Posted inଖେଳ

ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ

ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ ଦଳର କମ୍ବିନେଶନ କ’ଣ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅବଶ୍ୟ ଏବେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ହଜାରେ ଟ୍ରଫିରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ସଂଘର୍ଷ କରୁଥିବା ବେଳେ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି ଯୁବ ଓପନର ଋତୁରାଜ ଗାଏକ୍ୱାଡ। ବହୁ ପ୍ରତୀକ୍ଷିତ ଏହି ସିରିଜରେ ଭେଙ୍କଟେଶ ଆୟାର ଖେଳିବା ମଧ୍ୟ ଏକପ୍ରକାର ନିଶ୍ଚିତ ମନେହେଉଛି।

ଇତିମଧ୍ୟରେ ଓପନର ରୋହିତ ଶର୍ମା ଭାରତୀୟ ଦିନିକିଆ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିସାରିଛି। ତେବେ ଏହି ସିରିଜ ପାଇଁ ଦଳ ଘୋଷଣା କରାଯାଇନାହିଁ। ଚୟନକର୍ତ୍ତାମାନେ ଏବେ ବିଜୟ ହଜାରେ ଟ୍ରଫିରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ବିଜୟ ହଜାରେ ଟ୍ରଫି ଚାଲୁ ରହିଥିବା ବେଳେ ଋତୁରାଜ ଓ ଆୟାରକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଋତୁରାଜ କ୍ରମାଗତ ୩ଟି ଶତକ ହାସଲ କରିଥିବା ବେଳେ ଆୟାର ଦୁଇଟି ଶତକ ଅର୍ଜନ କରିଛନ୍ତି। ଭଲ ବ୍ୟାଟିଂ କରିବା ସହ ସେ ଉଇକେଟ ମଧ୍ୟ ନେଉଛନ୍ତି। ଫଳରେ ସେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି। ତେବେ ଦଳରେ ଲୋକେଶ ରାହୁଲ ଓ ରୋହିତଙ୍କ ଉପସ୍ଥିତିରେ ଟପ୍‌ ଅର୍ଡରରେ ଋତୁରାଜଙ୍କୁ ସ୍ଥାନ ମିଳିବା କଷ୍ଟକର ମନେହେଉଛି। ଏଭଳି ପରିସ୍ଥିତିରେ ଆୟରଙ୍କୁ ୫ କିମ୍ବା ୬ ନମ୍ବରରେ ସୁଯୋଗ ଦିଆଯାଇପାରେ। ଦଳ ପାଇଁ ସେ ଫିନିଶରର ଭୂମିକା ନିର୍ବାହ କରିବେ।

ଗତ ଦିନିକିଆ ସିରିଜରେ ଧାଓ୍ବନ ଭାରତର ନେତୃତ୍ୱ ନେଇଥିଲେ ଓ ଶ୍ରୀଲଙ୍କା ବିପକ୍ଷ ଗୋଟିଏ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଧାଓ୍ବନ ବଡ଼ ଇନିଂସ ଖେଳିବାରେ ଅଭ୍ୟସ୍ତ ରହିଛନ୍ତି। ତେଣୁ ଧାଓ୍ବନଙ୍କୁ ଏକ ଶେଷ ସୁଯୋଗ ଦେବାକୁ ଚୟନକର୍ତ୍ତାମାନେ ଲକ୍ଷ୍ୟ ରଖିଥିଲେ। ତାଙ୍କୁ ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ରେ ଖେଳାଯାଇପାରେ। ତେଣୁ ଦକ୍ଷିଣ ଆଫ୍ରିକା ସିରିଜ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri