ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲା। ତେବେ ଏବେ କୋର୍ଟ ତଥ୍ୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ମିଆଁମାର ସୈନ୍ୟବାହିନୀ ଦ୍ୱାରା ହୋଇଥିବା କଟକଣା ଏବଂ ନରସଂହାର ଯୋଗୁ ୭୩୦,୦୦୦ରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶ ସମେତ ଅନ୍ୟ ପଡୋଶୀ ଦେଶକୁ ପଳାୟନ କରିଥିଲେ।
ଆମେରିକାର ଫେଡେରାଲ ଜଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ୨୦୧୮ରେ ବନ୍ଦ ହୋଇଥିବା ଆକାଉଣ୍ଟ ସହ ଜଡିତ ରେକର୍ଡ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ବିରୋଧୀ ହିଂସା ସହ ଜଡିତ ଥିବା ସମସ୍ତ ତଥ୍ୟ ଦେବାକୁ ଫେସବୁକ୍‌କୁ କୁହାଯାଇଛି। ଏନେଇ ଗୁରୁବାର ଗଣମାଧ୍ୟମ ସଂସ୍ଥା ରଏଟର୍ସରେ ରିପୋର୍ଟ ପ୍ରକାଶ ପାଇଛି।

ୱାଶିଂଟନ ଡିସିର ବିଚାରପତି ଫେସବୁକକୁ ସମାଲୋଚନା କରିଛନ୍ତି ଯେ, ମୁସଲିମ ଅଳ୍ପସଂଖ୍ୟକ ରୋହିଙ୍ଗ୍ୟାଙ୍କ ବିରୋଧରେ ଆନ୍ତର୍ଜାତିକ ଅପରାଧ ପାଇଁ ମ୍ୟାନ୍‌ମାରକୁ ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଥିବା ଅନୁସନ୍ଧାନକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିବାରେ ବିଫଳ ହୋଇଛି।

ବିଚାରପତି କହିଛନ୍ତି, ଫେସବୁକ ଗୋପନୀୟତା ଅଧିକାର କଥା କହି ରୋହିଙ୍ଗ୍ୟାଙ୍କ ବିରୋଧରେ ହୋଇଥିବା ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି। ଆମେରିକାର ଆଇନକୁ ଦର୍ଶାଇ ଫେସ୍‌ବୁକ କହିଛି ଯେ,ଇଲେକ୍ଟ୍ରୋନିକ ଯୋଗାଯୋଗ କମ୍ପାନୀଗୁଡିକ ପକ୍ଷରୁ ୟୁଜରଙ୍କ ସୂଚନା ପ୍ରକାଶ କରିବାକୁ ବାରଣ କରାଯାଇଛି। କିନ୍ତୁ ଆକାଉଣ୍ଟଗୁଡିକ ଡିଲିଟ ହେବା ପରଠାରୁ ସେଗୁଡିକ ଆଇନ ଅଧୀନରେ ରହିବ ନାହିଁ ଏବଂ ବିଷୟବସ୍ତୁ ହାସଲ କରାଯାଇପାରେ ବୋଲି ବିଚାରପତି କହିଛନ୍ତି।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗ୍ୟୁଟେରସ ରୋହିଙ୍ଗ୍ୟାଙ୍କ ଦୟନୀୟ ଅବସ୍ଥାନେଇ ଦୁଃଖ ପ୍ରକାଶ କରିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ମଧ୍ୟରୁ ଅଧିକାଂଶ ଅଗଷ୍ଟ ୨୦୧୭ରେ ସେମାନଙ୍କ ଦେଶ ଛାଡିବା ପୂର୍ବରୁ ରାଖିନି ରାଜ୍ୟରେ ରହୁଥିଲେ। ମିଆଁମାର ସୈନ୍ୟବାହିନୀର ତତମାଦାଓ୍ବ ନାମକ କଟକଣା ପରେ ନୋବେଲ ବିଜେତା ଅଙ୍ଗ ସାନ ସୁ କିଙ୍କ ନାଗରିକ ସରକାରଙ୍କ ଜାଣତରେ ୭୩୦,୦୦୦ ରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଭିଟାମାଟି ଛାଡ଼ିଥିଲେ। ମ୍ୟାନ୍‌ମାର ସୈନ୍ୟବାହିନୀ ରୋହିଙ୍ଗ୍ୟା ମୁସଲମାନଙ୍କ ଗଣ ହତ୍ୟା କରିବା ସହିତ ବଳାତ୍କାର କରିଥିବା ଜଣାପଡିଛି। ଜାତିସଂଘ ଅନୁସନ୍ଧାନକାରୀ ଦ୍ୱାରା ଅଗଷ୍ଟ ୨୦୧୮ ରେ ପ୍ରକାଶିତ ଏକ ରିପୋର୍ଟରେ ସୈନ୍ୟବାହିନୀ ହତ୍ୟାକାଣ୍ଡ ଏବଂ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri