ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍‌ନିକ୍‌, ମେଳା, ମହୋତ୍ସବରେ ଭରି ଉଠେ ବେଳାଭୂମି ଅଞ୍ଚଳ। ଚଳିତବର୍ଷ ମହାମାରୀ କରୋନା ପ୍ରଭାବରେ ଗତ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ବନ୍ଦ ଥିବା ବେଳେ ନଭେମ୍ବରରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। କିନ୍ତୁ ଚାନ୍ଦିପୁର ବେଳାଭୂମିକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି।
ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଛି ବାଲେଶ୍ୱର ଚାନ୍ଦିପୁର ବେଳାଭୂମି। ସମୁଦ୍ର ଏଠି ଶୋଇଯାଇଛି ସୁନା ପୁଅ ଭଳି। ଭୟଙ୍କର ଗର୍ଜନ ନାହଁି କି ସମୁଦ୍ର ଜୁଆରରେ ବୁଡ଼ିଯିବାର ଭୟ ନାହଁି। ତେଣୁ ଭୟଶୂନ୍ୟ ହୋଇ ଏଠି ସମୁଦ୍ରରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ। ଏହାସହ ବିସ୍ତୀର୍ଣ୍ଣ ବେଳାଭୂମିରେ ୨କି.ମି. ବ୍ୟାପୀ ଚାଲିବାର ମଜା ଯେଉଁ ପର୍ଯ୍ୟଟକ ପାଇଛି, ସେ ଭୂଲି ନ ପାରି ବାରମ୍ବାର ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସର ସୁବ୍ୟବସ୍ଥା ହୋଇଥିବା ବେଳେ ବଡ଼ ବଡ଼ ଘରୋଇ ହୋଟେଲ ଏବଂ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି। ଆଇଟିଆଇ ଛକଠାରୁ ଝାମ୍ପରା ହାଟ ପର୍ଯ୍ୟନ୍ତ ୧୦କି.ମି. ରାସ୍ତା ପ୍ରତିରକ୍ଷା ବିଭାଗର। ସେହିଭଳି ଝାମ୍ପରା ହାଟ (ସୁନାପୁର ଛକ)ରୁ ବେଳାଭୂମି ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ରାସ୍ତାକୁ ପ୍ରତିରକ୍ଷା ବିଭାଗ ଏବଂ ପୂର୍ତ୍ତବିଭାଗ ଅଧୀନରେ ଥିବା ରାସ୍ତାକୁ ମରାମତି କରିବା ଦାୟିତ୍ୱ ପୂର୍ତ୍ତବିଭାଗର ରହିଛି। କିନ୍ତୁ ଉଭୟ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ପ୍ରତିଦିନ ଉକ୍ତ ରାସ୍ତାରେ ପ୍ରତିରକ୍ଷା ବିଭାଗର ଭାରୀଯାନ ଯା’ଆସ କରିବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବେଳାଭୂମି ରକ୍ଷଣାବେକ୍ଷଣ ଦାୟିତ୍ୱ କରୁଥିବା ଜଳସେଚନ ବିଭାଗର ଭାରିଯାନ ମଧ୍ୟ ଯିବା ଆସିବା କରୁଛି। ସୁନହଟ ଅଞ୍ଚଳର ଭୂଜାଖିଆ ପୀର ଛକଠାରୁ ଶ୍ରୀକୋଣା ପର୍ଯ୍ୟନ୍ତ ପ୍ରାୟ ୭କି.ମି. ରାସ୍ତା ପ୍ରତିରକ୍ଷା ବିଭାଗର ଏବଂ ଝାମ୍ପରା ହାଟରୁ ବେଳାଭୂମି ପର୍ଯ୍ୟନ୍ତ ପ୍ରାୟ ୫କି.ମି. ପୂର୍ତ୍ତ ବିଭାଗର ରାସ୍ତା ଅବସ୍ଥା କହିଲେ ନ ସରେ। ଏହି ରାସ୍ତାରେ ୪ଚକିଆ କିମ୍ବା ୨ଚକିଆ ଯାନ ଯିବା ଅସମ୍ଭବ ହୋଇପଡ଼ିଛି। ଏହି ପର୍ଯ୍ୟଟନସ୍ଥଳୀକୁ ଆସିବା ପାଇଁ ଏକମାତ୍ର ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନୈତିକ ନେତୃବର୍ଗ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ପ୍ରତ୍ୟେକ ଦିନ ଏହିଭଳି ରାସ୍ତାରେ ଯା’ଆସ କରି ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ପୂର୍ବତନ ଜିଲାପରିଷଦ ସଦସ୍ୟ ପର୍ଶୁରାମ ବେହେରା କହନ୍ତି, ରାସ୍ତା ଦୁରବସ୍ଥା ଉପରେ ଦୃଷ୍ଟି ଦିଆଯାଉନାହିଁ। ଉନ୍ନୟନମୂଳକ କାର୍ଯ୍ୟ ଏକପ୍ରକାର ଠପ୍‌। ଚାନ୍ଦିପୁର ସହ ଦେଶର ଏକ ବୃହତ୍‌ ମାଛଧରା କେନ୍ଦ୍ର ବଳରାମଗଡ଼ିକୁ ମଧ୍ୟ ଏହି ରାସ୍ତା ଯାଇଛି। ପ୍ରତିଦିନ ଶତାଧିକ ଭାରିଯାନ ଯା’ଆସ କରୁଛି। ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଯଥାଶୀଘ୍ର ଏହାର ମରାମତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବା ସହ ରାସ୍ତାରୋକୋ କରାଯିବ।
ନବନିର୍ବାଚିତ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ କହନ୍ତି, ଚାନ୍ଦିପୁର ଜିଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ। ଏହାର ସର୍ବାଙ୍ଗୀନ ଉନ୍ନତୀକରଣ ପାଇଁ ପ୍ରୟାସ କରାଯିବ। ଯଥାଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାସ୍ତା ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri