ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟିର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେକେଆର୍‌ ଅଧିନାୟକ ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଛି। ଜିଟି ଟିମ୍‌ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ଲକି ଫର୍ଗୁସନ, ୟଶ ଦିନଲ, ମହମ୍ମଦ ଶାମି ଖେଳୁଛନ୍ତି। ସେହିପରି କେକେଆା ଟିମ୍‌ରେ ଭେଙ୍କଟେଶ ଆୟର, ସୁନୀଲ ନାରିନ, ଶ୍ରେୟାସ ଆୟର (ଅଧିନାକୟ), ନୀତୀଶ ରାଣା, ସାମ ବିଲିଙ୍ଗସ (ଓ୍ବିକେଟ କିପର), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଟିମ ସାଉଥୀ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଖେଳୁଛନ୍ତି।

Share