Posted inଖେଳ

ଓଡ଼ିଶା ଆଗରେ କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଆଗରେ ବରୋଦା କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ପ୍ରଥମ ଇନିଂସରେ ମାତ୍ର ୧୭୮ରେ ଅଲ୍‌ଆଉଟ ହୋଇଥିଲା। ଶାଶ୍ୱତ ରାଓ୍ବତଙ୍କ ଶତକ ସହାୟତାରେ ବରୋଦା ଏହାର ଦ୍ୱିତୀୟ ଇନିଂସକୁ ୨୫୮/୪ରେ ଘୋଷଣା କରିବାରୁ ଓଡ଼ିଶା ଆଗରେ ୪୩୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୃତୀୟ ଦିବସ ଶେଷ ବେଳକୁ ଓଡ଼ିଶା ଗୋଟିଏ ଉଇକେଟ ହରାଇ ୧୦୩ ରନ କରିଛି। ୯ ଉଇକେଟ ସୁରକ୍ଷିତ ଥିଲେ ହେଁ ଓଡ଼ିଶା ଏବେ ମଧ୍ୟ ୩୨୯ ରନ ପଛରେ ରହିଛି। ସୋମବାର ମ୍ୟାଚର ଅନ୍ତିମ ଦିବସ। ଓଡ଼ିଶାକୁ ଲକ୍ଷ୍ୟ ପଥରେ ପହଞ୍ଚତ୍ବାକୁ ହେଲେ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ପଡ଼ିବ। ଓପନିଂ ଯୋଡ଼ିରେ ୯୫ ରନର ଭାଗୀଦାରି ପରେ ଅନୁରାଗ ଷଡ଼ଙ୍ଗୀ ୫୬ ରନରେ ଆଉଟ ହୋଇ ଯାଇଛନ୍ତି। ସେ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇଥିବାବେଳେ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୪୧ ଓ ସନ୍ଦୀପ ପଟ୍ଟନାୟକ ୧ ରନରେ ଅପରାଜିତ ରହିଛନ୍ତି। ବରୋଦା ପକ୍ଷରୁ ଅତୀତ ସେଠ୍‌ ଗୋଟିଏ ଉଇକେଟ ନେଇଛନ୍ତି।

ଶାଶ୍ୱତଙ୍କ ଶତକ

ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୪୩/୧ରୁ ଖେଳ ଆରମ୍ଭ କରିଥିବା ବରୋଦାକୁ ତୃତୀୟ ଦିବସ ପ୍ରଥମ ଭାଗରେ ଝଟ୍‌କା ଦେଇଥିଲେ ଓଡ଼ିଶାର ଦେବବ୍ରତ ପ୍ରଧାନ। ସେ ଜ୍ୟୋତ୍ସ୍ନିଲ ସିଂ (୩୩)ଙ୍କୁ ଆଉଟ କରିବାରୁ ବରୋଦା ସ୍କୋର ୨୪ ଓଭର ବେଳକୁ ୬୯/୨ ହୋଇ ଯାଇଥିଲା। ମାତ୍ର ଶାଶ୍ୱତ ରାଓ୍ବତଙ୍କ ଶତକ ଓ ଅଧିନାୟକ ବିଷ୍ଣୁ ସୋଲାଙ୍କିଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଦଳ ଦୃଢ଼ ସ୍ଥିତିରେ ପହଞ୍ଚତ୍ ଯାଇଥିଲା। ଉଭୟ ତୃତୀୟ ଉଇକେଟ ଯୋଡ଼ିରେ ୧୭୬ ବଲ୍‌ରୁ ୧୩୯ ରନ ଯୋଗକରି ଓଡ଼ିଶା ବୋଲରଙ୍କ ପରୀକ୍ଷା ନେଇଥିଲେ। ବିଷ୍ଣଙ୍କୁ ୭୯ ରନରେ ଆଉଟକରି ଓଡ଼ିଶାକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜୟନ୍ତ ବେହେରା। ମାତ୍ର ଶାଶ୍ୱତ ହାସଲ କରିଥିଲେ କ୍ୟାରିୟରର ଦ୍ୱିତୀୟ ପ୍ରଥମଶ୍ରେଣୀ ଶତକ। ସେ ୧୦୨ ରନ କରିବାପରେ ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଅଭିମନ୍ୟୁ ରାଜପୁତ ୩୦ ଓ ନିନାଦ ରଥଭା ୮ ରନରେ ଅପରାଜିତ ଥିବାବେଳେ ୬୧ତମ ଓଭରପରେ ଇନିଂସ ଘୋଷଣା କରିଥିଲା ବରୋଦା। ଓଡ଼ିଶା ବୋଲରଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨ଟି ଏବଂ ଜୟନ୍ତ ବେହେରା ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

ସଂକ୍ଷିପ୍ତ ସ୍କୋର
ବରୋଦା ପ୍ରଥମ ଇନିଂସ: ୩୫୧। ଓଡ଼ିଶା ପ୍ରଥମ ଇନିଂସ: ୧୭୮। ବରୋଦା ଦ୍ୱିତୀୟ ଇନିଂସ: ୨୫୮/୪ (ଘୋଷଣା)। ଓଡ଼ିଶା ଦ୍ୱିତୀୟ ଇନିଂସ: ୧୦୩/୧ (ଅନୁରାଗ ଷଡ଼ଙ୍ଗୀ-୫୬, ଶାନ୍ତନୁ ମିଶ୍ର-୪୧, ଅତୀତ ସେଠ୍‌-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri