Categories: ଖେଳ

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏମାନେ; ଶୀର୍ଷରେ ପାକିସ୍ତାନର…

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ କ୍ରିକେଟର ଏହି ରୋମାଞ୍ଚକର ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ହେଲେ ଅନେକ ବୋଲର ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାନ୍ତି ମଧ୍ୟ। ଏଠାରେ ଆମେ ସେଭଳି କିଛି ବ୍ୟାଟ୍ସମ୍ୟାନଙ୍କ ବିଷୟରେ କଥା ହେବା ଯେଉଁମାନେ ଖାତା ନ ଖୋଲିପାରି ଶୂନରେ ଆଉଟ୍‌ ହୋଇଛନ୍ତି। ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଖେଳାଳିମାନେ ହେଲେ:

ଶାହିଦ ଆଫ୍ରିଦି: ପାକିସ୍ତାନର ଏହି ପୂର୍ବତନ ଅଧିନାୟକ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ୨୦୦୭ରୁ ୨୦୧୬ ମଧ୍ୟରେ ଆଫ୍ରିଦି ୫ଥର ଆଉଟ୍‌ ହୋଇଥିଲେ।

ତିଲକରତ୍ନେ ଦିଲଶାନ୍‌: ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେ ମଧ୍ୟ ୫ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ।

ଲେଣ୍ଡଲ ସିମନ୍ସ: ଓ୍ବେଷ୍ଟଇଣ୍ଡିଜର ଅଭିଜ୍ଞ ଓପନର୍‌ ସିମନ୍ସ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ସେ ୪ଥର ଟି-୨୦ ବିଶ୍ୱକପ୍‌ରେ ଶୂନରେ ଆଉଟ୍‌ ହୋଇଛନ୍ତି।

ସନଥ ଜୟସୁରିଆ: ଶ୍ରୀଲଙ୍କାର ଏହି ପୂର୍ବତନ ବିସ୍ଫୋରକ ଓପନର୍‌ ଜୟସୁରିଆ ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ହେଲେ ହେଁ ଲଜ୍ଜାଜନକ ରେକର୍ଡ ତାଙ୍କ ନାମରେ ରହିଛି। ସେ ବିଶ୍ୱକପ୍‌ରେ ୪ଥର ଶୂନରେ ଆଉଟ୍‌ ହୋଇଛନ୍ତି।

Share