ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ ହୋଇଛି ଆଲୁମିନିୟମ ପଣ୍ୟବାହୀ ରେକ୍‌

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଭାରତର ପ୍ରଥମ ସମସ୍ତ ଆଲୁମିନିୟମ ଫ୍ରେଟ-ରେଳ ରେକ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି। ଯାହା ପଣ୍ୟ ପରିବହନକୁ ଆଧୁନିକୀକରଣ କରିବା ଏବଂ ଭାରତୀୟ ରେଲଓ୍ବେ ନିମନ୍ତେ ବିପୁଳ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ପାଇଁ ରାଷ୍ଟ୍ରର ଆକାଂକ୍ଷିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସହାୟକ ହେଉଛି। ଏହି ରେକ୍‌ଗୁଡିକ ସମ୍ପ୍ରତି ଚଳାଚଳ କରୁଥିବା ଷ୍ଟିଲ୍‌ ରେକ୍‌ ତୁଳନାରେ ୧୮୦ ଟନ୍‌ ହାଲୁକା ଏବଂ ୫-୧୦% ଅଧିକ ଭାର ବହନ କରିପାରିବ। ଏପରିକି କମ୍‌ ଶକ୍ତି ବ୍ୟବହାର କରିବା ସହ ରେଳ ଡବା ଏବଂ ରେଳ ଗୁଡିକ ପ୍ରତି ତୁଳନାମତ୍କ ଭାବେ ଅତି ନଗଣ୍ୟ କ୍ଷୟକ୍ଷତିର ପ୍ରଭାବ ପକାଇବ ବୋଲି ଆଶା କରାଯାଇଛି। ସେହିଭଳି ଓଡ଼ିଶାର ଲପଙ୍ଗାସ୍ଥିତ କମ୍ପାନୀର ଆଦିତ୍ୟ ସ୍ମେଲଟରକୁ କୋଇଲା ପରିବହନ କରିବାକୁ ଥିବା ଏହି ନୂତନ ୬୦- ୱାଗନ ରେକ୍‌ର ଚଳାଚଳକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଉଦଘାଟନ କରିଥିଲେ।
ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏମ୍‌ଡି ସତୀଶ ପାଇ କହିଛନ୍ତି, ଭାରତର ପ୍ରଥମ ଆଲୁମିନିୟମ ଫ୍ରେଟ ରେକ୍‌ ଚଳାଚଳ ଶୁଭାରମ୍ଭ ହେବା, ରାଷ୍ଟ୍ରଗଠନ ଦିଗରେ ଏକ ସ୍ମାର୍ଟ ଏବଂ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇଦେବା ନିମନ୍ତେ ଆମର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ଭାରତୀୟ ରେଳବାଇର ଲଜିଷ୍ଟିକ୍ସକୁ ଅଧିକ ଦକ୍ଷ କରି ଗଢିତୋଳିବା ଏବଂ ଆମତ୍ନିର୍ଭର ଭାରତ ଗଠନ ଲକ୍ଷ୍ୟ କ୍ଷେତ୍ରରେ ଅବଦାନ ରଖିବା ନିମନ୍ତେ ହିଣ୍ଡାଲକୋ ସ୍ଥାନୀୟ ସମ୍ବଳକୁ ନେଇ ବିଶ୍ୱସ୍ତରୀୟ ସର୍ବୋତ୍ତମ ପ୍ରଯୁକ୍ତିକୁ ଏକତ୍ରିତ କରାଇବାରେ ଅଗ୍ରଦୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?