ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ ହୋଇଛି ଆଲୁମିନିୟମ ପଣ୍ୟବାହୀ ରେକ୍‌

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଭାରତର ପ୍ରଥମ ସମସ୍ତ ଆଲୁମିନିୟମ ଫ୍ରେଟ-ରେଳ ରେକ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି। ଯାହା ପଣ୍ୟ ପରିବହନକୁ ଆଧୁନିକୀକରଣ କରିବା ଏବଂ ଭାରତୀୟ ରେଲଓ୍ବେ ନିମନ୍ତେ ବିପୁଳ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ପାଇଁ ରାଷ୍ଟ୍ରର ଆକାଂକ୍ଷିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସହାୟକ ହେଉଛି। ଏହି ରେକ୍‌ଗୁଡିକ ସମ୍ପ୍ରତି ଚଳାଚଳ କରୁଥିବା ଷ୍ଟିଲ୍‌ ରେକ୍‌ ତୁଳନାରେ ୧୮୦ ଟନ୍‌ ହାଲୁକା ଏବଂ ୫-୧୦% ଅଧିକ ଭାର ବହନ କରିପାରିବ। ଏପରିକି କମ୍‌ ଶକ୍ତି ବ୍ୟବହାର କରିବା ସହ ରେଳ ଡବା ଏବଂ ରେଳ ଗୁଡିକ ପ୍ରତି ତୁଳନାମତ୍କ ଭାବେ ଅତି ନଗଣ୍ୟ କ୍ଷୟକ୍ଷତିର ପ୍ରଭାବ ପକାଇବ ବୋଲି ଆଶା କରାଯାଇଛି। ସେହିଭଳି ଓଡ଼ିଶାର ଲପଙ୍ଗାସ୍ଥିତ କମ୍ପାନୀର ଆଦିତ୍ୟ ସ୍ମେଲଟରକୁ କୋଇଲା ପରିବହନ କରିବାକୁ ଥିବା ଏହି ନୂତନ ୬୦- ୱାଗନ ରେକ୍‌ର ଚଳାଚଳକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଉଦଘାଟନ କରିଥିଲେ।
ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏମ୍‌ଡି ସତୀଶ ପାଇ କହିଛନ୍ତି, ଭାରତର ପ୍ରଥମ ଆଲୁମିନିୟମ ଫ୍ରେଟ ରେକ୍‌ ଚଳାଚଳ ଶୁଭାରମ୍ଭ ହେବା, ରାଷ୍ଟ୍ରଗଠନ ଦିଗରେ ଏକ ସ୍ମାର୍ଟ ଏବଂ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇଦେବା ନିମନ୍ତେ ଆମର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ଭାରତୀୟ ରେଳବାଇର ଲଜିଷ୍ଟିକ୍ସକୁ ଅଧିକ ଦକ୍ଷ କରି ଗଢିତୋଳିବା ଏବଂ ଆମତ୍ନିର୍ଭର ଭାରତ ଗଠନ ଲକ୍ଷ୍ୟ କ୍ଷେତ୍ରରେ ଅବଦାନ ରଖିବା ନିମନ୍ତେ ହିଣ୍ଡାଲକୋ ସ୍ଥାନୀୟ ସମ୍ବଳକୁ ନେଇ ବିଶ୍ୱସ୍ତରୀୟ ସର୍ବୋତ୍ତମ ପ୍ରଯୁକ୍ତିକୁ ଏକତ୍ରିତ କରାଇବାରେ ଅଗ୍ରଦୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌...

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ...

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri