ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍‌ ଓ ଶୋ’ରୁମ୍‌ ମଧ୍ୟ ଖୋଲିିଛି। ବଡ଼ଦାଣ୍ଡରେ ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲମାନ ପଡ଼ିଛି। ଆସନ୍ତା ୪ତାରିଖରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆସିବାକୁ ଥିଲେ ମଧ୍ୟ ସୋମବାର ବଡଦାଣ୍ଡରେ ପତିତପାବନଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା। ବଡଦାଣ୍ଡରେ ଉଠାବ୍ୟବସାୟୀମାନେ ବୁଲି ବୁଲି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଫଟୋଚିତ୍ର, ମାଳି ଓ ସଳିତା ଆଦି ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ସେହିପରି ପୁରୀ ସହରକୁ ବସ ଚଳାଚଳ ସଂଖ୍ୟା ବଢ଼ିଛି। ପୂର୍ବରୁ ୧୫ଟି ବସ୍‌ ଚଳାଚଳ କରୁଥିବା ବେଳେ ସୋମବାର ପ୍ରାୟ ୪୦ଟି ବସ୍‌ ଗଡ଼ିଛି। ରେଳଷ୍ଟେଶନରେ ମଧ୍ୟ ଗହଳଚହଳ ଲାଗିଛି। ଅନେକ ହୋଟେଲ, ଲଜ୍‌ ଖୋଲିଛି। ପର୍ଯ୍ୟଟକମାନେ ବେଳାଭୂମିରେ ସମୟ ବିତାଇବା ସହ ସମୁଦ୍ରସ୍ନାନର ମଜା ନେଇଛନ୍ତି। ରାଜସ୍ଥାନର ପ୍ରଭାସ ଆରୋରା ସମୁଦ୍ରରେ ଗାଧୋଇବା ସହ ପୁରୀ ଷ୍ଟ୍ରିଟ୍‌ ଫୁଡ୍‌ର ମଜା ଉଠାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ସେ ପରିବାର ସହ ସପ୍ତାହେ ତଳେ ଭୁବନେଶ୍ୱରକୁ ଆସିଥିଲେ। ସରକାର କଟକଣା କୋହଳ କରିଥିବା ଜାଣିବା ପରେ ସେ ସୋମବାର ପୁରୀରେ ପହଞ୍ଚିଥିଲେ। ସେ ଡବଲ୍‌ ଡୋଜ୍‌ ଭାକ୍ସିନ୍‌ ନେଇ ସାରିଛନ୍ତି ଓ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିଥିବାରୁ ପୁରୀରେ କିଛି ଦିନ ରହିବେ ବୋଲି କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ସେ ଫେରିବାକୁ ଚାହଁୁଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ପୁରୀରେ ଅଟୋ ଓ ରିକ୍ସା ଚଳାଚଳ ବନ୍ଦ ଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଗୁଜୁରାଣ ମେଣ୍ଟାଇବା ପାଇଁ ହଇରାଣ ହେଉଥିଲେ। ଏବେ କଟକଣା ଖୋଲିବା ପରେ ଅଟୋ ଓ ରିକ୍ସା ଚଳାଚଳ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଠରନଳାଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିବା ବେଳେ ବେଳାଭୂମି ସଂଲଗ୍ନ ରାସ୍ତାରେ ପୋଲିସ ମୁତୟନ କରାଯାଇଥିଲା। ସମୁଦ୍ରକୂଳକୁ ଆସୁଥିବା ଯାନବାହନ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ କୋଭିଡ୍‌ କଟକଣା ମଧ୍ୟରେ ବୁଲିବା ପାଇଁ ନିବେଦନ କରାଯାଇଛି। ପୁରୀ ସିଟିି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ପର୍ଯ୍ୟଟକଙ୍କ ଆଗମନ ଆଗକୁ ବଢ଼ିପାରେ। ଯଦି ଶ୍ରୀମନ୍ଦିର ଖୋଲୁଛି, ତେବେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ। ତେଣୁ ପୋଲିସ ପ୍ରଶାସନ କୋଭିଡ୍‌ କଟକଣା ପାଳନ କରାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri