ସ୍ପର୍ଶ ହସ୍ପିଟାଲ୍‌ର ‘ୱିନର୍ସ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୮।୧୦:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସ୍ପର୍ଶ ହସ୍ପିଟାଲ’ ପକ୍ଷରୁ ବିଶ୍ୱ ସ୍ତନ କର୍କଟ ସଚେତନତା ମାସ ପରିପ୍ରେକ୍ଷୀରେ ‘ୱିନର୍ସ ଅଫ୍‌ ଲାଇଫ୍‌’ ଶୀର୍ଷକ ଏକ କର୍ମଶାଳା ଓ ସଚେତନତା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଥିମ୍‌ ‘ଗିଭ୍‌ ହୋପ୍‌, ସେଭ୍‌ ଲାଇଫ’ ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ପର୍ଶ ହସ୍ପିଟାଲ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା କର୍କଟ ବିଶେଷଜ୍ଞ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ, କର୍କଟ ଶଲ୍ୟ ଚିକିତ୍ସକ ଡା. ଦୀପକ ରାଉତ୍‌ରାୟ, କର୍କଟ ଶଲ୍ୟ ଚିକିତ୍ସକ ତଥା ଲାପାରାସ୍କୋପିକ୍‌ ଏବଂ ବାରିଆଟ୍ରିକ୍‌ ଚିକିତ୍ସକ ଡା. ମାଧୁରୀ ପଟ୍ଟନାୟକ, କର୍କଟ ଚିକିତ୍ସକ ଡା. ଗଣେଶ ସୁବୁଦ୍ଧି, ହସ୍ପିଟାଲ୍‌ ଅଧୀକ୍ଷକ ଡା.(ମେଜର) ନାରାୟଣ ମିଶ୍ର ଯୋଗ ଦେଇ ସ୍ତନ କର୍କଟ ସମ୍ପର୍କରେ ବିସ୍ତୃତ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍‌ିଟାଲ୍‌ର ଡା.ସ୍ବେତଲିନା ପରିଜା, ଡା. ଦେବାଶିଷ ଦାସ ପରିଚାଳନା କରିଥିଲେ ଏବଂ କର୍କଟ ରୋଗୀମାନଙ୍କୁ ସ୍ପର୍ଶ ହସ୍ପିଟାଲ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାସ୍ଥ୍ୟଭୂମିର ଅଧକ୍ଷ ସୁବ୍ରତ ବିଶ୍ୱାସ ଥର୍ମାଲ ମାମୋଗ୍ରାଫି କାର୍ଯ୍ୟଶଳୀ ଉପରେ କର୍କଟ ରୋଗୀମାନଙ୍କୁ ସଚେତନ କରାଇବା ସହ ଭୁବନେଶ୍ୱର କ୍ୱିଉନ୍‌ ଲେଡ଼ିଜ୍‌ ସରକଲ୍‌ର ଅମ୍ରିତା କେଡ଼ିଆ, ଲାଇଅନସ୍‌ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନର ସଭାଧ୍ୟକ୍ଷ ତଥା ସମ୍ପାଦକ ଶୁୁଚିସ୍ମିତା ପୃଷ୍ଟି, କ୍ରିୟା ଫାଉଣ୍ଡେସନ୍‌ର ଅଧକ୍ଷ ଲିଲି ଜେନାମଣି ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri