Categories: ଖେଳ

ଶାହରୁଖ ଖାନଙ୍କୁ ୭.୪୦ କୋଟିରେ କିଣିଲା ଗୁଜରାଟ ଟାଇଟାନ୍ସ,, ସମୀର ରିଜଭି ଏବଂ ଶୁଭମ୍ ଦୁବେ ହେଲେ କୋଟିପତି

ଦୁବାଇ,୧୯।୧୨: ଘରୋଇ କ୍ରିକେଟ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଗୁଜରାଟ ଟାଇଟାନ୍ସ ବିପୁଳ ଟଙ୍କା ବ୍ୟୟ କରିଛି। ତାମିଲନାଡୁର ଏହି ଷ୍ଟାର କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସରେ ଖେଳୁଥିଲେ। କିନ୍ତୁ ଏଥର ପଞ୍ଜାବ ତାଙ୍କୁ ରିଲିଜ କରିଥିଲା।

ସେହିପରି ଷ୍ଟାର ଅଲରାଉଣ୍ଡର ଶୁଭମ ଦୁବେ ରାଜସ୍ଥାନ ରୟଲସକୁ ଫେରିଛନ୍ତି। ତାଙ୍କର ମୂଳ ମୂଲ୍ୟ ୨୦ ଲକ୍ଷ ଥିଲା ବେଳେ ରାଜସ୍ଥାନ ତାଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି।

ଉତ୍ତରପ୍ରଦେଶ ପାଇଁ ଘରୋଇ କ୍ରିକେଟ୍ ଖେଳିଥିବା ସମୀର ରିଜଭି ୨୦ ବର୍ଷ ବୟସରେ କୋଟିପତି ହୋଇଛନ୍ତି। ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିବା ସମୀର ରିଜଭିଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୪୨ ଗୁଣ ଅଧିକ ଟଙ୍କା ଦେଇ କିଣିଛି।