ପ୍ରଚାର ଅଭାବରୁ ପର୍ଯ୍ୟଟକଙ୍କ ପାଦ ପଡୁନି

କେନ୍ଦ୍ରାପଡ଼ା ଅଫିସ,୧ା୧୧: ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦ୍ୱୀପରେ ମା’ ବରୁଣେଇ ଦୀର୍ଘବର୍ଷ ଧରି ପୂଜା ପାଉଛନ୍ତି। ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ପାଇଁ ଏହା ଅପହଞ୍ଚ ହୋଇ ରହିଛି। ଜଳପଥ ହିଁ ଏହି ସ୍ଥାନ ପାଇଁ ଗମନାଗମନ ପଥ। କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକର ମିଳନସ୍ଥଳ ବରୁଣେଇ ବେଳାଭୂମି ଓ ନିଘଞ୍ଚ ଜଙ୍ଗଲରେ ମା’ ପୂଜା ପାଉଛନ୍ତି। ଉତ୍ତର ଦିଗରେ ସାତଭାୟା, ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନସ୍ଥଳ ଗହୀରମଥା ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଲୁଣା କୁମ୍ଭୀର ପ୍ରଜନନ କେନ୍ଦ୍ର ଡାଙ୍ଗମାଳ। ସେହିପରି ଦକ୍ଷିଣ ଦିଗରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ବତିଘର ଓ ହୁକିଟୋଲା। ବ୍ରାହ୍ମଣୀ ଶାଖା ହଂସୁଆର ଜଳ ପ୍ରବାହିତ ହୋଇ ବରୁଣେଇ ମୁହାଣରେ ବଙ୍ଗୋପସାଗରରେ ମିଶୁଛି। ଏହି ଅଞ୍ଚଳରେ ମା’ ବରୁଣେଶ୍ୱରୀ ପୂର୍ବରୁ ଚାଳ ଘରେ ପୂଜା ପାଉଥିଲା ବେଳେ ଏବେ ସିମେଣ୍ଟ ଚଉତରା ନିର୍ମାଣ ହୋଇଛି। ଅସ୍ତ୍ରଶସ୍ତ୍ରର ସଜ୍ଜିତ ମା’ ବରୁଣେଇଙ୍କୁ ବନ ବିଭାଗ ପକ୍ଷରୁ ଅଭୟଦାୟିନୀ ଭାବେ ପୂଜା କରାଯାଉଛି। ଅପରପକ୍ଷରେ ପୀଠସ୍ଥଳ ଏବେ ଦ୍ରୁତ ତଟକ୍ଷୟର ସମ୍ମୁଖୀନ ହୋଇଛି। ଗତ ୧୫୦ ବର୍ଷ ମଧ୍ୟରେ ଦ୍ୱୀପର ସ୍ଥଳ ଭାଗରୁ ୧୫୦ ବର୍ଗ କି.ମି. ତଟକ୍ଷୟରେ ହଜିଯାଇଛି।
ଏ ସମ୍ପର୍କରେ ଗବେଷକ ଡ. ସର୍ବେଶ୍ୱର ସେଣ, ଡ. ପିଏନ ଗୌରାଙ୍ଗ, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ମା’ ବରୁଣେଇଙ୍କୁ ଗଡ ଚଣ୍ଡୀ ଭାବେ ଉଲ୍ଲେଖ ଅଛି। ନୌଶକ୍ତି ଓ ମା’ ବରୁଣେଶ୍ୱରୀଙ୍କ ଆଶୀର୍ବାଦ ବଳରେ କନିକାର ବୀର ଯୋଦ୍ଧାଗଣ ଅଷ୍ଟାଦଶ ଶତାବ୍ଦୀରେ କଟକର ନବାବଙ୍କୁ ହରାଇଥିଲେ। ଷୋଡ଼ଶ ଶତାବ୍ଦୀରେ କନିକା ଉପକୂଳସ୍ଥ ବଙ୍ଗୋପସାଗରର ଏକ ଅଂଶକୁ କନିକା ଉପସାଗର, ଧାମରା ନଦୀକୁ କନିକା ନଦୀ ଓ ଉପସାଗର ଉତ୍ତର ଅଂଶ ବାଲିଚରକୁ କନିକା ଦ୍ୱୀପ କୁହାଯାଉଥିଲା। ଉତ୍କଳ ସାହିତ୍ୟରେ ରାଧାଚରଣ ପଣ୍ଡା ଉଲ୍ଲେଖ କରିଛନ୍ତି, ଭଞ୍ଜ ରାଜବଂଶ ଦ୍ୱାଦଶ ଶତାବ୍ଦୀରେ କନିକା ଜୟ କରିବା ପୂର୍ବରୁ ଏହି ଅଞ୍ଚଳ ୪ ଗୋଟି ସ୍ବତନ୍ତ୍ର ଅଞ୍ଚଳ ଥିଲା। ଏହି ଅଞ୍ଚଳ ମଧ୍ୟରୁ ୪ର୍ଥଟି ସମୁଦ୍ରତଟରେ ଥିବାରୁ କଳଦ୍ୱୀପ ଭାବେ ଜଣାଶୁଣା ଥିଲା। ଏଠାରେ ଥିଲା ପ୍ରାକୃତିକ ପୋତାଶ୍ରୟ। ଏଥିସହ ସାଧବଙ୍କ ଧନରତ୍ନର ସୁରକ୍ଷା ପାଇଁ ଅସ୍ତ୍ରାଗାର ଥିଲା। ଏହି ଅସ୍ତ୍ରାଗାରର ରକ୍ଷକ ହେଉଛନ୍ତି ମା’ ବରୁଣେଇ। ଏହି ତଥ୍ୟକୁ ବିଭିନ୍ନ ପୁସ୍ତକରେ ଜଗବନ୍ଧୁ ସିଂହ ତତ୍ରେବ ସମର୍ଥନ ଜଣାଇଥିବା ବେଳେ ଭଞ୍ଜ କନିକା ପୁସ୍ତକରେ ଦାମୋଦର ସରସ୍ବତୀ ଉଲ୍ଲେଖ କରିଛନ୍ତି। ଏହି ଐତିହାସିକ ତଥ୍ୟ ସତ୍ତ୍ୱେ ମା’ ବରୁଣେଇ ଐତିହାସିକ ଓ ସାଧାରଣ ଲୋକଙ୍କଠାରୁ ଦୂରରେ ଅଛନ୍ତି। ଅପରପକ୍ଷରେ ବରୁଣେଇ ଅଞ୍ଚଳ ଭିତରକନିକାରେ ଥିବାରୁ ୧୯୯୮ରେ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ବେଳେ ୨୦୦୨ରେ ରାମସାର ସାଇଟ ବା ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ୧୮୭୦ରେ ଏହି ଅଞ୍ଚଳର ପରିବ୍ୟାପ୍ତ ୨୦୦ ବର୍ଗ କି.ମି. ଥିବା ବେଳେ ତଟକ୍ଷୟ ଯୋଗୁ ଏବେ ପ୍ରାୟ ୫୦ ବର୍ଗ କି.ମି.ରେ ରହିଛି। ଏହି ସ୍ଥାନକୁ ଯିବା ପାଇଁ ଜଳପଥ ବ୍ୟବହାର କରିବାକୁ ପଡ଼େ। ବରୁଣେଇ ଦ୍ୱୀପ ଘାଟରେ ଫେରିଘାଟ, ସୂଚନା କେନ୍ଦ୍ର, ବିଶ୍ରାମାଗାର, ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରି ଚାଳିତ ଡଙ୍ଗା ଆଦି ବ୍ୟବସ୍ଥା ହେଲେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଫଳରେ ବରୁଣେଇର ପ୍ରାକୃତିକ ବିଭବ ସହ ଇତିହାସ ଲୋକଲୋଚନକୁ ଆସିବ। ଏଥିସହ ତଟକ୍ଷୟ ପାଇଁ ହେନ୍ତାଳ ବଣ ସୃଷ୍ଟି ଆବଶ୍ୟକା ଅଛି ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri