Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ନଟରାଜ୍‌ ମନ୍ଦିର

ନଟରାଜ୍‌ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍‌ଠାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତା ହେଉଛି ଅନ୍ୟ ଶୈବପୀଠ ଭଳି ଏଠାରେ ଶିବଲିଙ୍ଗଙ୍କୁ ପୂଜା କରା ନ ଯାଇ ନାନାଦି ଆଭୂଷଣରେ ସଜ୍ଜିତ ଭଗବାନ ଶିବଙ୍କର ମାନବରୂପୀ ନଟରାଜ ମୂର୍ତ୍ତି (ନୃତ୍ୟ କରୁଥିବାର ମୂର୍ତ୍ତି)କୁ ଉପାସନା କରାଯାଇଥାଏ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଏହି ଦେବତା ହେଉଛନ୍ତି ବେଶ୍‌ ପ୍ରତ୍ୟକ୍ଷ। ମାନସିକ କରି ଭକ୍ତଟିଏ ତାଙ୍କୁ କିଛି ମାଗିଲେ, ସିଏ ଭକ୍ତର ଗୁହାରି ଶୁଣିଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ଭକ୍ତଗଣଙ୍କର ବେଶ୍‌ ଭିଡ ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ପୌରାଣିକ କଥା
ଏକଦା ଏହି ସ୍ଥାନଟି ଜଙ୍ଗଲ ପରିବେଷ୍ଟିତ ହୋଇଥିଲା, ଯେଉଁଠାରେ ଏକାଧିକ ସାଧୁ ରହୁଥିଲେ। ଆଉ ସେମାନେ ତିଲିସ୍ମି ଶକ୍ତି ଉପରେ ବିଶ୍ୱାସ କରୁଥିଲେ। ସେମାନଙ୍କର ଧାରଣା ଥିଲା, ସଂସ୍କାର, ମନ୍ତ୍ର ତଥା ତାନ୍ତ୍ରିକ ଶବ୍ଦର ପ୍ରୟୋଗ ଦ୍ବାରା ଭଗବାନଙ୍କୁ ବଶୀଭୂତ କରିହେବ। ଥରେ ହର ହର ମହାଦେବ ଭିକ୍ଷୁକ ବେଶରେ ଉକ୍ତ ଜଙ୍ଗଲ ଭ୍ରମଣରେ ଆସିଥାନ୍ତି। ସାଙ୍ଗରେ ତାଙ୍କ ସହଚରୀ ହୋଇ ମୋହିନୀ ବେଶରେ ପ୍ରଭୁ ବିଷ୍ଣୁ ବି ଚାଲିଥାନ୍ତି। ଜଙ୍ଗଲରେ ରହୁଥିବା ସାଧୁ ଖାସ୍‌କରି ତାଙ୍କ ପତ୍ନୀଗଣ ଉକ୍ତ ଭିକ୍ଷୁକ ଓ ତାଙ୍କ ସହଚରୀଙ୍କର ଅପୂର୍ବ ସୌନ୍ଦର୍ଯ୍ୟକୁ ଦେଖି ମୋହିତ ହୋଇଗଲେ। ପତ୍ନୀମାନଙ୍କୁ ଏମିତି ଭାବେ ମୋହିତ ହେଉଥିବା ଦେଖି ସାଧୁଗଣ କ୍ରୋଧିତ ହୋଇ ତାନ୍ତ୍ରିକ ମନ୍ତ୍ରଦ୍ବାରା ଅନେକ ସାପକୁ ସେଠାକୁ ଆମନ୍ତ୍ରିତ କରି ଆଣିଲେ। ହେଲେ ଭିକ୍ଷୁକ ବେଶଧାରୀ ଭଗବାନ ଶିବ ସେହି ସାପକୁ ଧରି ଆଭୂଷଣ ଭାବେ ବେକରେ, ଅଣ୍ଟାରେ ଓ ଜଟାରେ ଗୁଡ଼ାଇ ଦେଇଥିଲେ। ଏହାଦେଖି ସାଧୁମାନେ ଆହୁରି କ୍ରୋଧିତ ହୋଇ ମନ୍ତ୍ର ଦ୍ୱାରା ଏକ ଭୟଙ୍କର ବାଘକୁ ପ୍ରକଟ କଲେ। ହେଲେ ଶିବ ଭଗବାନ ତା’ର ବି ଚମଡ଼ା କାଢ଼ିକି ଚାଦର ଭଳି ଅଣ୍ଟାରେ ଗୁଡ଼ାଇ ଦେଇଥିଲେ। ଏସବୁ ଦେଖି ସାଧୁଗଣ ପୂରା ହତୋତ୍ସାହିତ ହୋଇ ସେମାନଙ୍କର ସମସ୍ତ ଶକ୍ତି ଖଟାଇ ଏକ ଶକ୍ତିଶାଳୀ ରାକ୍ଷସକୁ ଆହ୍ବାନ କଲେ, ଯିଏ କି ଅଜ୍ଞାନତା ଓ ଅହଙ୍କାରର ବଶୀଭୂତ ହୋଇ ଭଗବାନଙ୍କୁ ଚିହ୍ନି ନ ପାରି ତାଙ୍କୁ ଆକ୍ରମଣ କରିଥିଲା। ହେଲେ ଭଗବାନ ଶିବ ସେହି ରାକ୍ଷସକୁ ମୁହୂର୍ତ୍ତକ ମଧ୍ୟରେ ତଳେ ପକାଇ ସ୍ମିତ ହାସ୍ୟରେ ତା’ ପିଠି ଉପରେ ଚଢ଼ି ତାକୁ ଉଠିବା ପାଇଁ ଅସମର୍ଥ କରିଦେଲେ। ଆଉ ତା’ ପିଠି ଉପରେ ଆନନ୍ଦ ତାଣ୍ଡବ(ଶାଶ୍ୱତ ତାଣ୍ଡବ ନୃତ୍ୟ) କରି ନିଜ ବାସ୍ତବ ରୂପକୁ ପ୍ରଦର୍ଶିତ କରିଥିଲେ। ଏହାକୁ ଦେଖି ସାଧୁଗଣ ନିଜର ଭୁଲ୍‌ ବୁଝିପାରି ଭଗବାନଙ୍କ ଶରଣ ଯାଇଥିଲେ। ସେବେଠାରୁ ଏଠାରେ ଭଗବାନଙ୍କର ଶାଶ୍ୱତ ତାଣ୍ଡବ ନୃତ୍ୟ କରୁଥିବାର ପ୍ରତୀମା ବା ନଟରାଜ ପ୍ରତୀମାକୁ ପୂଜା କରାଯାଉଛି ବୋଲି ବିଶ୍ୱାସ ରହିଛି।

ଆନନ୍ଦ ତାଣ୍ଡବ ମୁଦ୍ରାର ମହତ୍ତ୍ୱ
ଭଗବାନ ଶିବଙ୍କର ଏହି ଆନନ୍ଦ ତାଣ୍ଡବ ମୁଦ୍ରା ଏକ ଅତ୍ୟନ୍ତ ପ୍ରସିଦ୍ଧ ମୁଦ୍ରା ଅଟେ। ଏହି ବ୍ରହ୍ମାଣ୍ଡୀୟ ନୃତ୍ୟ ମୁଦ୍ରା ଆମକୁ ଅନେକ

କିଛି ଶିକ୍ଷା ଦେଇଥାଏ; ଯେମିତି କି:
-ନଟରାଜ ମୂର୍ତ୍ତିଙ୍କ ପାଦତଳେ ରହିଥିବା ରାକ୍ଷସ ଆମକୁ ଏହା ଜଣାଏ ଯେ, ଅଜ୍ଞାନତା ଭଗବାନଙ୍କ ଚରଣ ତଳେ ରହିଛି।
-ପ୍ରଭୁଙ୍କର ଗୋଟିଏ ହାତରେ ରହିଥିବା ଅଗ୍ନି (ନଷ୍ଟ କରିବାର ଶକ୍ତି) ଏକଥାର ପ୍ରତୀକ ଅଟେ ଯେ, ସମସ୍ତ ପାପୀ ତଥା ଦୁରାଚାରୀଙ୍କୁ ନଷ୍ଟ କରିବାର ଶକ୍ତି ତାଙ୍କ ପାଖରେ ରହିଛି।
-ସେହିପରି ଅନ୍ୟ ଏକ ହାତରେ ଶୋଭା ପାଉଥିବା ଡମ୍ବରୁ ଜୀବନ ଉତ୍ପତ୍ତିର ପ୍ରତୀକ ହୋଇଥାଏ।
-ତା’ଛଡ଼ା ମୂର୍ତ୍ତିରେ ଦର୍ଶିତ ଆଶୀର୍ବାଦ ଭଙ୍ଗୀରେ ଉପରକୁ ଉଠାଯାଇଥିବା ହାତ ଦୁଇଟି ଏହା ଦର୍ଶାଇଥାଏ ଯେ, ସେ ହେଉଛନ୍ତି ସମସ୍ତ ଜୀବଙ୍କର ଉଦ୍ଧାରକ।
-ଅନ୍ୟପକ୍ଷେ ପ୍ରଭୁଙ୍କ ପଛ ଭାଗରେ ରହିଥିବା ଚକ୍ର ବ୍ରହ୍ମାଣ୍ଡର ପ୍ରତୀକ ହୋଇଥାଏ।

ମନ୍ଦିରର ବାସ୍ତୁକଳା ଓ ମହତ୍ତ୍ୱ
ସୂଚନାନୁଯାୟୀ, ପ୍ରାୟ ଚାଳିଶ ଏକର ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଛି ଭଗବାନ ଶିବଙ୍କର ଏହି ପବିତ୍ର ମନ୍ଦିରଟି। ତା’ଛଡା ଏହି ମନ୍ଦିରରେ ସମୁଦାୟ ନଅଟି ଦ୍ବାର ରହିଛି, ତନ୍ମଧ୍ୟରୁ ଚାରୋଟି ଦ୍ବାର ଉପରେ ଉଚ୍ଚ ଉଚ୍ଚ ପଗୋଡ଼ା ବା ଗୋପୁରମ୍‌ ନିର୍ମିତ ହୋଇଛି। ଆଉ ପ୍ରତି ଗୋପୁରମ୍‌ର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପଟକୁ ୭ଟି ଲେଖାଏ ସ୍ତର ରହିଛି; ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଏହି ମନ୍ଦିରର ଅପୂର୍ବ ବାସ୍ତୁକଳା ସାଙ୍ଗକୁ ପ୍ରଭୁଙ୍କର ମହିମା ଦେଶବିଦେଶର ଭକ୍ତଗଣଙ୍କୁ ବେଶ୍‌ ମୋହିତ କରିଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ତିରୁଚିରାପ୍ପାଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର (ତ୍ରିଚୀ ବିମାନବନ୍ଦର) ହେଉଛି ଏହାର ନିକଟତମ ମୁଖ୍ୟ ବିମାନବନ୍ଦର; ଯାହା ଚିଦଂବରମ୍‌୍‌ଠାରୁ ପ୍ରାୟ ୧୯୫ କି.ମି. ଦୂରରେ ଅବସ୍ଥିତ। ତା’ଛଡ଼ା ଏହି ସ୍ଥାନରୁ ବସ୍‌ ତଥା ଟ୍ରେନ୍‌ ଯୋଗେ ବି ଭକ୍ତଗଣ ସୁବିଧାରେ ଯାଇ ମନ୍ଦିର ନିକଟରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri