନ୍ଦନକାନନ ମୁଖ୍ୟରାସ୍ତାରେ ଅପେକ୍ଷାକରି ରହିଥିବା ପର୍ଯ୍ୟଟକଙ୍କୁ ନେଇ ଫେରିଥିଲା। ନନ୍ଦନକାନନର ପରିଚାଳନାଗତ ତ୍ରୁଟି ପାଇଁ ପର୍ଯ୍ୟଟକଙ୍କୁ ସେମାନଙ୍କ ଟଙ୍କା ଫେରାଯାଇଥିଲା। ତେବେ ଶିଶୁ ରେଳଗାଡିକୁ ନେଇ ଏବେ ନନ୍ଦନକାନନ ଚର୍ଚ୍ଚାରେ ରହିଛି। ନୂଆଗାଡ଼ି ନୂଆକରି ପ୍ରଚଳନ ହେବା ପରେ ମଧ୍ୟ ଏପରି ସମସ୍ୟା ଉପୁଜିବା ଓ ମରାମତି ପରେ ସଂସ୍ଥା ସହିତ ନନ୍ଦନକାନନ କର୍ତ୍ତୃପକ୍ଷ ଆଲୋଚନା କରି ୨ଦିନ ଟ୍ରାଏଲ ପରେ ଶିଶୁ ରେଳଗାଡି ଗଡ଼ିଥିଲା। ଏହାପରେ ବି ସମସ୍ୟା ଦେଖାଦେବାରୁ ଅଧିକାରୀଙ୍କର ଅନୁଧ୍ୟାନ ପ୍ରକିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି, ବୁଧବାର ୨୦୦ଲୋକଙ୍କୁ ବୁଲାଇ ସାରିବା ପରେ ଅପରାହ୍ନ ୪ଟାରେ ୬୦ଜଣ ପର୍ଯ୍ୟଟକଙ୍କୁ ନେଇ ଆସୁଥିବାବେଳେ ଅଧାବାଟରେ ଟ୍ରେନଟି ଅଟକିଯାଇଥିଲା। ପୁନର୍ବାର ଷ୍ଟାର୍ଟ ହୋଇ ନ ଥିଲା। ଭ୍ରମଣକାରୀଙ୍କ ସୁରକ୍ଷା ପାଇଁ ସମସ୍ତ ଦର୍ଶକଙ୍କୁ ବସ୍‌ ଯୋଗେ ଫେରାଇ ନିଆଯାଇଥିଲା। ଟ୍ରେନକୁ ଶୀଘ୍ର ମୂଲ୍ୟାଙ୍କନ କରିବା ପାଇଁ ବିଶେଷଜ୍ଞ ଦଳ ପଠାଇବାକୁ ଠିକା ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଏବଂ ଯଦି ସମସ୍ୟା ଉପୁଜେ ତେବେ ଇଞ୍ଜିନକୁ ବଦଳାଇବାକୁ କୁହାଯିବ ବୋଲି କହିଛନ୍ତି।
୭ ବର୍ଷର ବ୍ୟବଧାନ ପରେ ନୂଆ ରୂପରେ ନନ୍ଦନକାନନରେ ଶିଶୁ ରେଳଗାଡି ଚାଲିବା ଆରମ୍ଭ କରିଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ୪କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ ଠିକା ସଂସ୍ଥା ମାଧ୍ୟମରେ ସଜାଡ଼ିବା ସହ ବିଭାଗୀୟ ମନ୍ତ୍ରୀ ଗତ ମାସ ୮ତାରିଖରେ ଶିଶୁରେଳଗାଡିର ଲୋକାର୍ପଣ କରିଥିଲେ। କିନ୍ତୁ ଏହା ୧୪ତାରିଖରେ ପ୍ରଥମକରି ପର୍ଯ୍ୟଟକଙ୍କୁ ନେଇ ଚାଲିବା ଆରମ୍ଭ କରିଥିଲା। କିନ୍ତୁ ଚାଲିବାର ଦିନକ ପରେ ଅର୍ଥାତ ୧୫ତାରିଖରେ ଶର୍ଟସର୍କିଟ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଏହାପରେ ଆଣିଥିବା ସଂସ୍ଥା ଏହାର ମରାମତି କରିବାପରେ ମଙ୍ଗଳବାର ଶିଶୁ ରେଳଗାଡିଟି ପୁନଃ ଚାଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri