ବିନା ମାସ୍କରେ ଧରାପଡ଼ିଲେ ୫ହଜାର ଜରିମାନା ନଚେତ୍‌ ୮ଦିନ ଜେଲ୍‌

କୁଲୁ,୯।୭: କରୋନା ଲକ୍‌ଡାଉନ କଟକଣା କୋହଳ ହେବା ପରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ମନାଲିରେ କୌଣସି ବ୍ୟକ୍ତି ବିନା ମାସ୍କରେ ଧରାପଡ଼ନ୍ତି ତେବେ ସେମାନଙ୍କ ଉପରେ ୫ହଜାର ଟଙ୍କା ଜରିମାନା କିମ୍ବା ୮ଦିନିଆ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା କଟକଣା କୋହଳ ହେବା ପରେ ଅନ୍ୟ ରାଜ୍ୟରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ରାଜ୍ୟ ପୋଲିସର ସୂଚନା ଅନୁସାରେ ପ୍ରତିଦିନ ଏଠାକୁ ବାହାର ରାଜ୍ୟର ୧୮ରୁ ୨୦ହଜାର ଯାତ୍ରୀଙ୍କ ଯାନବାହନ ପ୍ରବେଶ କରୁଛି। ତେବେ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ଯୋଗୁ ମନାଲୀ ସମେତ ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ...

ଟ୍ରମ୍ପ୍‌ଙ୍କ ଦୁଇଦିନିିଆ ଭାରତ ଗସ୍ତ ଶେଷ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ଶେଷ ହୋଇଛି। ଦ୍ୱିତୀୟ ଦିନରେ ସେ ଭାରତ ସହ ବାଣିଜି୍ୟକ ଆଲୋଚନା, ପ୍ରତିରକ୍ଷା...

ପାକିସ୍ତାନ ଜେଲରୁ ମୁକୁଳିବେ କି କୁଳଭୂଷଣ, ଆଜି ଆସିବ ରାୟ

ନୂଆଦିଲ୍ଲୀ, ୧୭।୭: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ବୁଧବାର ପ୍ରକାଶ ପାଇବ।...

ପ୍ରବାସୀ ପରେ ଏବେ ବିଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଆଣିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ଲକ୍‌ଡାଉନରେ ଫସିରହିଥିବା ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ଆଗେଇ...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ...

ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ବୁଝି ନାହାଁନ୍ତି: ଥରୁର

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଯାହା କହିଛନ୍ତି ତାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଶଶି ଥରୁର।...

‘ବୈଜ୍ଞାନିକ ଗବେଷଣା ନିର୍ଦ୍ଦେଶ ଅନୁସାରେ କରାଯିବା ଅନୁଚିତ’

ନୂଆଦିଲ୍ଲୀ,୫।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ...

ଟିକାର ଭିନ୍ନଭିନ୍ନ ଦାମ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ୍‌ …

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାର ଭିନ୍ନଭିନ୍ନ ଦାମ୍‌ ନେଇ ରାଜସ୍ଥାନ ଏବଂ...

Advertisement
Archives

Model This Week