ହାତିଆ ପାହାଡ଼ରେ ପର୍ଯ୍ୟଟକ ଅସୁରକ୍ଷିତ

ଖୋର୍ଦ୍ଧା ଅଫିସ,୧୮ା୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ ପ୍ରାକୃତିକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଏହି ସ୍ଥାନରେ ସିନେମା ଗୀତ, ଆଲବମ ଏବଂ ଫଟୋଗ୍ରାଫି ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସୁଛନ୍ତି। ପୋଲିସ ପାଟ୍ରୋଲିଂ ନ ଥିବା ବେଳେ ବହୁ ପର୍ଯ୍ୟଟକ ଲୁଟ୍‌ର ଶିକାର ହେଉଛନ୍ତି। ଯୁବପିଢି ବିପଦସଙ୍କୁଳ ଅବସ୍ଥାରେ ଛିଡା ହୋଇ ସେଲ୍ଫି ନେବା ଯେପରି ପ୍ରତିଯୋଗିତା ଚାଲିଛି। ସେଲ୍ଫି ନିଶାରେ ବିପଦକୁ ଟାଣି ଆଣୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ସୂଚନାଥାଉ କି, ପାଇକ ବିଦ୍ରୋହର ଗଡ଼ଭାବେ ନିଜଗଡ଼ ତାପଙ୍ଗ ପରିଚିତ। ବିଟ୍ରିଶ ସରକାର ସହ ଲଢେଇ ବେଳେ ପାଇକମାନେ ଏଠାରେ ରହୁଥିଲେ। ହସ୍ତେଶ୍ୱରୀ ଦେବୀଙ୍କ ଆଶୀର୍ବାଦରୁ ପାଇକ ବୀରମାନେ ବୀରତ୍ୱ ସହ ଲଢେଇ କରୁଥିଲେ। ଦେବୀଙ୍କ ନାମାନୁସାରେ ଏହାକୁ ହାତିଆ ପାହାଡ଼ ବୋଲି କୁହାଯାଏ। ତେବେ ଖଣି ମାଫିଆଙ୍କ ପଥର ବ୍ଲାଷ୍ଟିଂ ଯୋଗୁ ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପଥର ଚାରିପଟେ ଶିଆଳି ଲଟା, ଗଛଲତା ମାଡି ଜଳରାଶିରେ ପଡି ନୀଳବର୍ଣ୍ଣ ଦେଖାଯାଉଛି। ଏଠାରେ ସକାଳର ସୂର୍ଯ୍ୟକିରଣ ପଡିବା ପରେ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରୁଛି। ଏହି ନୀଳ ଜଳରାଶି ଏବଂ ଚାରିପଟେ ପାହାଡର ଦୃଶ୍ୟ ଏହାର ପରିବେଶକୁ ଅତି ଆକର୍ଷଣୀୟ କରୁଛି। ଫଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯୁବପିଢିଙ୍କ ଭିଡ଼ ଜମୁଛି। ଏହି ଅଘୋଷିତ ପର୍ଯ୍ୟଟନସ୍ଥଳି ପର୍ଯ୍ୟଟକଙ୍କ ଲାଗି ବିପଦ ଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏନେଇ ଜିଲାପାଳଙ୍କ ମତାମତ ମିଳପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri