ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା ଖେଳଣା ବିସ୍ଫୋରଣ ହେବାରୁ ଶଗଡ଼ ଘାଟ ଗ୍ରାମରେ ଜଣେ ନାବାଳକଙ୍କର ଆଖି ନଷ୍ଟ ହୋଇଯାଇଥିବା ଘଟଣା ଦେଖିବାକୁ ମିଳିଛି । ବରଗଡ଼ ଓ ସମ୍ବଲପୁର ଜିଲାରେ ଏକ କମ୍ପାନୀ ପକ୍ଷରୁ ଚିପ୍ସ ତିଆରି କରାଯାଇ ପିଲାଙ୍କୁ ଆକର୍ଷିତ କରିବା ପାଇଁ ପ୍ୟାକେଟରେ ଖେଳଣା ଦିଆଯାଉଛି । କମ୍ପାନୀ ପକ୍ଷରୁ ଚିପ୍ସ ମୂଲ୍ୟ ମାତ୍ର ୫ ଟଙ୍କା ରଖାଯାଇ ବିକ୍ରି କରାଯାଉଅଛି । ଏହି କ୍ରମରେ ଶଗଡ଼ଘାଟ ଗ୍ରାମର ଏକ ଦୋକାନରେ ଉକ୍ତ ଚିପ୍ସ ପ୍ୟାକେଟ ବିକ୍ରି ହେଉଛି। ରବିବାର ଲବ ହରପାଳଙ୍କ ପୁଅ ଅଙ୍କେଶ ହରପାଳ(୮) ଉକ୍ତ ଦୋକାନକୁ ଯାଇ ଚିପ୍ସ ପ୍ୟାକେଟ କିଣିଆଣି ଘରେ ଖାଇବା ସହ ସେଥିରେ ଥିବା ଖେଳଣାକୁ ନିଆଁରେ ପକାଇ ଦେଇଥିଲେ। ହେଲେ ଖେଳଣାଟି ହଠାତ୍‌ ବିସ୍ଫୋରଣ ଘଟିବାରୁ ଅଙ୍କେଶଙ୍କ ଆଖିରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସାଲାଗି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବାବେଳେ ତାଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି। ଏନେଇ ଅଙ୍କେଶଙ୍କ ମା’ ଓ ବାପା ସୋମବାର ଟିଟିଲାଗଡ଼ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ଏଥିସହ ସମ୍ପୃକ୍ତ କୁରକୁରେ କମ୍ପାନୀ ବନ୍ଦ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ରାଜନୈତିକ ଅଶାନ୍ତି: ସଙ୍କଟରେ ଭାରତୀୟ ବାସୁମତୀ ଚାଉଳ ରପ୍ତାନି

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସଙ୍କଟ ଯୋଗୁଁ ଭାରତର ବାସୁମତୀ ଚାଉଳ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଗୋଟିଏ ସମୟରେ ଭାରତୀୟ...

ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା...

‘ବାଏ ବାଏ ଡିକୁ, ଖୁସିରେ ରୁହ…’ପ୍ରେମିକାଙ୍କ ଏଭଳି ମେସେଜ ଦେଖି ସୁଇସାଇଡ୍‌ କରିନେଲେ ପ୍ରେମିକ, ଦେଢ଼ ମାସ ପରେ… 

ଜୟପୁର,୧୩।୧: ରାଜସ୍ଥାନର ଜାଲୋର ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆହୋର ଥାନା ଅଞ୍ଚଳର ଗୋଦନ ଗାଁରେ ୨୧ ବର୍ଷୀୟ ସୁରେଶ କୁମାର ମେଘୱାଲ...

ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା...

ଅଗ୍ନିକାଣ୍ଡ ଘଟି ଜଳିଗଲା ୩୫ ଭରଣ ଜମିର ଧାନ, ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଜି.ଉଦୟଗିରି,୧୩।୧(ଚିନ୍ମୟ କୁମାର ସେଠୀ) : କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସ୍ତରରେ ସ୍ବଚ୍ଛ ଏବଂ ହରିତ୍‌ ରେଟିଂ...

କେବେ ପାଳନ ହେବ ମକର ସଂକ୍ରାନ୍ତି? ଭୂଲଦିନ ପାଳନ କଲେ ହେବ…

ଭାରତରେ ପର୍ୱପର୍ୱାଣୀର ତାରିଖକୁ ନେଇ ପ୍ରାୟତଃ ଦ୍ୱନ୍ଦ୍ୱ ଦେଖାଯାଏ ଏବଂ ଏହି ବର୍ଷ, ମକର ସଂକ୍ରାନ୍ତି 2026 ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଜ୍ୟୋତିଷମାନେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri