Posted inଜାତୀୟ

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ ଉତ୍ତର ପ୍ରଦେଶ ସବୁଠୁ ଆଗରେ ରହିଛି। ସେହିପରି ଓଡ଼ିଶା ଏସ୍‌ସିଙ୍କୁ ନିର୍ଯାତନା କ୍ଷେତ୍ରରେ ୫ମ ଏବଂ ଏସ୍‌ଟିଙ୍କ ପ୍ରତି ବର୍ବରତା ମାମଲାରେ ତୃତୀୟ ସ୍ଥାନରେ ରହିଛି। ୨୦୨୨ରେ ଭାରତରେ ଦଳିତ ଲୋକଙ୍କୁ ଦିଆଯାଇଥିବା ନିର୍ଯାତନାର ୯୭.୭% ଏବଂ ଏସ୍‌ଟିଙ୍କ ଉପରେ ବର୍ବରତା ସମ୍ପର୍କିତ ୯୮.୯୧% ଘଟଣା ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସହ ୧୩ ରାଜ୍ୟରେ ଘଟିଥିଲା ବୋଲି ଏକ ନୂଆ ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୨ରେ ସାରା ଦେଶରେ ୫୧,୬୫୬ ଏସ୍‌ସି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ସେଥିରୁ ୟୁପିରେ ସର୍ବାଧିକ ୨୩.୭୮ ପ୍ରତିଶତ ବା ୧୨,୨୮୭ ମାମଲା ୟୁପିରେ ପଞ୍ଜୀକୃତ ହୋଇଥିଲା। ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିବା ରାଜସ୍ଥାନରେ ୧୬.୭୫ ପ୍ରତିଶତ ବା ୮,୬୫୧ ମାମଲା ରୁଜୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୪.୯୭% ବା ୭,୭୩୨ ମାମଲା ପଞ୍ଜୀକୃତ ହୋଇଥିଲା। ଉକ୍ତ ତାଲିକାରେ ବିହାର ଚତୁର୍ଥ ସ୍ଥାନରେ ରହିଛି, ଯେଉଁଠି ୧୩.୧୬% ବା ୬,୭୯୯ ଏସ୍‌ସି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଓଡ଼ିଶାର ସ୍ଥାନ ପଞ୍ଚମରେ ରହିଛି। ଓଡ଼ିଶାରେ ମୋଟ ନିର୍ଯାତନାର ୬. ୯୩% ବା ୩,୫୭୬ଟି ମାମଲା ରୁଜୁ ହୋଇଥିଲା। ମହାରାଷ୍ଟ୍ରରେ ୫.୨୪% (୨,୭୦୬) ମାମଲା ରୁଜୁ ହୋଇଥିଲା। ଦେଶର ମୋଟ ମାମଲା ସଂଖ୍ୟାର ୮୧% ଏହି ୬ ରାଜ୍ୟରେ ପଞ୍ଜୀକୃତ ହୋଇଥିଲା।
୧୩ ରାଜ୍ୟର ମାମଲା ସଂଖ୍ୟାକୁ ମିଶାଇଲେ ୫୧,୬୫୬ ହେଉଛି, ଯାହାକି ସାରା ଦେଶରେ ଘଟିଥିବା ୫୨,୮୬୬ ଘଟଣାର ୯୭.୭%। ଏହି ମାମଲାଗୁଡ଼ିକ ସିଡ୍ୟୁଲ୍‌ଡ କାଷ୍ଟ ଆଣ୍ଡ୍‌ ସିଡ୍ୟୁଲ୍‌ଡ ଟ୍ରାଇବ୍ସ (ପ୍ରିଭେନ୍ସନ ଅଫ୍‌ ଆଟ୍ରୋସିଟି) ଆକ୍ଟ ଏବଂ ପୂର୍ବ ପ୍ରଚଳିତ ଭାରତୀୟ ପେନାଲ କୋଡ୍‌ (ଆଇପିସି) ବଳରେ ରୁଜୁ କରାଯାଇଥିଲା। ଅନୁରୂପ ଭାବେ ଏସ୍‌ଟି ବର୍ଗର ଲୋକଙ୍କ ପ୍ରତି ବର୍ବରତା ମାମଲା ସଂଖ୍ୟା ମଧ୍ୟ ଏହି ୧୩ ରାଜ୍ୟରେ ସର୍ବାଧିକ ଥିଲା। ଦେଶରେ ମୋଟ ୯,୭୩୫ ଏସ୍‌ଟି ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨,୯୭୯ (୩୦.୬୧%) ମାମଲା ସହ ମଧ୍ୟପ୍ରଦେଶର ସ୍ଥାନ ସର୍ବାଗ୍ରେ ରହିଥିଲା। ରାଜସ୍ଥାନ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା, ଯେଉଁଠି ୨,୪୯୮ (୨୫.୬୬%) ମାମଲା ରୁଜୁ ହୋଇଥିଲା। ଓଡ଼ିଶାରେ ମୋଟ ୭୭୩ (୭.୯୪%) ମାମଲା ପଞ୍ଜୀକୃତ ହୋଇଥିଲା। ଏସ୍‌ଟି ବର୍ଗର ଲୋକେ ଅଧିକ ନିର୍ଯାତିତ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ରରେ ୬୯୧ (୭.୧୦%) ଏବଂ ଆନ୍ଧ୍ର ପ୍ରଦେଶରେ ୪୯୯(୫.୧୩%) ମାମଲା ରୁଜୁ ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଉକ୍ତ ଆଇନ ବଳରେ ତଦନ୍ତ ଓ ଚାର୍ଜଶିଟ୍‌ କରାଯିବା ଉପରେ ମଧ୍ୟ ଏହି ରିପୋର୍ଟରେ ବିବରଣୀ ପ୍ରଦାନ କରାଯାଇଛି। ତଦନୁସାରେ ଏସ୍‌ସି ସମ୍ପର୍କିତ ୬୦.୩୮% ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୧୪.୭୮% ମାମଲାରେ ମିଥ୍ୟା ଦାବି କିମ୍ବା ପ୍ରମାଣ ଅଭାବରୁ ଫାଇନାଲ ରିପୋର୍ଟରେ ସେଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ୨୦୨୨ ଶେଷ ସୁଦ୍ଧା ୧୭,୧୬୬ ମାମଲାର ତଦନ୍ତ ଶେଷ ହୋଇପାରି ନ ଥିଲା। ଏସ୍‌ଟି ସମ୍ପର୍କିତ ୬୩.୩୨% ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୧୪.୭୧% ମାମଲା ଫାଇନାଲ ରିପୋର୍ଟରେ ଶେଷ ହୋଇଥିଲା। ସମୀକ୍ଷା କରାଯାଇଥିବା ଏହି ଅବଧି ମଧ୍ୟରେ ୨,୭୦୨ ଏସ୍‌ଟି ବିରୋଧୀ ନିର୍ଯାତନା ମାମଲା ବର୍ତ୍ତମାନ ମଧ୍ୟ ତଦନ୍ତାଧୀନ ରହିଛି।
ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ହାର ହ୍ରାସ ପାଇବା ହେଉଛି ସବୁଠୁ ଚିନ୍ତାଜନକ ବିଷୟ। ୨୦୨୦ରେ ଦଣ୍ଡବିଧାନ ହାର ୩୯.୨% ଥିବାବେଳେ ୨୦୨୨ ବେଳକୁ ଏହା ୩୨.୪%କୁ ଖସିଆସିଥିଲା। ଉକ୍ତ ଆଇନ ବଳରେ ରୁଜୁ ହେଉଥିବା ମାମଲାଗୁଡ଼ିକର ଶୁଣାଣି ପାଇଁ ଦେଶରେ ପର୍ଯ୍ୟାପ୍ତ ସ୍ବତନ୍ତ୍ର ଅଦାଲତ ନ ଥିବା ବିଷୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଏଗୁଡ଼ିକର ତ୍ୱରିତ ବିଚାର ପାଇଁ ୧୪ ରାଜ୍ୟର ୪୯୮ ଜିଲାରେ ମାତ୍ର ୧୯୪ଟି ସ୍ପେଶାଲ କୋର୍ଟ ରହିଛି। ଏହି ଜିଲାଗୁଡ଼ିକରେ ଜାତିଭିତ୍ତିକ ହିଂସା ଘଟଣା ରୋକିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଛି। ଏସ୍‌ସି/ଏସ୍‌ଟି ପ୍ରୋଟେକ୍ସନ ସେଲ୍‌ ଆନ୍ଧ୍ର, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ ଓ ପଣ୍ଡିଚେରୀରେ ପ୍ରତିଷ୍ଠା କରାଯାଇଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri