ସ୍ତ୍ରୀ ହେମାଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର

ବମ୍ବେ: ଡ୍ରିମ୍‌ଗର୍ଲ ହେମା ମାଳିନୀକୁ କୌଣସି ପରିଚୟ ଲୋଡାନାହିଁ। ଅଭିନୟ ସାଙ୍ଗକୁ ନୃତ୍ୟରେ ପ୍ରଶଂସକଙ୍କୁ ବାନ୍ଧି ରଖୁଥିବା ହେମା ରାଜନୀତିରେ ମଧ୍ୟ ବେଶ୍‌ ସକ୍ରିୟ। ଏବେ ପରିବାର ସହ କାମକୁ ସେ ବେଶ୍‌ ଭଲ ଭାବେ ସମ୍ଭାଳି ଆସୁଛନ୍ତି । ୭୨ ବଷୀୟ ହେମା ନିଜର ଫିଟ୍‌ନେସ୍‌କୁ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ତାଙ୍କର ଦୈନିକ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ଲାଇଫ୍‌ ଲକ୍ଜୁରୀ ପର୍ଯ୍ୟନ୍ତ ସବୁକିଛି ପୂର୍ବ ନିର୍ଧାରିତ ଥାଏ।

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ହେମା। ତାଙ୍କ ପାଖରେ ରହିଛି ନାମୀଦାମୀ କମ୍ପାନୀର ଅନେକ ଗାଡ଼ି। ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ରଙ୍କ ସମ୍ପତ୍ତି ଯଦି ମିଶାଇ ଦିଆଯାଏ ତେବେ ହେମାଙ୍କ ସମ୍ପତ୍ତି ଆହୁରୀ ଅଧିକ ହେବ। ନିଜେ ହେମା ଏହାର ଖୁଲାସା କରିଛନ୍ତି।

ମଥୁରା ଲୋକ ସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ କରୁଥିବା ବେଳେ ହେମା ସମ୍ପତ୍ତି ବିଷୟରେ ଜଣାଇଥିଲେ। ଗତ ପାଞ୍ଚ ବର୍ଷରେ ସେ ପାଖାପାଖି ଦଶ କୋଟି ଟଙ୍କା ରୋଜଗାର କରିଥିଲେ। ଧର୍ମେନ୍ଦ୍ରଙ୍କ ମଧ୍ୟ ସମ୍ପତ୍ତି ମାମଲାରେ ସ୍ତ୍ରୀଙ୍କଠାରୁ ପଛରେ ନାହାନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୩ କୋଟିରୁ ଅଧିକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଥଲାପତି ବିଜୟଙ୍କ ପୁଅ: କହିଲେ, ମୋ ବାପା ମୁଖ୍ୟମନ୍ତ୍ରୀ ହେବା ମୁହୂର୍ତ୍ତ …

ଚେନ୍ନାଇ,୩।୮:ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ବିଜୟ ପୁଅ ଜାସନ ସଞ୍ଜୟ ‘ସିଗ୍ମା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଡେବ୍ୟୁ ପୂର୍ବରୁ ଜାସନ…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri