ଆଜି ଆରୋଗ୍ୟରେ ରେକର୍ଡ: ରାଜ୍ୟରେ ସୁସ୍ଥ ହେଲେ ୧,୪୦୯ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି। ନୂଆ ଭାବେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୫୮ଜଣ ଥିବା ବେଳେ ଖୋର୍ଦ୍ଧାର ୨୧୮, ରାୟଗଡ଼ାର ୧୨୮, ସୁନ୍ଦରଗଡ଼ର ୧୨୨, ପୁରୀର ୧୨୧, ଗଜପତିର ୧୨୦, କୋରାପୁଟର ୮୪, କଟକର ୬୮, ବାଲେଶ୍ୱରର ୫୮, ନବରଙ୍ଗପୁରର ୩୪, କନ୍ଧମାଳର ୩୦, ଯାଜପୁରର ୨୫, ମାଲକାନଗିରିର ୨୪, କେନ୍ଦୁଝରର ୧୯, ବଲାଙ୍ଗୀରର ୧୬, ବରଗଡ଼ର ୧୨, କେନ୍ଦ୍ରାପଡ଼ାର ୧୨, ଝାରସୁଗୁଡ଼ାର ୧୧, ନୟାଗଡ଼ର ୧୦, ବୌଦ୍ଧର ନୂଆପଡ଼ାର ୮, ମୟୂରଭଞ୍ଜର ୭, ଢ଼େଙ୍କାନାଳର ୫, ଭଦ୍ରକର ୪, ଅନୁଗୋଳ-ଜଗତସିଂହପୁରର ୨, ଦେବଗଡ଼-କଳାହାଣ୍ଡିର ଜଣେ ଲେଖାଏ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।