ଭଦ୍ରକରେ ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ: ୧୧୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲାରେ ବୁଧବାର ୫୦ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୧୧୮କୁ ବୃଦ୍ଧି ପାଇଛି। ଚି଼ହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ମାତ୍ର ୩ଜଣ ଥିବା ବେଳେ ୪୭ ସ୍ଥାନୀୟ ସଂକ୍ରମଣର ଥିବା କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୭୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୪୧ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୫, ୨୨୭ଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ଅଧିକ ସ୍ବାବ ପରୀକ୍ଷା ହେଉଥିବାରୁ ରୋଗୀ ସଂଖ୍ୟା ବଢୁଥିବା ଜିଲାପାଳ ଡ଼. ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି।