ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ

ପୁରୀ ଅଫିସ,୩।୮: କୋଭିଡ୍‌ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍‌ ଓ ଶୋ’ରୁମ୍‌ ମଧ୍ୟ ଖୋଲିିଛି। ବଡ଼ଦାଣ୍ଡରେ ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲମାନ ପଡ଼ିଛି। ଆସନ୍ତା ୪ତାରିଖରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆସିବାକୁ ଥିଲେ ମଧ୍ୟ ସୋମବାର ବଡଦାଣ୍ଡରେ ପତିତପାବନଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା। ବଡଦାଣ୍ଡରେ ଉଠାବ୍ୟବସାୟୀମାନେ ବୁଲି ବୁଲି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଫଟୋଚିତ୍ର, ମାଳି ଓ ସଳିତା ଆଦି ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ସେହିପରି ପୁରୀ ସହରକୁ ବସ ଚଳାଚଳ ସଂଖ୍ୟା ବଢ଼ିଛି। ପୂର୍ବରୁ ୧୫ଟି ବସ୍‌ ଚଳାଚଳ କରୁଥିବା ବେଳେ ସୋମବାର ପ୍ରାୟ ୪୦ଟି ବସ୍‌ ଗଡ଼ିଛି। ରେଳଷ୍ଟେଶନରେ ମଧ୍ୟ ଗହଳଚହଳ ଲାଗିଛି। ଅନେକ ହୋଟେଲ, ଲଜ୍‌ ଖୋଲିଛି। ପର୍ଯ୍ୟଟକମାନେ ବେଳାଭୂମିରେ ସମୟ ବିତାଇବା ସହ ସମୁଦ୍ରସ୍ନାନର ମଜା ନେଇଛନ୍ତି। ରାଜସ୍ଥାନର ପ୍ରଭାସ ଆରୋରା ସମୁଦ୍ରରେ ଗାଧୋଇବା ସହ ପୁରୀ ଷ୍ଟ୍ରିଟ୍‌ ଫୁଡ୍‌ର ମଜା ଉଠାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ସେ ପରିବାର ସହ ସପ୍ତାହେ ତଳେ ଭୁବନେଶ୍ୱରକୁ ଆସିଥିଲେ। ସରକାର କଟକଣା କୋହଳ କରିଥିବା ଜାଣିବା ପରେ ସେ ସୋମବାର ପୁରୀରେ ପହଞ୍ଚିଥିଲେ। ସେ ଡବଲ୍‌ ଡୋଜ୍‌ ଭାକ୍ସିନ୍‌ ନେଇ ସାରିଛନ୍ତି ଓ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିଥିବାରୁ ପୁରୀରେ କିଛି ଦିନ ରହିବେ ବୋଲି କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ସେ ଫେରିବାକୁ ଚାହଁୁଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ପୁରୀରେ ଅଟୋ ଓ ରିକ୍ସା ଚଳାଚଳ ବନ୍ଦ ଥିଲା। ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଗୁଜୁରାଣ ମେଣ୍ଟାଇବା ପାଇଁ ହଇରାଣ ହେଉଥିଲେ। ଏବେ କଟକଣା ଖୋଲିବା ପରେ ଅଟୋ ଓ ରିକ୍ସା ଚଳାଚଳ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଠରନଳାଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିବା ବେଳେ ବେଳାଭୂମି ସଂଲଗ୍ନ ରାସ୍ତାରେ ପୋଲିସ ମୁତୟନ କରାଯାଇଥିଲା। ସମୁଦ୍ରକୂଳକୁ ଆସୁଥିବା ଯାନବାହନ ଯାଞ୍ଚ କରାଯିବା ସହ ଯାତ୍ରୀମାନଙ୍କୁ କୋଭିଡ୍‌ କଟକଣା ମଧ୍ୟରେ ବୁଲିବା ପାଇଁ ନିବେଦନ କରାଯାଇଛି। ପୁରୀ ସିଟିି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ପର୍ଯ୍ୟଟକଙ୍କ ଆଗମନ ଆଗକୁ ବଢ଼ିପାରେ। ଯଦି ଶ୍ରୀମନ୍ଦିର ଖୋଲୁଛି, ତେବେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ। ତେଣୁ ପୋଲିସ ପ୍ରଶାସନ କୋଭିଡ୍‌ କଟକଣା ପାଳନ କରାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri