କଳାକୃତି ଗ୍ରାମରୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ଢେଙ୍କାନାଳ,୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ସବୁଜିମାଭରା ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ସପ୍ତଶଯ୍ୟା ପଞ୍ଚାୟତରେ ଏହି ପର୍ଯ୍ୟଟନସ୍ଥଳୀ ଥିବାବେଳେ ନିକଟ ନବଜୀବନପୁର ସଦେଇବେରେଣୀ ଗ୍ରାମ ପ୍ରସିଦ୍ଧ ଡୋକ୍ରା କାଷ୍ଟିଂ ହସ୍ତଶିଳ୍ପ ଗ୍ରାମ ଭାବେ ପରିଚୟ ହାସଲ କରିଛି। ସପ୍ତଶଯ୍ୟାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଗ୍ରାମ ପ୍ରତି ଆକର୍ଷିତ କରି ସ୍ଥାନୀୟ କଳାକୌଶଳର ପ୍ରଚାରପ୍ରସାର କରିବା ଏବଂ କାରିଗରମାନଙ୍କ ସମୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ କଳାକୃତି ଗ୍ରାମ ନିର୍ମାଣ ସହ ଅନେକ ବ୍ୟବସ୍ଥା କରାଯାଇଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ୨ଟି ବୋଟ ଅଚଳ ହୋଇପଡ଼ିଥିବା ବେଳେ ପ୍ରଶିକ୍ଷଣ ପାଇଁ ୨ଟି ଘୋଡ଼ା ଅଣାଯାଇପାରି ନାହିଁ। ଫଳରେ ଚଳିତ ପର୍ଯ୍ୟଟନ ଋତୁରେ ଏହି କଳାକୃତି ଗ୍ରାମରୁ ପର୍ଯ୍ୟଟକମାନେ ମୁହଁ ମୋଡ଼ୁଥିବା ଦେଖାଯାଉଛି।
ପ୍ରକାଶ ଯେ, ସ୍ଥାନୀୟ ଡୋକ୍ରା କାରିଗରମାନଙ୍କୁ ପ୍ରୋତ୍ସାହନ ଓ ସେମାନଙ୍କ ଦ୍ୱାରା ହସ୍ତଶିଳ୍ପର ଚାହିଦା ବୃଦ୍ଧି ପାଇଁ ନବଜୀବନପୁର ସଦେଇବେରେଣୀ ଗ୍ରାମରେ ୫ କୋଟି ଟଙ୍କା ବ୍ୟୟରେ କଳାକୃତି ଗ୍ରାମ ନିର୍ମାଣ କରାଯିବା ସହ ୨୪ ଫେବୃୟାରୀ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାକୁ ଉଦ୍‌ଘାଟନ କରାଯାଇଥିଲା।

ଏହାପରେ ତତ୍କାଳୀନ ଜିଲାପାଳ ସରୋଜ କୁମାର ସେଠୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ କଳାକୃତି ଗ୍ରାମ ପରିସରରେ ୨୮ ଜୁନ ୨୦୨୩ରେ ଏକ ୱାଟର ଟ୍ୟାଙ୍କ କରି ସେଥିରେ ବୋଟିଂ ବ୍ୟବସ୍ଥା କରିଥିଲେ। ୪ଟି ବୋଟ୍‌ ମଧ୍ୟ ଅଣାଯାଇଥିଲା। ଏଥିସହ ଏନ୍‌ସିସି ଛାତ୍ରୀଛାତ୍ର ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିବାକୁ ୨ଟି ଘୋଡ଼ା ଆଣି ପ୍ରଶିକ୍ଷଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ଢେଙ୍କାନାଳ ସପ୍ତଶଯ୍ୟା ପୂର୍ତ୍ତ ବିଭାଗ ରାସ୍ତାର ସଦେଇବେରେଣୀ ଠାରୁ କଳାକୃତି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏ ସମସ୍ତ ପ୍ରତିଶ୍ରୁତି କେବଳ କାଗଜକଲମରେ ଅଟକି ରହିଛି। ବୋଟିଂ ପାଇଁ ଥିବା ୪ଟି ବୋଟରୁ ୨ଟି ଅଚଳ ହୋଇ ପଡିଥିବା ବେଳେ ବୋଟିଂ ପାଇଁ କୌଣସି ସୁରକ୍ଷା କର୍ମଚାରୀ ମଧ୍ୟ ନିୟୋଜିତ ହୋଇନାହାନ୍ତି। ସେହିପରି ୨ଟି ଘୋଡ଼ା ଆଜି ପର୍ଯ୍ୟନ୍ତ ଅଣାଯାଇପାରି ନାହିଁ। ତତ୍କାଳୀନ ଜିଲାପାଳଙ୍କ ସମୟରେ କଳାକୃତି ଗ୍ରାମ ପରିସରରେ ଥିବା ଶୀତତାପ ନିୟନ୍ତ୍ରିତ ସମ୍ମିଳନୀ କକ୍ଷରେ ଅଧିକାଂଶ ସମୟରେ ବିଭିନ୍ନ ବିଭାଗର ବୈଠକ କରାଯାଉଥିଲା। ଫଳରେ ଉକ୍ତ ସମ୍ମିଳନୀ କକ୍ଷ ଭଡ଼ା ବାବଦକୁ ନିର୍ଦ୍ଧାରିତ ହୋଇଥିବା ଅର୍ଥ କଳାକୃତି ଗ୍ରାମକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ କୌଣସି ପ୍ରକାର ସରକାରୀ କାର୍ଯ୍ୟକ୍ରମ ସେଠାରେ ହେଉ ନ ଥିବା ଦେଖାଯାଇଛି। ଗତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଚଳିତବର୍ଷ ସପ୍ତଶଯ୍ୟାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ମଧ୍ୟ କଳାକୃତି ଗ୍ରାମରେ ପୂର୍ବପରି ଅଧିକ ପର୍ଯ୍ୟଟକଙ୍କ ପାଦ ପଡି ନ ଥିବା ଦେଖାଯାଇଛି। ଏଥିଯୋଗୁ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଏହି କଳାକୃତି ଗ୍ରାମ ପର୍ଯ୍ୟଟନ ଋତୁରେ ମଧ୍ୟ ଖାଁ ଖାଁ ହୋଇ ରହିଛି। ଜିଲା ପ୍ରଶାସନ ମଧ୍ୟ ଏ ଦିଗରେ ଆନ୍ତରିକତା ଦେଖାଉ ନାହିଁ। ଫଳରେ କଳାକୃତି ଗ୍ରାମ ଏହାର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ଦୂରରେ ରହିଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଗତ ୨୫ ତାରିଖ ସନ୍ଧ୍ୟାରେ ସଦର ବ୍ଲକ ପରିସରରେ ବିଡିଓ ଆୟୁଷୀ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ, ପର୍ଯ୍ୟଟକମାନେ ମୁହଁମୋଡ଼ିଲେ ମଧ୍ୟ ବର୍ତ୍ତମାନ କିଛି କରିହେବନି। ନିର୍ବାଚନ କାର୍ଯ୍ୟ ପାଇଁ ସମସ୍ତେ ବ୍ୟସ୍ତ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri