ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ ଓରଫ କଶା ସୋଡ଼ି ଗତ ୧୯୯୫ରେ ମାଓବାଦୀ ସଂଗଠନରେ ଯୋଗ ଦେଇ ଘରଛାଡ଼ି ପଳାଇ ଯାଇଥିଲେ। ସେହି ସମୟରେ ଶୁକ୍ରୁ ଯୁବାବସ୍ଥା ଥିବା ବେଳେ ସେ ନିଜ ମାତାପିତା ଓ ପରିବାରବର୍ଗଙ୍କୁ ଛାଡ଼ି କେକେବିଏନ୍‌ ଡିଭିଜନରେ ଯୋଗ ଦେଇଥିଲେ। ଦୀର୍ଘ ୩୦ ବର୍ଷ ଧରି କନ୍ଧମାଳ ଜିଲାରେ ରହି ଆତଙ୍କ ଖେଳାଇବା ସହ ସେ ରାଜ୍ୟ କମିଟିର ଜଣେ ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। ଏଥିସହ ସେ ମାଓବାଦୀ ସଂଗଠନର ଜଣେ ମହିଳା ମାଓବାଦୀଙ୍କୁ ମଧ୍ୟ ବିବାହ କରି ଉଭୟ ସ୍ବାମୀ ସ୍ତ୍ରୀ ସକ୍ରିୟ ଥାଇ ସରକାରଙ୍କ ନିଦ ହଜାଇ ଦେଇଥିଲେ।

ସେହିଦିନ ଠାରୁ ବର୍ତ୍ତମାନ ସୁଦ୍ଧା ନିଜ ଗ୍ରାମକୁ ସେ ଫେରି ନ ଥିବା ବେଳେ ଇତିମଧ୍ୟରେ ଶୁକ୍ରୁଙ୍କ ମାତାପିତା ପୁଅକୁ ଝୁରିଝୁରି ଦେହତ୍ୟାଗ କରିଥିଲେ। ତେବେ ଶୁକ୍ରୁଙ୍କ ଠିକଣା ଜାଣି ନ ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ଚିନ୍ତାଗ୍ରସ୍ତ ଥିଲେ। ଗତ ଜାନୁଆରୀ ମାସରେ ଶୁକ୍ରୁଙ୍କ ଠିକଣା ଓ ଫୋନ୍‌ ନମ୍ବର କୌଣସି ସୂତ୍ରରୁ ପାଇବା ପରେ ଶୁକ୍ରୁଙ୍କ ଖୁଡ଼ୀ ଉରେ ସୋଡ଼ି, ପୁତୁରା ଆଡମା ସୋଡ଼ି ଓ ଭଣଜା ତାଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରି ନିଜ ଗ୍ରାମକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରିଥିଲେ। ଗତକାଲି ଶୁକ୍ରୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଖବର ପାଇ ଗ୍ରାମରେ ଆନନ୍ଦର ଲହରି ଖେଳିଯିବା ସହ ପରିବାର ଲୋକ ଖୁସିରେ ବିଭୋର ହୋଇଛନ୍ତି।

ବିଶେଷକରି ଶୁକ୍ରୁଙ୍କ ଖୁଡ଼ୀ ଲୁହ ଛଳଛଳ ଆଖିରେ ପ୍ରକାଶ କରିଛନ୍ତି ଯେ, ଦୀର୍ଘ ୩୦ ବର୍ଷ ପରେ ପୁତୁରା ଆତ୍ମସମର୍ପଣ କରିଥିବାରୁ ଆମେ ଖୁସିରେ ଥିଲେ ମଧ୍ୟ ଶୁକ୍ରୁ କେବେ ଆମ ଗାଁକୁ ଫେରି ଆସିବ ସେଥିପାଇଁ ଆମେ ଚାତକ ପରି ଅପେକ୍ଷା କରି ବସିଛୁ। ଦୀର୍ଘବର୍ଷ ପରେ ଭଗବାନ ଆମର ଗୁହାରି ଶୁଣିଛନ୍ତି କିନ୍ତୁ ଦୁଃଖ ଏତିକି ଶୁକ୍ରୁଙ୍କ ଅନୁପସ୍ଥିତିରେ ତାଙ୍କ ମାତାପିତା ଇହଧାମ ତ୍ୟାଗ କରିଥିବାରୁ ଶୁକ୍ରୁ ଆଉ ତାଙ୍କ ମାତାପିତାଙ୍କ ମୁହଁ ଦେଖିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ୧୫ ବର୍ଷ ପୂର୍ବରୁ ମାଲକାନଗିରି ଥାନା ଅଞ୍ଚଳ ଟେକଗୁଡ଼ାର ଟପ ମାଓବାଦୀ ନେତା ଥିବା ସୁକଦେବ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିବା ପରେ ସେ ବତ୍ତମାନ ଚାଷ କାର୍ଯ୍ୟ କରି ଖୁସିରେ ପରିବାର ସହ ଥିବାବେଳେ ସୁକଦେବ ପ୍ରକାଶ କରିଛନ୍ତି ଯେ, ଶୁକ୍ରୁ ବହୁ ପୂର୍ବରୁ ଆତ୍ମସମର୍ପଣ କରିବାର ଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri